ଧୱନ ଧମାକା, ଚେନ୍ନାଇକୁ ହଟାଇ ଶୀର୍ଷରେ ଦିଲ୍ଲୀ

ଅହମ୍ମଦାବାଦ: ଶିଖର୍ ଧୱନଙ୍କ ଦମଦାର ଇନିଂସ୍ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ରବିବାର ଖେଳାଯାଇଥିବା ଆଇପିଏଲର ୨୯ତମ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ୭ ୱିକେଟରେ ପରାସ୍ତ କରିଛି । ଏହି ବିଜୟ ସହ ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି । ଅନ୍ୟପକ୍ଷରେ ଶୀର୍ଷରେ ଥିବା ଚେନ୍ନାଇ ସୁପର୍ କିଙ୍ଗସ୍ ଦ୍ୱିତୀୟକୁ ଖସି ଆସିଛି । ଆଜି ମ୍ୟାଚରେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି କ୍ୟାପଟେନ୍ ମୟଙ୍କ ଅଗ୍ରୱାଲଙ୍କ ଅପରାଜିତ ୯୯ ରନ୍ ବଳରେ ନିର୍ଦ୍ଧାରିତ ୨୦ […]

delhi-capitals

delhi-capitals

Ranjit Kumar Jena
  • Published: Monday, 03 May 2021
  • Updated: 03 May 2021, 12:27 AM IST

Sports

Latest News

ଅହମ୍ମଦାବାଦ: ଶିଖର୍ ଧୱନଙ୍କ ଦମଦାର ଇନିଂସ୍ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ରବିବାର ଖେଳାଯାଇଥିବା ଆଇପିଏଲର ୨୯ତମ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ୭ ୱିକେଟରେ ପରାସ୍ତ କରିଛି । ଏହି ବିଜୟ ସହ ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି । ଅନ୍ୟପକ୍ଷରେ ଶୀର୍ଷରେ ଥିବା ଚେନ୍ନାଇ ସୁପର୍ କିଙ୍ଗସ୍ ଦ୍ୱିତୀୟକୁ ଖସି ଆସିଛି ।

ଆଜି ମ୍ୟାଚରେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି କ୍ୟାପଟେନ୍ ମୟଙ୍କ ଅଗ୍ରୱାଲଙ୍କ ଅପରାଜିତ ୯୯ ରନ୍ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୬୬ ରନ୍ କରିଥିଲା । ଜବାବରେ ଦିଲ୍ଲୀ ୧୭.୪ ଓଭରରେ ମାତ୍ର ୩ ୱିକେଟ୍ ହରାଇ ଏହି ଲକ୍ଷ୍ୟ ହାସଲ କରି ନେଇଛି । ଦିଲ୍ଲୀ ପକ୍ଷରୁ ଧୱନ୍ ସର୍ବାଧିକ ୬୯ (୪୭ ବଲ୍‌, ୬ ଚୌକା, ୨ ଛକା) ରନ୍ ଓ ଶିମରନ୍ ହେଟମେୟର୍ ୧୬ (୪ ବଲ୍‌, ୧ ଚୌକା, ୨ ଛକା) ରନ୍ କରି ଅପରାଜିତ ଥିଲେ ।

୧୬୭ ରନର ଟାର୍ଗେଟକୁ ପିଛା କରୁଥିବା ଦିଲ୍ଲୀକୁ ଭଲ ଆରମ୍ଭ ଦେଇଥିଲେ ଓପ୍ନର ପୃଥ୍ୱୀ ଶ’ ଓ ଧୱନ୍ । ଦୁହେଁ ପ୍ରଥମ ୱିକେଟ୍ ପାଇଁ ୬୨ ରନ୍ ଯୋଡ଼ିଥିଲେ । ପୃଥ୍ୱୀ ମାତ୍ର ୨୨ ବଲରେ ୩ ଚୌକା ଓ ୩ ଛକା ସହ ୩୯ ରନ୍ କରି ଆଉଟ୍ ହୋଇଥିଲେ । ତାଙ୍କ ସ୍ଥାନରେ ଆସିଥିବା ଷ୍ଟିଭ୍ ସ୍ମିଥ୍ ୨୫ ରନର ଉପଯୋଗୀ ଇନିଂସ୍ ଖେଳି ପ୍ୟାଭିଲିୟନ୍ ଫେରିଥିଲେ । କ୍ୟାପଟେନ୍ ଋଷଭ ପନ୍ତ ୧୪ ରନ୍ କରି କ୍ରିସ୍ ଜୋର୍ଡାନଙ୍କ ଶିକାର ହୋଇଥିଲେ । ତେବେ ଧୱନ ଓ ହେଟମେୟରଙ୍କ ଯୋଡ଼ି ଟିମକୁ ଜିତାଇଥିଲେ ।

ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ନିୟମିତ କ୍ୟାପଟେନ୍ ଲୋକେଶ ରାହୁଲଙ୍କ ଅନୁପସ୍ଥିତି ଅନୁଭୂତ କରିଥିଲା । ହେଲେ ତାଙ୍କ ସ୍ଥାନରେ ଟିମର ନେତୃତ୍ୱ ନେଉଥିବା ମୟଙ୍କ ଆକର୍ଷଣୀୟ ବ୍ୟାଟିଂ କରିଥିଲେ । ତାଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିପାରିନଥିଲେ । ମୟଙ୍କ ୫୮ ବଲରେ ୮ ଚୌକା ଓ ୪ ଛକା ସହ ୯୯ ରନ୍ କରି ଅପରାଜିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡେୱିଡ୍ ମଲାନ୍ ୨୬, ପ୍ରବସିମରନ୍ ୧୨, କ୍ରିସ୍ ଗେଲ୍ ୧୩ ରନ୍ କରିଥିଲେ । ତେବେ ବାକି ବ୍ୟାଟ୍ସମ୍ୟାନ୍ ଯଥା ଦୀପକ ହୁଡ୍ଡା (୧), ଶାହରୁଖ୍ ଖାନ୍ (୪), କ୍ରିସ୍ ଜୋର୍ଡାନ୍ (୨) ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଦିଲ୍ଲୀ ପକ୍ଷରୁ କାଗିସୋ ରବାଡା ୩ଟି ୱିକେଟ୍ ନେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story