Advertisment

୯ ବର୍ଷ ପରେ ଅଲଗା ହେଲେ ଧୱନ ଦମ୍ପତି

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଓପନର ଶିଖର ଧୱନ ଓ ପତ୍ନୀ ଆୟେଶା ମୁଖାର୍ଜୀଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଛି। ଏ ସମ୍ପର୍କରେ ନିଜେ ଆୟେଶା ଇନଷ୍ଟାଗ୍ରାମରେ ଭାବବିହ୍ୱଳ ପୋଷ୍ଟ ଜରିଆରେ ସମଗ୍ର ଦେଶକୁ ଏ ଖବର ଦେଇଛନ୍ତି। ଟି-୨୦ ବିଶ୍ୱକପ ପାଇଁ କିଛି ଦିନ ମଧ୍ୟରେ ଟିମ୍‌ ଘୋଷଣା ହେବାକୁ ଥିବା ବେଳେ ଧୱନଙ୍କୁ ବ୍ୟକ୍ତିଗତ ଜୀବନରେ ଏପରି ଘଟଣା ଘଟିଛି। ଉଭୟ ପ୍ରାୟ ୯ ବର୍ଷ ଧରି ଏକାଠି ରହିବା ପରେ ଶେଷରେ ଅଲଗା ହୋଇଯାଇଛନ୍ତି। […]

ଅଦ୍ୟତନ ହୋଇଛି
୯ ବର୍ଷ ପରେ ଅଲଗା ହେଲେ ଧୱନ ଦମ୍ପତି

Dhawan

Advertisment

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଓପନର ଶିଖର ଧୱନ ଓ ପତ୍ନୀ ଆୟେଶା ମୁଖାର୍ଜୀଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଛି। ଏ ସମ୍ପର୍କରେ ନିଜେ ଆୟେଶା ଇନଷ୍ଟାଗ୍ରାମରେ ଭାବବିହ୍ୱଳ ପୋଷ୍ଟ ଜରିଆରେ ସମଗ୍ର ଦେଶକୁ ଏ ଖବର ଦେଇଛନ୍ତି।

Advertisment

ଟି-୨୦ ବିଶ୍ୱକପ ପାଇଁ କିଛି ଦିନ ମଧ୍ୟରେ ଟିମ୍‌ ଘୋଷଣା ହେବାକୁ ଥିବା ବେଳେ ଧୱନଙ୍କୁ ବ୍ୟକ୍ତିଗତ ଜୀବନରେ ଏପରି ଘଟଣା ଘଟିଛି। ଉଭୟ ପ୍ରାୟ ୯ ବର୍ଷ ଧରି ଏକାଠି ରହିବା ପରେ ଶେଷରେ ଅଲଗା ହୋଇଯାଇଛନ୍ତି।

Shikhar Dhawan, Ayesha Mukherjee part ways after 8 years of marriage – Reportr Door - Reportr Door

ମେଲବର୍ଣ୍ଣର ବକ୍ସର ଆୟେଶାଙ୍କୁ ଶିଖର ଧୱନ ୨୦୧୨ରେ ପ୍ରେମ ବିବାହ କରିଥିଲେ। ଆୟେଶା ପୂର୍ବରୁ ବିବାହ କରିଥିଲେ। ପ୍ରଥମ ସ୍ୱାମୀଙ୍କ ଠାରୁ ତାଙ୍କର ଦୁଇ କନ୍ୟା ସନ୍ତାନ ମଧ୍ୟ ଜନ୍ମ ନେଇଥିଲେ। ଧୱନ ସମସ୍ତଙ୍କୁ ଆପଣାଇ ନେଇଥିଲେ। ଧୱନ ଓ ଆୟେଶାଙ୍କର ଗୋଟିଏ ପୁତ୍ର ସନ୍ତାନ ରହିଛନ୍ତି। ତାଙ୍କ ନାଁ ଜୋରାଭର।

Advertisment

ଆୟେଶା ଓ ଧୱନଙ୍କ ମଧ୍ୟରେ ଭଲ ପାଇବେ ଏତେ ଅଧିକ ଥିଲା ଯେ ଉଭୟ ସବୁଆଡ଼େ ଏକାଠି ଯାଉଥିଲେ। ଧୱନଙ୍କ ପ୍ରତିଟି ମ୍ୟାଚ୍‌ରେ ଆୟେଶା ଉପସ୍ଥିତ ରହୁଥିଲେ। କିନ୍ତୁ ଆଜି ଆୟେଶା ଇନଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟ କରି ବିବାହ ବିଚ୍ଛେଦ ସମ୍ପର୍କରେ ସୂଚନା ଦେଇଛନ୍ତି।

Shikhar Dhawan gets divorced, part ways with Ayesha Mukherjee after eight years of marriage - Pro Digital Seva

୨୦୧୨ରେ ଧୱନ ଓ ଆୟେଶା ବିବାହ କରିବା ପରେ ୨୦୧୪ରେ ଦମ୍ପତିଙ୍କର ପୁତ୍ର ସନ୍ତାନ ଜନ୍ମ ହୋଇଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଶିଖର ଧୱନଙ୍କ ବୟସ ୩୫ ହୋଇଥିବା ବେଳେ ଆୟେଶାଙ୍କ ବୟସ ୪୬ ବର୍ଷ।


ଆୟେଶା ଇନଷ୍ଟାଗ୍ରାମରେ ବିବାହ ବିଚ୍ଛେଦ ସମ୍ପର୍କରେ ପୋଷ୍ଟ କରି କହିଛନ୍ତି, "ଥରେ ଛାଡ଼ପତ୍ର ହେବା ପରେ ଲାଗୁଥିଲା ଯେ ଦ୍ୱିତୀୟ ଥର ଅନେକ କିଛି ବାଜିରେ ଲାଗିଛି। ମୋତେ ଅନେ କିଛି ପ୍ରମାଣ କରିବାକୁ ପଡ଼ିବ। ତେଣୁ ଯେତେବେଳେ ମୋର ଦ୍ୱିତୀୟ ବିବାହ ବିଚ୍ଛେଦ ହେଲା, ତା’ହା ଅତ୍ୟନ୍ତ ଭୟଙ୍କର ଥିଲା। ମୁଁ ଭାବୁଥିଲି ଛାଡ଼ପତ୍ର ଗୋଟିଏ ଖରାପ ଶବ୍ବ। କିନ୍ତୁ ମୋର ଦୁଇଥର ଛାଡ଼ପତ୍ର ହୋଇଗଲା।”

Shikhar Dhawan and Ayesha Mukherjee married in 2012, have a son and two daughters

ଆୟେଶା ପ୍ରଥମେ ଜଣେ ଅଷ୍ଟ୍ରେଲୀୟ ବ୍ୟବସାୟୀଙ୍କୁ ବିବାହ କରିଥିଲେ। ପ୍ରଥମ ବିବାହରୁ ଆୟେଶାଙ୍କର ଦୁଇଟି ଝିଅ ଅଛନ୍ତି। ତାଙ୍କର ପ୍ରଥମ ଝିଅ ୨୦୦୦ ମସିହାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ନାଁ ଆଲିଆ। ୨୦୦୫ରେ ତାଙ୍କର ରେହା ନାଁରେ ଦ୍ୱିତୀୟ କନ୍ୟା ସନ୍ତାନ ଜନ୍ମ ଗ୍ରହଣ କରିଥିଲେ।

Indian Cricket Team Shikhar Dhawan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe