Advertisment

ଇତିହାସ ରଚିଲେ ‘ଜୁନିୟର ଡିଭିଲିୟର୍ସ’, ଭାଙ୍ଗିଲେ ଧୱନଙ୍କ ବଡ଼ ରେକର୍ଡ

ନୂଆଦିଲ୍ଲୀ: ‘ଜୁନିୟର ଡି’ଭିଲିୟର୍ସ’ ନାମରେ ପରିଚିତ ଡିୱାଲ୍ଡ ବ୍ରେଭିସ୍ ଇତିହାସ ରଚିଛନ୍ତି। ଦକ୍ଷିଣ ଆଫ୍ରିକାର ଏହି ଯୁବ ଅଲରାଉଣ୍ଡର ଆଇସିସି ଅଣ୍ଡର୍-୧୯ ବିଶ୍ୱକପର କୌଣସି ଏକ ସଂସ୍କରଣରେ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଏଥିସହ ସେ ଭାରତର ଓପନିଂ ବ୍ୟାଟର୍ ଶିଖର ଧୱନଙ୍କୁ ପଛରେ ପକାଇ ଦେଇଛନ୍ତି। ଗୁରୁବାର ବାଂଲାଦେଶ ବିପକ୍ଷ ସପ୍ତମରୁ ଅଷ୍ଟମ ମ୍ୟାଚରେ ବ୍ରେଭିସ୍ ୧୩୮ ରନର ଶତକୀୟ ଇନିଂସ୍ ଖେଳିଥିଲେ। ଏଥିସହ ଉକ୍ତ ବିଶ୍ୱକପରେ ସେ ମାତ୍ର ୬ ମ୍ୟାଚରେ ୮୪.୩୩ […]

ଇତିହାସ ରଚିଲେ ‘ଜୁନିୟର ଡିଭିଲିୟର୍ସ’, ଭାଙ୍ଗିଲେ ଧୱନଙ୍କ ବଡ଼ ରେକର୍ଡ

brevis-and-dhawan

Advertisment

ନୂଆଦିଲ୍ଲୀ: ‘ଜୁନିୟର ଡି’ଭିଲିୟର୍ସ’ ନାମରେ ପରିଚିତ ଡିୱାଲ୍ଡ ବ୍ରେଭିସ୍ ଇତିହାସ ରଚିଛନ୍ତି। ଦକ୍ଷିଣ ଆଫ୍ରିକାର ଏହି ଯୁବ ଅଲରାଉଣ୍ଡର ଆଇସିସି ଅଣ୍ଡର୍-୧୯ ବିଶ୍ୱକପର କୌଣସି ଏକ ସଂସ୍କରଣରେ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଏଥିସହ ସେ ଭାରତର ଓପନିଂ ବ୍ୟାଟର୍ ଶିଖର ଧୱନଙ୍କୁ ପଛରେ ପକାଇ ଦେଇଛନ୍ତି।

Advertisment

ଗୁରୁବାର ବାଂଲାଦେଶ ବିପକ୍ଷ ସପ୍ତମରୁ ଅଷ୍ଟମ ମ୍ୟାଚରେ ବ୍ରେଭିସ୍ ୧୩୮ ରନର ଶତକୀୟ ଇନିଂସ୍ ଖେଳିଥିଲେ। ଏଥିସହ ଉକ୍ତ ବିଶ୍ୱକପରେ ସେ ମାତ୍ର ୬ ମ୍ୟାଚରେ ୮୪.୩୩ ହାରରେ ୫୦୬ ରନ୍ କରିବାର ରେକର୍ଡ କରିଛନ୍ତି। ସେ ୨ଟି ଶତକ ଓ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ଏହାସହ ବ୍ରେଭିସ୍ ବୋଲିଂରେ ମଧ୍ୟ କମାଲ୍ କରି ୭ ୱିକେଟ୍‌ ହାସଲ କରିନ୍ତି। ତେବେ ପୂରା ଟୁର୍ଣ୍ଣାମେଣ୍ଟରେ ବ୍ରେଭିସ୍ ଶ୍ରୀଲଙ୍କା ବିପକ୍ଷରେ ବିଫଳ ହୋଇଥିଲେ, ଯେଉଁଥିରେ ସେ ମାତ୍ର ୬ ରନ୍ କରିଥିଲେ।

ଅଣ୍ଡର୍-୧୯ ବିଶ୍ୱକପର କୌଣସି ସଂସ୍କରଣରେ ସର୍ବାଧିକ ସ୍କୋରର ରେକର୍ଡ ଏବେ ବ୍ରେଭିସଙ୍କ ନାଁରେ ହୋଇଯାଇଛି। ତାଙ୍କ ପୂର୍ବରୁ ଭାରତ ଶିଖର ଧୱନ୍ ୨୦୦୪ ଅଣ୍ଡର୍-୧୯ ବିଶ୍ୱକପରେ ୭ ମ୍ୟାଚ୍ ଖେଳି ୫୦୫ ରନ୍ କରିଥିଲେ, ଯେଉଁଥିରେ ୩ ଶତକ ସାମିଲ୍ ଥିଲା। ସେହିପରି ୧୯୮୮ ବିଶ୍ୱକପରେ ଅଷ୍ଟ୍ରେଲିଆର ବ୍ରେଟ୍ ୱିଲିୟମ୍ସ ୯ ମ୍ୟାଚରେ ୨ ଶତକ ସହ ୪୭୧ ରନ୍, ୨୦୦୨ ବିଶ୍ୱକପରେ ଅଷ୍ଟ୍ରେଲିଆର କାମେରନ୍ ହ୍ୱାଇଟ୍ ୮ ମ୍ୟାଚରେ ୧ ଶତକ ସହ ୪୨୩ ଏବଂ ୨୦୦୨ରେ ୱେଷ୍ଟଇଣ୍ଡିଜର ଡିଜେ ପେଗନ୍ ୭ ମ୍ୟାଚରେ ୧ ଶତକ ସହ ୪୨୧ ରନ୍ କରିଥିଲା।

Advertisment

ସୂଚନାଯୋଗ୍ୟ, ଆଇପିଏଲ୍ ନିଲାମ ପାଇଁ ବିସିସିଆଇ ନିକଟରେ ୫୯୦ ଜଣିଆ ଚୂଡ଼ାନ୍ତ ତାଲିକା ଜାରି କରିଥିଲେ। ଏଥିରେ ଡିୱାଲ୍ଡ ବ୍ରେଭିସଙ୍କ ନାଁ ସାମିଲ୍ ଅଛି। ଏହି ଦକ୍ଷିଣ ଆଫ୍ରିକା ଖେଳାଳିଙ୍କର ବେସ ପ୍ରାଇସ୍ ୨୦ ଲକ୍ଷ ଟଙ୍କା ରହିଛି। ଅଣ୍ଡର୍-୧୯ ବିଶ୍ୱକପରେ ଦମଦାର ପ୍ରଦର୍ଶନ ପରେ ବ୍ରେଭିସଙ୍କୁ ନିଲାମରେ ଭଲ ମୂଲ୍ୟ ମିଳିପାରେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe