Advertisment

କନୱେ ଆଇପିଏଲରୁ ଆଉଟ, ଏହି ଖେଳାଳିଙ୍କୁ ଆଣିଲା ଚେନ୍ନାଇ

ଚେନ୍ନାଇ ଇଂଲଣ୍ଡର ଦ୍ରୁତ ବୋଲର ରିଚାର୍ଡ ଗ୍ଲୀସନଙ୍କୁ ନିଜ ସହ ସାମିଲ କରିଛି।

Richard Gleeson

Richard Gleeson

Advertisment

ଆହତ ସମସ୍ୟା ଯୋଗୁ ଚଳିତ ଆଇପିଏଲରୁ ସଂପୂର୍ଣ୍ଣ ଭାବେ ବାଦ ପଡ଼ିଛନ୍ତି ଡେଭୋନ କନୱେ। ପ୍ରାଥମିକ ଭାବେ କୁହାଯାଉଥିଲା ଯେ କନୱେ ଆଇପିଏଲର ଦ୍ୱିତୀୟ ଭାଗରୁ ଚେନ୍ନାଇ ସୁପର କିଙ୍ଗସ ପାଇଁ ଉପଲବ୍ଧ ହେବେ।

Advertisment

କିନ୍ତୁ ସେ ସଂପୂର୍ଣ୍ଣ ଫିଟ ହୋଇ ନଥିବାରୁ ବିଧିବଦ୍ଧ ଭାବେ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଆଜି ଚେନ୍ନାଇ ଇଂଲଣ୍ଡର ଦ୍ରୁତ ବୋଲର ରିଚାର୍ଡ ଗ୍ଲୀସନଙ୍କୁ ନିଜ ସହ ସାମିଲ କରିଛି। ବେସ୍‌ ପ୍ରାଇସ ୫୦ ଲକ୍ଷ ଟଙ୍କାରେ ଚେନ୍ନାଇ ରିଚାର୍ଡଙ୍କ ସହ ଡିଲ୍‌ କରିଥିବା ଆଜି ସୂଚନା ଦେଇଛି।

୨୦୨୩ ଚେନ୍ନାଇ ବିଜୟରେ କନୱେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ତେବେ ଆଇପିଏଲ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ରେ ସେ ଆହତ ହୋଇଥିଲେ। ଏଥିପାଇଁ କନୱେ ଆଇପିଏଲରୁ ବାଦ ପଡ଼ିଛନ୍ତି। 

Advertisment

ତେଣୁ ରିଚାର୍ଡଙ୍କୁ ଚେନ୍ନାଇ ନିଜ ସ୍କ୍ୱାଡରେ ସାମିଲ କରିଛନ୍ତି। ସେ ଇଂଲଣ୍ଡ ପାଇଁ ୬ଟି ଟି-୨୦ ଖେଳି ୯ଟି ୱିକେଟ ନେଇଛନ୍ତି। ସେହିପରି ରିଚାର୍ଡ ମୋଟ ଉପରେ ୯୦ଟି ଟି-୨୦ ଖେଳି ୧୦୧ ୱିକେଟ ଦଖଲ କରିଛନ୍ତି। ୩୬ ବର୍ଷୀୟ ରିଚାର୍ଡ ନିକଟରେ ଆଇଏଲ ଟି୨୦ରେ ଗଲ୍ଫ ଜାଏଣ୍ଟସ ପାଇଁ ଖେଳିଥିଲେ। ଏଥିରେ ସେ ୫ ମ୍ୟାଚ୍‌ରେ ୫ ୱିକେଟ ନେଇଥିଲେ।

ଚେନ୍ନାଇ ବହୁତ କିଛି ଚିନ୍ତା କରି ରିଚାର୍ଡଙ୍କୁ ସ୍କ୍ୱାଡରେ ସାମିଲ କରିଛି। କାରଣ ଏବେ ଦଳରେ ଥିବା ମୁସ୍ତାଫିଜୁର ରହମାନ ଖୁବଶୀଘ୍‌ ବାଂଲାଦେଶ ଫେରିଯିବାର ଅଛି। ସେ ମେ’ ୨ ଯାଏ ଚେନ୍ନାଇ ପାଇଁ ଉପଲବ୍ଧ ହେବ। ତେଣୁ ତାଙ୍କ ବଦଳରେ ରିଚାର୍ଡ ଦଳର ବୋଲିଂ ବାହିନୀରେ ସାମିଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ଚେନ୍ନାଇ ସ୍କ୍ୱାଡ

ବ୍ୟାଟର୍ସ: ଋତୁରାଜ ଗାଏକ୍ୱାଡ, ଅଜିଙ୍କ୍ୟ ରାହାଣେ, ଶେଖ ରଶିଦ ଓ ସମୀର ରିଜଭୀ

ଅଲରାଉଣ୍ଡର : ଡାରେଲ ମିଚେଲ, ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, ମୋଇନ ଅଲୀ, ରଚିନ ରବୀନ୍ଦ୍ର, ମିଚେଲ ସାଣ୍ଟନର, ନିଶାନ୍ତ ସିନ୍ଧୁ

ୱିକେଟ କିପର : ମହେନ୍ଦ୍ର ସିଂହ ଧୋନି ଓ ଆରଭେଲୀ ଅବିନାଶ

ବୋଲର : ମୁକେଶ ଚୌଧୁରୀ, ମହୀଶ ତିକଶାନା, ସିମରଜୀତ ସିଂହ, ମୁସ୍ତାଫିଜୁର ରହମାନ, ପ୍ରଶାନ୍ତ ସୋଲାଙ୍କି, ଶାର୍ଦ୍ଦୁଲ ଠାକୁର, ମଥିଶା ପଥିରାଣା, ତୁଷାର ଦେଶପାଣ୍ଡେ, ଅଜୟ ମଣ୍ଡଳ, ଦୀପକ ଚହର, ରାଜ୍ୟବର୍ଦ୍ଧନ ହଙ୍ଗାରେଗେକର ଓ ରିଚାର୍ଡ ଗ୍ଲୀସନ।

IPL CSK IPL 2024 Richard Gleeson
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe