Advertisment

ଚହଲଙ୍କ ଛାଡ଼ପତ୍ର ଚର୍ଚ୍ଚା: ମୁହଁ ଖୋଲିଲେ ଧନଶ୍ରୀ

ବେଶ୍‌ କିଛି ଦିନ ହେବ ୟୁଜବେନ୍ଦ୍ର ଚହଲ ଓ ଧନଶ୍ରୀଙ୍କ ଛାଡ଼ପତ୍ର ହେବାକୁ ଯାଉଥିବା ନେଇ ସୋଶାଲ ମିଡିଆରେ ଖବର ଭାଇରାଲ ହେଉଛି।

ଅଦ୍ୟତନ ହୋଇଛି
Chahal and Dhanashree

Chahal and Dhanashree

Advertisment

କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ସାମିଙ୍କ ପରେ ଏବେ ଦଳର ଷ୍ଟାର୍‌ ସ୍ପିନ୍‌ର ୟୁଜବେନ୍ଦ୍ର ଚହଲଙ୍କ ଛାଡପତ୍ରଙ୍କୁ ନେଇ ଜୋରଦାର ଚର୍ଚ୍ଚା ପତ୍ନୀ ଧନଶ୍ରୀଙ୍କ ସହ ତାଙ୍କର କୁଆଡେ ଆଉ ସମ୍ପର୍କ ଭଲ ନାହିଁ। ଦୁହିଁଙ୍କ ମଧ୍ୟରେ ସୃଷ୍ଟି ହୋଇଗଲାଣି। ଏପରିକୁ ଦୁହେଁ ଛାଡପତ୍ର ନେବା ନେଇ ମଧ୍ୟ ସୋଶାଲ ମିଡିଆରେ ଖରବ ଭାଇରାଲ ହେଉଛି। ଏସବୁ ଭିତରେ ଏବେ ମୁହଁ ଖୋଳିଛନ୍ତି ୟୁଜିଙ୍କ ପତ୍ନୀ ଧନଶ୍ରୀ।

Advertisment

ନିକଟରେ ୟୁଜବେନ୍ଦ୍ର ଚହଲ ଓ ଧନଶ୍ରୀ ସୋଶାଲ ମିଡିଆରେ ପରସ୍ପରକୁ ଅନଫଲୋ କରିଥିଲେ। ଏପରିକି ଦୁହେଁ ନିଜ ନିଜ ଆକାଉଣ୍ଟରୁ ଫଟୋ ମଧ୍ୟ ଡିଲିଟ୍‌ କରିଦେଇଛନ୍ତି। ଏହାକୁ ନେଇ ଉଭୟଙ୍କ ଛାଡ଼ପତ୍ର ନେବା ଚର୍ଚ୍ଚା ଆହୁରି ଜୋର ଧରିଥିଲା। ଏବେ ଧନଶ୍ରୀ ବର୍ମା ପ୍ରଥମ ଥର ପାଇଁ ଛାଡ଼ପତ୍ର ଖବର ସାମ୍ନାକୁ ଆସିବା ପରେ ନୀରବତା ଭାଙ୍ଗିଛନ୍ତି। ସେ ସୋଶାଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଟ୍ରୋଲର୍ସଙ୍କ ଉପରେ ବର୍ଷିଛନ୍ତି।

ସେ କହିଛନ୍ତି, 'ମୋ ନୀରବତା ହେଉଛି ମୋର ଶକ୍ତି। ଗତ କିଛି ଦିନ ମୋ ପରିବାର ଏବଂ ମୋ ପାଇଁ ବହୁତ କଷ୍ଟଦାୟକ ଥିଲା। ପ୍ରକୃତରେ ଚିନ୍ତାଜନକ ବିଷୟ ହେଉଛି ଭିତ୍ତିହୀନ ଲେଖା ମାଧ୍ୟମରେ ମୋତେ ବଦନାମ କରାଯାଉଛି। ତଥ୍ୟହୀନ ଏବଂ ଘୃଣା ପ୍ରସାର କରାଯାଉଛି। ସତ ନ ଜାଣି ମୋ ଚରିତ୍ର ହରଣ କରାଯାଉଛି। ଯେଉଁଥିପାଇଁ ମତେ ଟ୍ରୋଲ କରାଯାଉଛି।'

Advertisment
Dhanashri and Chahal ୟୁଜବେନ୍ଦ୍ର ଓ ଧନଶ୍ରୀ, ସେୟାର କରିଥିବା ପୋଷ୍ଟ

ସେ ଆହୁରି କହିଛନ୍ତି, 'ମୁଁ ବର୍ଷ ବର୍ଷ ଧରି କଠିନ ପରିଶ୍ରମ କରି ମୋର ନାମ ଏବଂ ସଚ୍ଚୋଟତା ସୃଷ୍ଟି କରିଥିଲି। କିନ୍ତୁ ଏବେ ମୋତେ ବଦନାମ କରିବାକୁ ଚେଷ୍ଟା କରାଯାଉଛି। ମୋ ମୁହଁ ଦେଖିନଥିବା ଲୋକେ ମୋର ଚରିତ୍ର ଉପରେ ଆଙ୍ଗୁଠି ଉଠାଉଛନ୍ତି। ମୋର ନୀରବତାକୁ ମୋର ଦୁର୍ବଳତା ଭାବନ୍ତୁ ନାହିଁ, ଏହା ମୋର ଶକ୍ତି। ମୁଁ ମୋସଚ୍ଚୋଟତା ସହ ଆଗକୁ ବଢ଼ୁଛି। ସତକୁ କାହା ଜଷ୍ଟିଫିକେସନର ଆବଶ୍ୟକତା ନାହିଁ।'

ଉଲ୍ଲେଖଯୋଗ୍ୟ, ୟୁଜବେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମା ଛାଡ଼ପତ୍ରକୁ ନେଇ ଏପର୍ଯ୍ୟନ୍ତ ଅନୁଷ୍ଠାନିକ ରୂପେ କୌଣସି ଘୋଷଣା କରିନାହାନ୍ତି। କିନ୍ତୁ ଉଭୟ ଅଲଗା ହୋଇଥିବା କଥା ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏହି ଚର୍ଚ୍ଚା ୨୦୨୨ରୁ ଆରମ୍ଭ ହେଲାଣି। ଧନଶ୍ରୀ ନିଜ ନାମରୁ ଚହଲ ଉପନାମ ହଟାଇବା ପରେ ଛାଡ଼ପତ୍ର ଚର୍ଚ୍ଚା ଆରମ୍ଭ ହୋଇଥିଲା।

ଏକ ଡ୍ୟାନ୍ସ କ୍ଲାସ୍‌ରେ ଧନଶ୍ରୀଙ୍କୁ ପ୍ରଥମେ ଭେଟିଥିଲେ ୟୁଜବେନ୍ଦ୍ର ଚହଲ। ସେବେଠାରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହାପରେ ୨୦୨୦ କରୋନା ଲକଡାଉନ୍‌ ବେଳେ ଉଭୟ ବିବାହ କରିଥିଲେ।

Yuzvendra Chahal Dhanashree Verma Divorce Rumours
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe