Advertisment

୨୦୨୪ର ପ୍ରଥମ ଟେଷ୍ଟ: ଭାରତ ପାଇଁ କର ବା ମର ପରିସ୍ଥିତି

କେପ ଟାଉନରେ ରୋହିତ ଶର୍ମା ଆଣ୍ଡ କୋ ଟେଷ୍ଟ ସିରିଜକୁ ଡ୍ର କରିବା ପାଇଁ ବିଜୟ ଆବଶ୍ୟକତା କରୁଛି। ଯଦି ଦ୍ୱିତୀୟ ମ୍ୟାଚ୍‌ ଡ୍ର ବି ରହୁଛି, ତା’ହେଲେ ଘରୋଇ ଦକ୍ଷିଣ ଆଫ୍ରିକା ସିରିଜ ଜିତି ନେବ।

author-image
Hemant Lenka
Virat Kohli

Virat Kohli

ନବ ବର୍ଷ ୨୦୨୪ର ପ୍ରଥମ ଟେଷ୍ଟ ଖେଳିବାକୁ କାଲିଠାରୁ ମୈଦାନକୁ ଓହ୍ଲାଇବ ଭାରତୀୟ ଟିମ। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ଲଜ୍ଜାଜନକ ଭାବେ ଦଳ ହାରି ସାରିଥିବାରୁ ଏବେ କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି।

Advertisment

କେପ ଟାଉନରେ ରୋହିତ ଶର୍ମା ଆଣ୍ଡ କୋ ଟେଷ୍ଟ ସିରିଜକୁ ଡ୍ର କରିବା ପାଇଁ ବିଜୟ ଆବଶ୍ୟକତା କରୁଛି। ଯଦି ଦ୍ୱିତୀୟ ମ୍ୟାଚ୍‌ ଡ୍ର ବି ରହୁଛି, ତା’ହେଲେ ଘରୋଇ ଦକ୍ଷିଣ ଆଫ୍ରିକା ସିରିଜ ଜିତି ନେବ। ୩୨ ବର୍ଷ ଧରି ରହିଥିବା ଅପେକ୍ଷାର ତ ଅନ୍ତ ହେବ ନାହିଁ, କିନ୍ତୁ ଅତି କମରେ ସିରିଜ ଡ୍ର କରିବାକୁ ଭାରତୀୟ ଟିମ ବିଜୟ ଲକ୍ଷ୍ୟ ରଖିଛି।

ମ୍ୟାଚ୍‌ ପୂର୍ବରୁ ଚୂଡ଼ାନ୍ତ ଏକାଦଶରେ ଏକାଧିକ ପରିବର୍ତ୍ତନ ହେବାର ମଧ୍ୟ ଚର୍ଚ୍ଚା ହେଉଛି। ଅନେକ କ୍ରିକେଟ ପଣ୍ଡିତଙ୍କ ମତ ଯେ ଭାରତୀୟ ଟିମ ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିବା ଦରକାର। ରବିଚନ୍ଦ୍ରନ ଅଶ୍ୱିନଙ୍କ ବଦଳରେ ରବୀନ୍ଦ୍ର ଜାଡେଜା ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କ ସ୍ଥାନରେ ମୁକେଶ କୁମାରଙ୍କୁ ସାମିଲ କରିବା ଉଚିତ ବୋଲି ସେମାନେ କହିଛନ୍ତି।

Advertisment

ଏସବୁ ଭିତରେ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଅନୁଷ୍ଠିତ ହୋଇଥିବା ଅଭ୍ୟାସ ବେଳେ ବିରାଟ କୋହଲି ବେଶ ଝାଳ ବୁହାଇଛନ୍ତି। ସକାଳ ପ୍ରାୟ ୯.୩୦ରେ ଭାରତୀୟ ଖେଳାଳିମାନେ ଅଭ୍ୟାସ ପାଇଁ ଆସିଥିଲେ। ବିରାଟ କୋହଲି ଓ ଶୁବମନ ଗିଲ୍‌ ବ୍ୟାଟିଂ ଅଭ୍ୟାସ ଆରମ୍ଭ କରିଥିଲେ।

ପଡ଼ିଆ ମଝିରେ ଥିବା ୱିକେଟରେ ଉଭୟ ୬ଟି ଲେଖାଏ ବଲ ଅଦଳବଦଳ କରି ବ୍ୟାଟିଂ କରିଥିଲେ। ଏମାନଙ୍କୁ ମହମ୍ମଦ ସିରାଜ, ଯଶପ୍ରୀତ ବୁମ୍ରା ଓ ରବି ଅଶ୍ୱିନ ବଲ ପକାଇଥିଲେ। ଉଭୟ ପ୍ରାୟ ଅଧା ଘଣ୍ଟା ଧରି ଝାଲ ବୁହାଇଥିଲେ। ସେମାନେ ଗୋଟିଏ ନିର୍ଦ୍ଦିଷ୍ଟ ଲେନ୍ଥ ବଲ ଖେଳିଥିଲେ।

କେନ୍ଦ୍ରୀୟ ୱିକେଟରେ ବ୍ୟାଟିଂ କରିବା ପରେ ଉଭୟ ନେଟ୍ସକୁ ଯାଇଥିଲେ। ସେଠାରେ ମଧ୍ୟ ସେମାନେ ୨୦ ମିନିଟ ବ୍ୟାଟିଂ କରିଥିଲେ। ବିରାଟ ବେଶ ଧ୍ୟାନର ସହ ନେଟ୍ସ କରିଥିଲେ। ସେ ବ୍ୟାଟିଂରେ ଫୋକସ କରୁଥିବାରୁ ଆଖପାଖରେ ଥିବା ସବୁ କ୍ୟାମେରା ପର୍ସନଙ୍କୁ ସାଇଡ ହୋଇଯିବାକୁ ମଧ୍ୟ କହିଥିଲେ। ସେ କେବଳ ବ୍ୟାଟିଂ ଉପରେ ଫୋକସ କରିବାକୁ ଚାହୁଁଥିଲେ।

ବିରାଟ ଓ ଗିଲଙ୍କୁ ୬ରୁ ୮ ଲେନ୍ଥରେ ଭାରତୀୟ ବୋଲରମାନେ ବୋଲିଂ କରିଥିଲେ। ବୁମ୍ରା ଓ ସିରାଜ ପ୍ରାୟ ଅଧା ଘଣ୍ଟା ବୋଲିଂ କରିଛନ୍ତି। ସେମାନେ ଗୋଟିଏ ଲେନ୍ଥରେ ହିଁ ବଲ ପକାଇ ଚାଲିଥିଲେ। ଏପରି କି ଅଶ୍ୱିନ ମଧ୍ୟ ଗୋଟିଏ ଏଣ୍ଡରୁ ଧାର୍ଯ୍ୟ ଟାର୍ଗେଟକୁ ହିଟ କରିଥିଲେ।

ଭାରତ ପ୍ରଥମ ଟେଷ୍ଟରେ ଗୋଟିଏ ଇନିଂସ ଓ ୩୨ ରନରେ ହାରିଥିଲା। ଡିନ ଏଲଗାରଙ୍କ ୧୮୫ ରନ ଓ ଦକ୍ଷିଣ ଆଫ୍ରିକାର ଘାତକ ବୋଲିଂ ଆଗରେ ଭାରତୀୟ ବ୍ୟାଟର ଆଦୌ ତିଷ୍ଠି ପାରି ନଥିଲେ। ମ୍ୟାଚ୍‌କୁ ମାତ୍ର ୩ ଦିନରେ ଶେଷ କରି ଦକ୍ଷିଣ ଆଫ୍ରିକା ୨ ଟିକିଆ ସିରିଜ୍‌ରେ ୧-୦ରେ ଆଗୁଆ ମଧ୍ୟ ହୋଇଯାଇଛି।

Virat Kohli India Vs South Africa Test Cricket Test Match