Advertisment

ନୂଆ କୀର୍ତ୍ତିମାନ ହାସଲ କଲେ ଦେଶପାଣ୍ଡେ ଓ କୋଟିଆନ ଯୋଡ଼ି

ପ୍ରଥମ ଶ୍ରେଣୀ ମ୍ୟାଚର କୌଣସି ଗୋଟିଏ ଇନିଂସରେ ନଂ ୧୦ ଓ ନଂ ୧୧ ବ୍ୟାଟର ଶତକ ହାସଲ କରିବା ଦ୍ୱିତୀୟ ଘଟଣା।

Mumbai

Mumbai

Advertisment

ମୁମ୍ବାଇ ଟିମର ଅଲରାଉଣ୍ଡର ତନୁଶ କୋଟିଆନ ଓ ତୁଷାର ଦେଶପାଣ୍ଡେ ରଣଜୀ ଟ୍ରଫିରେ ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟରେ ଏମାନେ ଦ୍ୱିତୀୟ ଯୋଡ଼ି ଭାବେ ଇତିହାସ ସୃଷ୍ଟି କରିଛନ୍ତି।

Advertisment

ନଂ ୧୦ ଓ ନଂ ୧୧ ବ୍ୟାଟର ଭାବେ କ୍ରିଜକୁ ଆସିଥିବା କୋଟିଆନ-ଦେଶପାଣ୍ଡେ ଶତକ ହାସଲ କରିଛନ୍ତି। ଏହି ଦୁଇ ବ୍ୟାଟର ବରୋଦା ବିପକ୍ଷ ରଣଜୀ ଟ୍ରଫି କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଶତକ ମାରିଛନ୍ତି। କୋଟିଆନ ଶେଷ ଯାଏ ୧୨୦ ରନ କରି ଅପରାଜିତ ରହିଥିବା ବେଳେ ଦେଶପାଣ୍ଡେ ମୁମ୍ବାଇର ଶେଷ ବ୍ୟାଟର ଭାବେ ୧୨୩ ରନ କରି ଆଉଟ ହୋଇଛନ୍ତି।

ପ୍ରଥମ ଶ୍ରେଣୀ ମ୍ୟାଚର କୌଣସି ଗୋଟିଏ ଇନିଂସରେ ନଂ ୧୦ ଓ ନଂ ୧୧ ବ୍ୟାଟର ଶତକ ହାସଲ କରିବା ଦ୍ୱିତୀୟ ଘଟଣା। ଏହାପୂର୍ବରୁ ୧୯୪୬ରେ ଚନ୍ଦୁ ଶେରାୱତ ଓ ଶୁଟେ ବାନାର୍ଜୀ ଏପରି ବିରଳ ରେକର୍ଡର ଅଧିକାରୀ ହୋଇଥିଲେ।

Advertisment

କୋଟିଆନ ଓ ଦେଶପାଣ୍ଡେଙ୍କ ଯୋଡ଼ି କେବଳ ଦର୍ଶକଙ୍କୁ ଚକିତ କରି ନାହାନ୍ତି ବରଂ ବରୋଦା ଟିମକୁ ମଧ୍ୟ ବ୍ୟାକଫୁଟକୁ ଠେଲି ଦେଇଛନ୍ତି। ଏହି ଦୁଇ ରେକର୍ଡ ଶତକ ପରେ ମୁମ୍ବାଇ ତା’ର ଦ୍ୱିତୀୟ ଇନିଂସରେ ୫୬୯ ରନ କରିଛି। ଫଳରେ ବରୋଦାକୁ ମ୍ୟାଚ୍‌ ଜିତିବା ପାଇଁ ୬୦୬ ରନର ଟାର୍ଗେଟ ମିଳିଛି।

ସୋମବାର ଖେଳ ଶେଷ ସୁଦ୍ଧା ମୁମ୍ବାଇ ୯ ୱିକେଟ ହରାଇ ୩୩୭ ରନ କରିଥିଲା। ହେଲେ ଆଜି ସକାଳୁ ଶେଷ ୱିକେଟରେ କୋଟିଆନ ଓ ଦେଶପାଣ୍ଡେ ଯୋଡ଼ି କମାଲ କରିଥିଲେ। ସେମାନେ ଏବେ ମୁମ୍ବାଇକୁ ଗୋଟିଏ ବିଶଳ ସ୍କୋରରେ ପହଞ୍ଚାଇ ଦେଇଛନ୍ତି।

କୋଟିଆନ ପ୍ରଥମେ ୧୧୫ ବଲରେ ଶତକ ହାସଲ କରିଥିଲେ। ଏହି ଇନିଂସରେ ସେ ୯ଟି ଚୌକା ଓ ୩ଟି ଛକା ମାରିଛନ୍ତି। ସେହିପରି ଦେଶପାଣ୍ଡେ ୧୧୨ ବଲରେ ନିଜ ପ୍ରଥମ ଶ୍ରେଣୀ କ୍ରିକେଟ କ୍ୟାରିୟରରେ ପ୍ରଥମ ଶତକ ହାସଲ କରିଥିଲେ। ସେ ତାଙ୍କ ଇନିଂସରେ ୮ଟି ଚୌକା ଓ ୬ଟି ବିକାଶଳ ଛକା ମାରିଛନ୍ତି।

ଶେଷ ୱିକେଟ ପାଇଁ ୨୦୦ କିମ୍ବା ତା’ଠାରୁ ଅଧିକ ରନ ଯୋଡ଼ିବାରେ କୋଟିଆନ ଓ ଦେଶପାଣ୍ଡେ ଯୋଡ଼ି ତୃତୀୟ। ସେହିପରି ଦେଶପାଣ୍ଡେ ଭାରତର ତୃତୀୟ ବ୍ୟାଟର ଭାବେ ୧୧ ନଂରେ ଆସି ଶତକ ହାସଲ କରିଛନ୍ତି। କୋଟିଆନଙ୍କ ସହ ସେ ୨୩୨ ରନର ଭାଗିଦାରୀ କରି ରଣଜୀ ଟ୍ରଫିରେ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି।

କୋଟିଆନ ଓ ଦେଶପାଣ୍ଡେଙ୍କୁ ଯୋଗୁ ମୁମ୍ବାଇ ଦ୍ୱିତୀୟ ଇନିଂସରେ ୫୬୯ ରନ କରିଥିଲା। ଫଳରେ ବରୋଦାକୁ ମ୍ୟାଚ୍‌ ଜିତିବା ପାଇଁ ୬୦ ରନର ଟାର୍ଗେଟ ମିଳିଥିଲା। ବରୋଦା ୩ ୱିକେଟ ହରାଇ ୧୨୧ ରନ କରିଥିବା ବେଳେ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଛି।

Bcci IPL Ranji Trophy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe