Advertisment

ଦେବଜିତ ସାଇକିଆ BCCIର ନୂଆ ସମ୍ପାଦକ

ଜୟ ଶାହ ଆଇସିସି ଅଧ୍ୟକ୍ଷ ହେବା ପରେ ସାଇକିଆ BCCI ମଧ୍ୟବର୍ତ୍ତୀକାଳୀନ ସମ୍ପାଦକ ଭାବରେ କାର୍ଯ୍ୟ କରୁଥିଲେ।

author-image
Madhupriya Mistry
Devajit Saikia

Devajit Saikia

ପୂର୍ବତନ ଓ୍ୱିକେଟ୍‌ କିପର୍‌ ବ୍ୟାଟସ୍‌ମ୍ୟାନ୍‌ ଦେବଜିତ ସାଇକିଆ ହେଲେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ତଥା ବିସିସିଆଇର ନୂଆ ସମ୍ପଦକ। ତାଙ୍କୁ ବିସିସିଆଇ ସଭାପତି ରୋଜର ବିନ୍ନି କାର୍ଯ୍ୟକାରୀ ସମ୍ପଦକ ଭାବରେ ନିଯୁକ୍ତ କରିଛନ୍ତି। ଆଇସିସି ଅଧ୍ୟକ୍ଷ ଜୟ ଶାହଙ୍କ ସ୍ଥାନରେ ସାଇକିଆ ଏହି ପଦ ଗ୍ରହଣ କରିବେ। ଏହି ପଦ ପାଇଁ ସେ ଏକମାତ୍ର ପ୍ରାର୍ଥୀ ଥିଲେ।

Advertisment

ଜୟ ଶାହ ଆଇସିସି ଅଧ୍ୟକ୍ଷ ହେବା ପରେ ସାଇକିଆ ମଧ୍ୟବର୍ତ୍ତୀକାଳୀନ ସମ୍ପାଦକ ଭାବରେ କାର୍ଯ୍ୟ କରୁଥିଲେ। ବିସିସିଆଇର ସମ୍ବିଧାନ ଅନୁଯାୟୀ କୌଣସି ଖାଲି ପଦବୀକୁ ୪୫ ଦିନ ମଧ୍ୟରେ ଏକ ସାଧାରଣ ସଭା ଡକାଇ ପୂରଣ କରିବାକୁ ପଡିବ। ଜୟ ଶାହା ୧ ଡିସେମ୍ବର ୨୦୨୪ରେ ଆଇସିସି ଅଧ୍ୟକ୍ଷ ରୂପେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହାପର ଠାରୁ ଏହି ପଦବୀ ଖାଲି ଥିଲା।

ଆସାମର ବାସିନ୍ଦା ଦେବଜିତ୍ ସାଇକିଆ ପ୍ରଥମ ଶ୍ରେଣୀର ପୂର୍ବତନ କ୍ରିକେଟର ଯିଏ ୧୯୯୦ରୁ ୧୯୯୧ ଯାଏ ଚାରୋଟି ମ୍ୟାଚ୍‌ ଖେଳିଥିଲେ। ତାଙ୍କ କ୍ରିକେଟ୍‌ କ୍ୟାରିୟର ବେଶ୍‌ ଛୋଟ। ସେ ଏହି ସମୟରେ ୫୩ ରନ୍‌ ସଂଗ୍ରହ କରି ୯ଟି ଓ୍ୱିକେଟ୍‌ ନେଇଛନ୍ତି।

Advertisment

କ୍ରିକେଟ୍ ପରେ ସେ ଆଇନରେ କ୍ୟାରିୟର କରିଥିଲେ ଏବଂ ୨୮ ବର୍ଷ ବୟସରେ ସେ ଗୌହାଟୀ ହାଇକୋର୍ଟରେ ଓକିଲ ହୋଇଥିଲେ। ଏଥି ସହିତ, କ୍ରୀଡା କୋଟା ଅନୁଯାୟୀ ସେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଏବଂ ଉତ୍ତର ରେଳବାଇରେ ଚାକିରି ପାଇଥିଲେ। ସାଇକିଆ ୨୦୧୯ରେ ACA ର ସଚିବ ହୋଇଥିଲେ ଏବଂ ପରେ ୨୦୨୨ରେ ବିସିସିଆଇର ଯୁଗ୍ମ ସଚିବ ଭାବରେ ନିର୍ବାଚିତ ହୋଇଥିଲେ।

Cricket Devajit Saikia BCCI Secretary