Advertisment

ଭାରତକୁ ଜିତାଇଲେ ନିର୍ଭରଯୋଗ୍ୟ ଅର୍ଶଦୀପ ସିଂହ, ବନିଲେ ଭାରତର ସଫଳ ଦ୍ରୁତ ବୋଲର

ଭାରତ ତୃତୀୟ ଟି-୨୦ ସେଞ୍ଚୁରିଅନରେ ଖେଳୁଥିଲା। ଅର୍ଶଦୀପ ଘାତକ ବୋଲି ଯୋଗୁ ଭାରତ ୫ ବର୍ଷ ମଧ୍ୟରେ ପ୍ରଥମ ଦଳ ଭାବେ ଏଠାରେ କୌଣସି ଟାର୍ଗେଟକୁ ସଫଳତାର ସହ ଡିଫେଣ୍ଡ କରିପାରିଛି।

ଅଦ୍ୟତନ ହୋଇଛି
Arshdeep

Arshdeep

Advertisment

ମାତ୍ର ୫୯ ଟି-୨୦ ମ୍ୟାଚ୍‌ରେ ୯୨ ୱିକେଟ। ଭାରତୀୟ ଟିମର ଦ୍ରୁତ ବୋଲର ଅର୍ଶଦୀପ ସିଂହ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି-୨୦ରେ କମାଲ କରିଛନ୍ତି। ସେ ବନି ଯାଇଛନ୍ତି ଭାରତର ସଫଳତମ ଦ୍ରୁତ ବୋଲର। ଅର୍ଥାତ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଭାରତର ପାଇଁ ଦ୍ରୁତ ବୋଲର ଭାବେ ସର୍ବାଧିକ ୱିକେଟ ନେଇଥିବା ତାଲିକାରେ ଅର୍ଶଦୀପ ସିଂହ ୧ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି।

Advertisment

ତୃତୀୟ ଟି-୨୦ରେ ଅର୍ଶଦୀପ ୩ ୱିକେଟ ନେବା ସହ ୩୭ ରନ ଦେଇଛନ୍ତି। ୨୧୯ ରନକୁ ଡିଫେଣ୍ଡ କରୁଥିବା ଭାରତ ମଧ୍ୟ ଦମଦାର ଢଙ୍ଗରେ ମ୍ୟାଚ୍‌କୁ ୧୧ ରନରେ ଜିତି ନେଇଛି। ୨୨୦ ରନର ଟାର୍ଗେଟକୁ ପିଛା କରୁଥିବା ଦକ୍ଷିଣ ଆଫ୍ରିକା ପାଇଁ ହେନରିଚ କ୍ଲାସେନ ୨୨ ବଲରେ ୪୧ ଓ ମାର୍କୋ ୟାନସେନ ୧୭ ବଲରେ ୫୪ ରନର ଇନିଂସ ଖେଳିଥିଲେ। ଉଭୟ ଭାରତ ଠାରୁ ମ୍ୟାଚ୍‌ ଛଡ଼ାଇ ନେବାକୁ ବସିଥିଲେ।

ଏତିକି ବେଳେ ଭାରତର ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ଦ୍ରୁତ ବୋଲର ଅର୍ଶଦୀପଙ୍କ ଉପରେ ଭରସା ଦେଖାଇଥିଲେ। ସେ ମଧ୍ୟ କମାଲ କରି ଉଭୟଙ୍କୁ ଆଉଟ କରିଥିଲେ। ଅର୍ଶଦୀପ ସିଂହ ପ୍ରଥମେ ନୂଆ ବଲରେ ଓ ପରେ ଡେଥ ଓଭରରେ କମାଲ କରି ଭାରତକୁ ରୋମାଞ୍ଚକର ବିଜୟ ଭେଟି ଦେଇଛନ୍ତି। ଏହି ବିଜୟ ସହ ଭାରତ ୪ ଟିକିଆ ଟି-୨୦ ସିରିଜରେ ୨-୧ରେ ଆଗୁଆ ହୋଇଯାଇଛି। ଆସନ୍ତାକାଲି ଶେଷ ମ୍ୟାଚ୍‌ ଅନୁଷ୍ଠିତ ହେବ।

Advertisment

ଅର୍ଶଦୀପ ତୃତୀୟ ଟି-୨୦ରେ ୩ ୱିକେଟ ଦଖଲ କରିବା ପରେ ଭାରତର ଅନ୍ୟତମ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କୁ ଅତିକ୍ରମ କରି ଯାଇଛନ୍ତି। ଏଯାଏ ଭୁବନେଶ୍ୱର କୁମାର ଭାରତ ପାଇଁ ଦ୍ରୁତ ବୋଲର ଭାବେ ଟି-୨୦ରେ ସର୍ବାଧିକ ୱିକେଟ ଦଖଲ କରିଥିଲେ।

ସେହିପରି ଭାରତ ପାଇଁ ଟି-୨୦ରେ ସର୍ବାଧିକ ୱିକେଟ ନେଇଥିବା(ଉଭୟ ସ୍ପିନ ଓ ପେସ୍‌) ଖେଳାଳିଙ୍କ ତାଲିକାରେ ଅର୍ଶଦୀପ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ତାଙ୍କ ଉପରେ ଲେଗ ସ୍ପିନର ୟୁଜଭେନ୍ଦର ଚହଲ ରହିଛନ୍ତି।

ଭାରତ ତୃତୀୟ ଟି-୨୦ ସେଞ୍ଚୁରିଅନରେ ଖେଳୁଥିଲା। ଅର୍ଶଦୀପ ଘାତକ ବୋଲି ଯୋଗୁ ଭାରତ ୫ ବର୍ଷ ମଧ୍ୟରେ ପ୍ରଥମ ଦଳ ଭାବେ ଏଠାରେ କୌଣସି ଟାର୍ଗେଟକୁ ସଫଳତାର ସହ ଡିଫେଣ୍ଡ କରିପାରିଛି। ୫ ବର୍ଷ ମଧ୍ୟରେ ଏଠାରେ ଖେଳାଯାଇଥିବା ସମସ୍ତ ଟି-୨୦ ଅନ୍ତର୍ଜାତୀୟରେ ଚେଜ କରୁଥିବା ଦଳ ହିଁ ଜିତି ଆସିଥିଲା।

ଭାରତ ପାଇଁ ଟି-୨୦ରେ ସର୍ବାଧିକ ୱିକେଟ ନେଇଥିବା ଖେଳାଳି

୧- ୟୁଜି ଚହଲ- ୮୦ ମ୍ୟାଚ୍‌ରେ ୯୬ ୱିକେଟ

୨- ଅର୍ଶଦୀପ ସିଂହ – ୫୯ ମ୍ୟାଚ୍‌ରେ ୯୨ ୱିକେଟ

୩- ଭୁବନେଶ୍ୱର କୁମାର – ୮୭ ମ୍ୟାଚ୍‌ରେ ୯୦ ୱିକେଟ

୪- ଯଶପ୍ରୀତ ବୁମ୍ରା – ୭୦ ମ୍ୟାଚ୍‌ରେ ୮୯ ୱିକେଟ

ବୁଧବାର ଅର୍ଶଦୀପ ଦକ୍ଷିଣ ଆଫ୍ରିକାର ରୟାନ ରିକେଲଟନଙ୍କୁ ପାୱାର ପ୍ଲେରେ ଆଉଟ କରି ନିଜର ୱିକେଟ ଖାତା ଖୋଲିଥିଲେ। ଏହାପରେ ହେନରିଚ କ୍ଲାସେନ ଓ ମାର୍କୋ ୟାନସେନଙ୍କ ୱିକେଟ ଶେଷ ଭାଗରେ ଦଖଲ କରିଥିଲେ।

T20 Match T20 Cricket Arshdeep Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe