Advertisment

କୁମିନ୍ସଙ୍କ ଜବରଦସ୍ତ ବ୍ୟାଟିଂ ସତ୍ତ୍ୱେ କେକେଆରକୁ ୧୮ ରନରେ ହରାଇଲା ଚେନ୍ନାଇ

ମୁମ୍ବାଇ: ବୁଧବାର କୋଲକାତା ନାଇଟ୍ ରାଇଡର୍ସକୁ ଚେନ୍ନାଇ ସୁପର କିଙ୍ଗସ ୧୮ ରନରେ ପରାସ୍ତ କରିଛି। କୋଲକାତା ବିପକ୍ଷରେ ସିଏସକେ ବିଜୟୀ ହେବା ପରେ ଚଳିତ ଆଇପିଏଲରେ ଏହା ତୃତୀୟ କ୍ରମାଗତ ବିଜୟ। ଚେନ୍ନାଇ ବିପକ୍ଷରେ ଫାପ୍ ଡୁପ୍ଲେସି ୯୫ ରନ୍ କରି ଅପରାଜିତ ରହିଥିବା ବେଳେ ଦୀପକ ଚହର ୪ଟି ଓ୍ୱିକେଟ ନେଇଥିଲେ। ଯାହାକି ଦଳକୁ ବିଜୟୀ ହେବାରେ ସହାୟକ ହୋଇଛି। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଚାଲିଥିବା ଏହି ମ୍ୟାଚ ଗତକାଲି ଅତ୍ୟନ୍ତ ରୋମାଞ୍ଚକର ଥିଲା। […]

ଅଦ୍ୟତନ ହୋଇଛି
କୁମିନ୍ସଙ୍କ ଜବରଦସ୍ତ ବ୍ୟାଟିଂ ସତ୍ତ୍ୱେ କେକେଆରକୁ ୧୮ ରନରେ ହରାଇଲା ଚେନ୍ନାଇ

CUMMINS

Advertisment

ମୁମ୍ବାଇ: ବୁଧବାର କୋଲକାତା ନାଇଟ୍ ରାଇଡର୍ସକୁ ଚେନ୍ନାଇ ସୁପର କିଙ୍ଗସ ୧୮ ରନରେ ପରାସ୍ତ କରିଛି। କୋଲକାତା ବିପକ୍ଷରେ ସିଏସକେ ବିଜୟୀ ହେବା ପରେ ଚଳିତ ଆଇପିଏଲରେ ଏହା ତୃତୀୟ କ୍ରମାଗତ ବିଜୟ। ଚେନ୍ନାଇ ବିପକ୍ଷରେ ଫାପ୍ ଡୁପ୍ଲେସି ୯୫ ରନ୍ କରି ଅପରାଜିତ ରହିଥିବା ବେଳେ ଦୀପକ ଚହର ୪ଟି ଓ୍ୱିକେଟ ନେଇଥିଲେ। ଯାହାକି ଦଳକୁ ବିଜୟୀ ହେବାରେ ସହାୟକ ହୋଇଛି।

Advertisment

ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଚାଲିଥିବା ଏହି ମ୍ୟାଚ ଗତକାଲି ଅତ୍ୟନ୍ତ ରୋମାଞ୍ଚକର ଥିଲା। ଟସ୍ ଜିତି କୋଲକାତା ପ୍ରଥମେ ଚେନ୍ନାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଆଉ ଚେନ୍ନାଇ କୋଲକାତା ଆଗରେ ୨୨୧ ରନର ବିଶାଳ ଟାର୍ଗେଟ ରଖିଥିଲା। ହେଲେ ଚେନ୍ନାଇକୁ ଏହି ମ୍ୟାଚ ଜିତିବା ପାଇଁ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିବାକୁ ପଡିଥିଲା। କୋଲକାତା ଆରମ୍ଭରୁ ଜବରଦସ୍ତ ଇନିଂସ ଖେଳିଥିଲେ ମଧ୍ୟ ୧୯.୧ ଓଭରରେ ୨୦୨ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। କୋଲକାତା ପକ୍ଷରୁ ପ୍ୟାଟ୍ କୁମିନ୍ସ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ। ସେ ୩୪ ବଲରେ ଚାରୋଟି ଚୌକା ଓ ଛଅଟି ଛକା ମାରି ୬୬ ରନ୍ କରି ଅପରାଜିତ ରହିଥିଲେ।

କେକେଆର ପକ୍ଷରୁ କୁମିନ୍ସ ଦଳକୁ ବିଜୟ ମୁହାଁ କରାଇବାରେ ସକ୍ଷମ ହୋଇଥିଲେ। କିନ୍ତୁ ଅପର ପାର୍ଶ୍ୱରେ ଭଲ ପାର୍ଟନରସିପ୍ ନମିଳିବାରୁ କେକେଆର ବିଜୟ ହେବାର ଆଶା କ୍ଷୀଣ ହୋଇଯାଇଥିଲା। ଆଉ ୧୯.୧ ଓଭରରେ ଦଳ ଅଲ୍ ଆଉଟ୍ ହୋଇଯାଇଥିଲା। କେକେଆର ପକ୍ଷରୁ କୁମିନ୍ସଙ୍କ ବ୍ୟତୀତ ଆନ୍ଦ୍ରେ ରସେଲ ୨୨ ବଲରୁ ୫୪ ରନ୍ କରିଥିଲେ, ଦୀନେଶ କାର୍ତ୍ତିକ ୩୪ ବଲରେ ୪୦ ରନ୍ ସଂଗ୍ରହ କରିଥିଲେ। ଏହି ତିନି ବ୍ୟାଟସମ୍ୟାନଙ୍କୁ ବାଦ୍ ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଭଲ ସ୍କୋର କରିପାରିନଥିଲେ। ହେଲେ ନୀତୀଶ ରାଣା ୯, ରାହୁଲ ତ୍ରିପାଠୀ ୮, ଇଓନ ମୋର୍ଗାନ ୭, ଶୁବମାନ ଗିଲ, କମଲେଶ ନାଗରକୋଟି, ବରୁଣ ଚକ୍ରବର୍ତ୍ତୀ, ପ୍ରସିଦ୍ଧ କୃଷ୍ଣ ଖାତା ଖୋଲିନପାରି ପାଭିଲିଅନକୁ ଫେରିବା ଦଳକୁ ପରାଜୟ ଦ୍ୱାରକୁ ଟାଣି ନେଇଯାଇଥିଲେ। ତେବେ ସୁନୀଲ ନରେନ ୪ ରନ କରିଥିଲେ।

Advertisment

ଚେନ୍ନାଇ ପକ୍ଷରୁ ଚାହାରା ୪ଟି ଓ୍ୱିକେଟ ନେଇଥିବା ବେଳେ ଏନଗିଡି ତିନୋଟି ୱିକେଟ୍ ଏବଂ ସାମ କରନା ଗୋଟିଏ ୱିକେଟ୍ ନେଇଥିଲେ। କେକେଆରର ଦୁଇ ବ୍ୟାଟ୍ସମ୍ୟାନ୍ ରନ୍ ଆଉଟ୍ ହୋଇଥିଲେ।

ଚେନ୍ନାଇ ୨୦ ଓଭରରେ ୩ଟି ୱିକେଟ୍ ହରାଇବା ପରେ ୨୨୦ ରନ୍ ସଂଗ୍ରହ କରିଥିଲା। ଚେନ୍ନାଇ ପକ୍ଷରୁ ଓପନର୍ ଫାଫ୍ ଡୁପ୍ଲେସି ଜବରଦସ୍ତ ଇନିଂସ ଖେଳିଥିଲେ। ୬୦ ବଲରେ ସେ ୯ଟି ଚୌକା ଓ ୪ଟି ଛକା ମାରି ୯୫ ରନ୍ କରି ଅପରାଜିତ ରହିଥିଲେ। ସେହିପରି ରିତୁରାଜ ଗାଇକୱାଡ ୬୪ ରନ୍ କରିଥିଲେ। ମୋଇନ୍ ଅଲି ୨୫ ଏବଂ ଏମଏସ ଧୋନି ୧୭ ରନ କରିଥିଲେ। ରବିନ୍ଦ୍ର ଜାଡେଜା ୬ ରନ୍ କରି ଅପରାଜିତ ରହିଥିଲେ। କୋଲକାତା ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ, ଆନ୍ଦ୍ରେ ରସେଲ ଏବଂ ସୁନୀଲ ନାରିନ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

IPL 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe