Advertisment

ଧୋନିଙ୍କୁ ୧୩୬ ରନରେ ରୋକିଲେ ପନ୍ତ

ଦୁବାଇ: ଚଳିତ ଆଇପିଏଲର ୫୦ତମ ମ୍ୟାଚରେ ମୁହାଁମୁହିଁ ଦୁଇ ଟପ୍ ଟିମ୍ ଚେନ୍ନାଇ ସୁପର୍ କିଙ୍ଗସ୍ ଓ ଦିଲ୍ଲୀ କ୍ୟାପିଟାଲ୍ସ। ଏହି ମ୍ୟାଚରେ ଦିଲ୍ଲୀ ବୋଲରଙ୍କୁ ସାମ୍ନା କରିନପାରି ଚେନ୍ନାଇ ସୁପର୍ କିଙ୍ଗସ୍ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୩୬ ରନ୍ କରିଛି। ଏଥିସହ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିବା ପାଇଁ ଦିଲ୍ଲୀକୁ ୧୩୭ ରନ୍ କରିବାକୁ ପଡ଼ିବ। ଚେନ୍ନାଇ ପକ୍ଷରୁ ଅମ୍ବାତି ରାୟୁଡୁ ସର୍ବାଧିକ ୫୫ (୪୦ ବଲ୍, ୫ ଚୌକା, ୨ […]

ଧୋନିଙ୍କୁ ୧୩୬ ରନରେ ରୋକିଲେ ପନ୍ତ

ms-dhoni

Advertisment

ଦୁବାଇ: ଚଳିତ ଆଇପିଏଲର ୫୦ତମ ମ୍ୟାଚରେ ମୁହାଁମୁହିଁ ଦୁଇ ଟପ୍ ଟିମ୍ ଚେନ୍ନାଇ ସୁପର୍ କିଙ୍ଗସ୍ ଓ ଦିଲ୍ଲୀ କ୍ୟାପିଟାଲ୍ସ। ଏହି ମ୍ୟାଚରେ ଦିଲ୍ଲୀ ବୋଲରଙ୍କୁ ସାମ୍ନା କରିନପାରି ଚେନ୍ନାଇ ସୁପର୍ କିଙ୍ଗସ୍ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୩୬ ରନ୍ କରିଛି। ଏଥିସହ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିବା ପାଇଁ ଦିଲ୍ଲୀକୁ ୧୩୭ ରନ୍ କରିବାକୁ ପଡ଼ିବ। ଚେନ୍ନାଇ ପକ୍ଷରୁ ଅମ୍ବାତି ରାୟୁଡୁ ସର୍ବାଧିକ ୫୫ (୪୦ ବଲ୍, ୫ ଚୌକା, ୨ ଛକା) ରନ୍ କରିଛନ୍ତି।

Advertisment

ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଦିଲ୍ଲୀ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଚେନ୍ନାଇ ଆରମ୍ଭରୁ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। ଟୁର୍ଣ୍ଣାମେଣ୍ଟର ଲିଡ୍ ସ୍କୋରର ଋତୁରାଜ ଗାଏକ୍ୱାଡ୍ ମାତ୍ର ୧୩ ରନ୍ କରି ଆନରିଚ୍ ନୋର୍ଜେଙ୍କ ଶିକାର ହୋଇଥିଲେ। ତାଙ୍କ ଓପନିଂ ପାର୍ଟନର ଫାଫ୍ ଡୁପ୍ଲେସିସ୍ (୧୦) ମଧ୍ୟ ନିରାଶ କରିଥିଲେ।

ସୁରେଶ ରାଇନାଙ୍କ ସ୍ଥାନରେ ସୁଯୋଗ ପାଇଥିବା ରବିନ୍ ଉଥପ୍ପା ଫାଇଦା ଉଠାଇପାରିନଥିଲେ। ସେ ମାତ୍ର ୧୯ ରନ୍ କରି ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ବଲରେ କଟ୍ ଆଣ୍ଡ ବୋଲ୍ଡ ହୋଇଥିଲେ। ମୋଇନ୍ ଅଲୀ (୫) ମଧ୍ୟ ସଅଳ ପ୍ୟାଭିଲିୟନ୍ ଫେରିଥିଲେ। ଏହିପରି ଭାବେ ଦଳ ୬୨ ରନରେ ୪ ୱିକେଟ୍ ହରାଇ ସଂକଟରେ ପଡ଼ିଥିବା ବେଳେ ରାୟୁଡୁ ଓ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଦଳର ସମ୍ମାନ ରଖିଥିଲେ।

Advertisment

ରାୟୁଡୁ ଓ ଧୋନି ପଞ୍ଚମ ୱିକେଟ୍ ପାଇଁ ୭୦ ରନର ଭାଗିଦାରୀ କରିଥିଲେ। ଧୋନି ଧିମା ବ୍ୟାଟିଂ କରି ୨୭ ବଲରେ ମାତ୍ର ୧୮ ରନ୍ କରିବାକୁ ସକ୍ଷମ ହୋଇଥିଲେ। ତେବେ ରାୟୁଡୁ ଗୋଟିଏ ପଟେ ରନ୍ ଗତି କାଏମ ରଖି ଦଳକୁ ୧୩୬ ରନରେ ପହଞ୍ଚାଇଥିଲେ। ରାୟୁଡୁ ୪୩ ବଲରେ ୫୫ ରନ୍ କରି ଅପରାଜିତ ଥିଲେ, ଯେଉଁଥିରେ ୫ ଚୌକା ଓ ୨ ଛକା ସାମିଲ୍ ଥିଲା। ରବୀନ୍ଦ୍ର ଜାଡେଜା ୧ ରନ୍ କରି ଅପରାଜିତ ଥିଲେ। ଦିଲ୍ଲୀ ପକ୍ଷରୁ ଅକ୍ଷର ପଟେଲ୍ ୨ଟି, ନୋର୍ଜେ, ଆଭେଶ୍ ଖାନ୍ ଓ ଅଶ୍ୱିନ୍ ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।

IPL 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe