ଟସ୍ ଜିତିଲା ଦିଲ୍ଲୀ, ପ୍ରଥମେ ବ୍ୟାଟିଂ କରିବ କେକେଆର୍‌

ଅହମ୍ମଦାବାଦ: ଚଳିତ ଆଇପିଏଲର ୨୫ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିଛି କୋଲକାତା ନାଇଟ୍ ରାଇଡର୍ସ । ମ୍ୟାଚରେ ଦିଲ୍ଲୀ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଅର୍ଥାତ୍ କେକେଆର୍ ପ୍ରଥମେ ବ୍ୟାଟିଂ କରିବ । ଏହି ମ୍ୟାଚରେ ଦିଲ୍ଲୀ ତା’ର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ଅମିତ୍ ମିଶ୍ର କାନ୍ଧ ଜନିତ ଆହତ କାରଣରୁ ଟିମରୁ ବାଦ୍ ପଡ଼ିଥିବା ବେଳେ ଲଲିତ ଯାଦବଙ୍କୁ ସୁଯୋଗ ମିିଳିଛି । ତେବେ କେକେଆର […]

ipl-match-25

Ranjit Kumar Jena
  • Published: Thursday, 29 April 2021
  • , Updated: 29 April 2021, 07:14 PM IST

ଅହମ୍ମଦାବାଦ: ଚଳିତ ଆଇପିଏଲର ୨୫ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିଛି କୋଲକାତା ନାଇଟ୍ ରାଇଡର୍ସ । ମ୍ୟାଚରେ ଦିଲ୍ଲୀ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଅର୍ଥାତ୍ କେକେଆର୍ ପ୍ରଥମେ ବ୍ୟାଟିଂ କରିବ ।

ଏହି ମ୍ୟାଚରେ ଦିଲ୍ଲୀ ତା’ର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ଅମିତ୍ ମିଶ୍ର କାନ୍ଧ ଜନିତ ଆହତ କାରଣରୁ ଟିମରୁ ବାଦ୍ ପଡ଼ିଥିବା ବେଳେ ଲଲିତ ଯାଦବଙ୍କୁ ସୁଯୋଗ ମିିଳିଛି । ତେବେ କେକେଆର ଟିମରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।

ଦିଲ୍ଲୀ ତା’ର ଶେଷ ମ୍ୟାଚରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିକଟରୁ ପରାସ୍ତ ହୋଇଥିବା ବେଳେ କେକେଆର୍ ତା’ର ପୂର୍ବ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ହରାଇଥିଲା ।

ଦିଲ୍ଲୀ କ୍ୟାପିଟାଲ୍ସ: ପୃଥ୍ୱିୀ ଶ’, ଶିଖର ଧୱନ୍, ଷ୍ଟିଭ୍ ସ୍ମିଥ୍, ଋଷଭ ପନ୍ତ (କ୍ୟାପଟେନ୍), ଶିମରନ୍ ହେଟମେୟର୍, ମାର୍କସ୍ ଷ୍ଟୋଇନିସ୍, ଅକ୍ଷର ପଟେଲ୍, ଈଶାନ୍ତ ଶର୍ମା, କାଗିସୋ ରବାଡା, ଅମିତ୍ ମିଶ୍ର, ଆଭେଶ ଖାନ୍।

କେକେଆର୍: ନୀତୀଶ ରାଣା, ଶୁବମନ୍ ଗିଲ୍, ରାହୁଲ୍ ତ୍ରିପାଠୀ, ଇଆନ୍ ମୋର୍ଗାନ୍ (କ୍ୟାପଟେନ୍), ଦିନେଶ କାର୍ତ୍ତିକ (ୱିକେଟକିପର), ସୁନୀଲ ନରିନ୍, ଆନ୍ଦ୍ରେ ରସେଲ୍, ପ୍ୟାଟ୍ କମିନ୍ସ, ବରୁଣ ଚକ୍ରବର୍ତ୍ତୀ, ଶିବମ୍ ମାଭି, ପ୍ରସିଦ୍ଧ କୃଷ୍ଣ।

Related story