Advertisment

ଚତୁର୍ଥ ଟେଷ୍ଟ ହାରିଲେ ବି ଫାଇନାଲ୍‌କୁ କ୍ୱାଲିଫାଏ କରିପାରିବ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆସନ୍ତାକାଲିଠାରୁ ଅହମ୍ମଦାବାଦରେ ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ଆରମ୍ଭ ହେବାକୁ ଯାଉଛି। ଏହି ମ୍ୟାଚ୍ ଭାରତ ପାଇଁ ‘କର ବା ମର’ ସ୍ଥିତି ସୃଷ୍ଟି କରିଛି। ଯଦି ଭାରତ ଏହି ଟେଷ୍ଟ ହାରିଯାଏ, ତଥାପି ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲକୁ କ୍ୱାଲିଫାଏ କରିପାରିବ। ଏହା ପଛର କାରଣ ହେଉଛି ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ। ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ ଆଇସିସି ନିକଟରେ ଅଷ୍ଟ୍ରେଲିଆ ବିରୋଧରେ ଅଭିଯୋଗ କରିଛି। […]

ଅଦ୍ୟତନ ହୋଇଛି
ଚତୁର୍ଥ ଟେଷ୍ଟ ହାରିଲେ ବି ଫାଇନାଲ୍‌କୁ କ୍ୱାଲିଫାଏ କରିପାରିବ ଟିମ୍ ଇଣ୍ଡିଆ

india

Advertisment

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆସନ୍ତାକାଲିଠାରୁ ଅହମ୍ମଦାବାଦରେ ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ଆରମ୍ଭ ହେବାକୁ ଯାଉଛି। ଏହି ମ୍ୟାଚ୍ ଭାରତ ପାଇଁ 'କର ବା ମର' ସ୍ଥିତି ସୃଷ୍ଟି କରିଛି। ଯଦି ଭାରତ ଏହି ଟେଷ୍ଟ ହାରିଯାଏ, ତଥାପି ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲକୁ କ୍ୱାଲିଫାଏ କରିପାରିବ। ଏହା ପଛର କାରଣ ହେଉଛି ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ। ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ ଆଇସିସି ନିକଟରେ ଅଷ୍ଟ୍ରେଲିଆ ବିରୋଧରେ ଅଭିଯୋଗ କରିଛି।

Advertisment

କରୋନା କାରଣରୁ ଅଷ୍ଟ୍ରେଲିଆ କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିକା ଗସ୍ତ ସ୍ଥଗିତ କରିଦେଇଥିଲା। ଦୁଇ ଦେଶ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବା ପାଇଁ ସ୍ଥିର ହୋଇଥିଲା। ଯେହେତୁ ଅଷ୍ଟ୍ରେଲିଆ ଏହି ଗସ୍ତ ସ୍ଥଗିତ କରିଦେଇଛି, ତେଣୁ ଦକ୍ଷିଣ ଆଫ୍ରିକା ଏ ନେଇ ଆଇସିସି ଆଗରେ ଅଭିଯୋଗ କରିଛି। ଦକ୍ଷିଣ ଆଫ୍ରିକା ଦାବି କରିଛି ଯେ କ୍ରିକେଟ୍ ଅଷ୍ଟ୍ରେଲିଆ ଜୋରିମାନା ଦେଉ ଏବଂ ସେମାନଙ୍କର ଟେଷ୍ଟ ଚାମ୍ପିୟନଶିପର ପଏଣ୍ଟ କାଟିଦିଆଯାଉ। ଅଷ୍ଟ୍ରେଲିଆର ଜଣାଶୁଣା ଖବର କାଗଜ ସିଡନୀ ମର୍ଣ୍ଣିଂ ଏହି ଖୁଲାସା କରିଛି। ଯଦି ଆଇସିସି ଏହି ଅଭିଯୋଗ ଆଧାରରେ ପଏଣ୍ଟ କାଟିଦିଏ ତାହେଲେ, ଭାରତର ଚତୁର୍ଥ ଟେଷ୍ଟ ହାରିବା ସତ୍ତ୍ୱେ ଅଷ୍ଟ୍ରେଲିଆ ପକ୍ଷେ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ପହଞ୍ଚିବା କଷ୍ଟକର ହେବ।

କରୋନା କାରଣରୁ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ରାଙ୍କିଙ୍ଗରେ ପରିବର୍ତ୍ତନ କରାଯାଇଛି। ଏବେ ଟିମ୍ ଗୁଡ଼ିକର ରାଙ୍କିଙ୍କ ପ୍ରତିଶତ ପଏଣ୍ଟ ଆଧାରରେ ନିର୍ଦ୍ଧାରିତ ହେଉଛି। ଅହମ୍ମଦାବାରେ ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ପରେ ପଏଣ୍ଟ ଟେବୁଲରେ ଭାରତ ୭୨ ପ୍ରତିଶତ ପଏଣ୍ଟ ସହ ଏକ ନମ୍ବର ସ୍ଥାନରେ ରହିଛି। ଏହା ପରକୁ ନ୍ୟୁଜିଲ୍ୟାଣ୍ଡ୍ ୭୦ ପ୍ରତିଶତ ସହ ଦ୍ୱିତୀୟ, ଅଷ୍ଟ୍ରେଲିଆ ୬୯.୨ ପ୍ରତିଶତ ସହ ତୃତୀୟ ଓ ଇଂଲଣ୍ଡ ୬୪.୧ ପ୍ରତିଶତ ସହ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି।

Advertisment

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ବର୍ତ୍ତମାନ ସ୍ଥିତି ଅନୁସାରେ ନ୍ୟୁଜିଲ୍ୟାଣ୍ଡ୍ ଟିମ୍ ପୂର୍ବରୁ ହିଁ ଫାଇନାଲରେ ପହଞ୍ଚିସାରିଛି। ଦ୍ୱିତୀୟ ଫାଇନାଲିଷ୍ଟ ପାଇଁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟକ୍କର ଜାରି ରହିଛି। ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ଜିତିଲେ କିମ୍ବା ଡ୍ର' କଲେ ଭାରତୀୟ ଟିମ୍ ଫାଇନାଲରେ ପହଞ୍ଚିଯିବ। ଯଦି ଦକ୍ଷିଣ ଆଫ୍ରିକାର ଅଭିଯୋଗ ଆଧାରରେ ସିରିଜ୍ ପାଇଁ ସେମାନଙ୍କୁ ୧୨୦ ପଏଣ୍ଟ ମିଳେ, ତାହେଲେ ଟିମ୍ ଇଣ୍ଡିଆ ଇଂଲଣ୍ଡଠାରୁ ହାରିବା ସତ୍ତ୍ୱେ ଫାଇନାଲ୍ ଟିକେଟ୍ ହାସଲ କରିନେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe