ଟସ୍ ଜିତିଲେ ପନ୍ତ, ପ୍ରଥମେ ବ୍ୟାଟିଂ କରିବ ଆରସିବି

ଅହମ୍ମଦାବାଦ: ଚଳିତ ଆଇପିଏଲର ୨୨ତମ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ବିରାଟ୍ କୋହଲିଙ୍କ ରୟାଲ୍‌ ଚ୍ୟାଲେଞ୍ଜର୍ସ ଓ ଋଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ । ଏହି ମ୍ୟାଚରେ ଦିଲ୍ଲୀ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଫଳରେ ଆରସିବି ପ୍ରଥମେ ବ୍ୟାଟିଂ କରିବ । ଉକ୍ତ ମ୍ୟାଚରେ ଉଭୟ ଦଳରେ ପରିବର୍ତ୍ତନ  କରାଯାଇଛି । ଦିଲ୍ଲୀ ଟିମରେ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ସ୍ଥାନରେ ଈଶାନ୍ତ ଶର୍ମାଙ୍କୁ ସାମିଲ୍ କରାଯାଇଛି । ସେହିପରି ଆରସିବି ଦୁଇଟି ପରିବର୍ତ୍ତନ […]

kohli-and-pant

Ranjit Kumar Jena
  • Published: Tuesday, 27 April 2021
  • , Updated: 27 April 2021, 07:25 PM IST

ଅହମ୍ମଦାବାଦ: ଚଳିତ ଆଇପିଏଲର ୨୨ତମ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ବିରାଟ୍ କୋହଲିଙ୍କ ରୟାଲ୍‌ ଚ୍ୟାଲେଞ୍ଜର୍ସ ଓ ଋଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ । ଏହି ମ୍ୟାଚରେ ଦିଲ୍ଲୀ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଫଳରେ ଆରସିବି ପ୍ରଥମେ ବ୍ୟାଟିଂ କରିବ ।

ଉକ୍ତ ମ୍ୟାଚରେ ଉଭୟ ଦଳରେ ପରିବର୍ତ୍ତନ  କରାଯାଇଛି । ଦିଲ୍ଲୀ ଟିମରେ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ସ୍ଥାନରେ ଈଶାନ୍ତ ଶର୍ମାଙ୍କୁ ସାମିଲ୍ କରାଯାଇଛି । ସେହିପରି ଆରସିବି ଦୁଇଟି ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇବ । ନଭଦୀପ ସାଇନିଙ୍କ ସ୍ଥାନରେ ରଜତ ପାଟିଦାର ଏବଂ ଡାନିଏଲ୍ କ୍ରିଷ୍ଟିଆନଙ୍କ ସ୍ଥାନରେ ଡାନିଏଲ୍ ସାମ୍ସଙ୍କୁ ସୁଯୋଗ ମିଳିଛି ।

https://twitter.com/IPL/status/1387040178498261001?s=20

ଆରସିବି: ବିରାଟ୍ କୋହଲି (କ୍ୟାପଟେନ୍), ଦେବଦତ୍ତ ପାଡିକଲ, ରଜତ ପାଟିଦାର,ଗ୍ଲେନ୍ ମ୍ୟାକ୍ସୱେଲ୍, ଏବି ଡିଭିଲିୟର୍ସ,  ୱାଶିଂଟନ୍ ସୁନ୍ଦର, ଡାନିଏଲ ସାମ୍ସ, କାଇଲ ଜେମିସନ୍, ହର୍ଷଲ୍ ପଟେଲ, ମହମ୍ମଦ ସିରାଜ, ୟୁଜବେନ୍ଦ୍ର ଚହଲ ।

ଦିଲ୍ଲୀ କ୍ୟାପିଟାଲ୍ସ: ପୃଥ୍ୱିୀ ଶ’, ଶିଖର ଧୱନ୍, ଷ୍ଟିଭ୍ ସ୍ମିଥ୍, ଋଷଭ ପନ୍ତ (କ୍ୟାପଟେନ୍), ଶିମରନ୍ ହେଟମେୟର୍, ମାର୍କସ୍ ଷ୍ଟୋଇନିସ୍, ଅକ୍ଷର ପଟେଲ୍, ଈଶାନ୍ତ ଶର୍ମା, କାଗିସୋ ରବାଡା, ଅମିତ୍ ମିଶ୍ର, ଆଭେଶ ଖାନ୍।

Related story