Advertisment

ନିଜର ଆଇପିଏଲ ଭବିଷ୍ୟତ ଓ ଆଣ୍ଠୁ ସମସ୍ୟା ନେଇ ବଡ଼ ବୟାନ ଦେଲେ ମହେନ୍ଦ୍ର ସିଂହ ଧୋନି

୨୦୨୩ ଆଇପିଏଲ ବେଳେ ସେ ଆଣ୍ଠୁ ଜନିତ ସମସ୍ୟାରେ ପଡ଼ିଥିଲେ ହେଁ ସବୁ ମ୍ୟାଚ୍‌ ଖେଳିଥିଲେ।

‌Dhoni

‌Dhoni

Advertisment

ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ନିଜର ଆଣ୍ଠୁ ଜନିତ ସମସ୍ୟା ଓ ଆଇପିଏଲକୁ ଫେରିବା ନେଇ ବଡ଼ ତଥ୍ୟ ଦେଇଛନ୍ତି। ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସର କମାଣ ଆରମ୍ଭରୁ ଧରିଥିବା ଧୋନି ଦଳକୁ ଏକାଧିକ ଥର ଚାମ୍ପିୟନ କରିଛନ୍ତି। ୨୦୨୩ ଆଇପିଏଲ ବେଳେ ସେ ଆଣ୍ଠୁ ଜନିତ ସମସ୍ୟାରେ ପଡ଼ିଥିଲେ ହେଁ ସବୁ ମ୍ୟାଚ୍‌ ଖେଳିଥିଲେ।

Advertisment

ତାଙ୍କ ଦଳ ମଧ୍ୟ ୫ମଥର ଟ୍ରଫି କବଜା କରିଥିଲା। ଆଇପିଏଲ ଶେଷ ହେବା ପରେ ଧୋନି ନିଜର ଆଣ୍ଠୁ ସମସ୍ୟା କଥା ସମସ୍ତଙ୍କୁ ଜଣାଇବା ସହ ଏହାର ଅପରେସନ ମଧ୍ୟ କରାଇଥିଲେ।

ଆଣ୍ଠୁ ଅପରେସନ କରିଥିବାରୁ ସେ ୨୦୨୪ ଆଇପିଏଲ ଖେଳିବେ କି ନାହିଁ? ଏବେ ତାଙ୍କ ସମସ୍ୟା କେତେ ଗୁରୁତର ରହିଛି ଆଦି ବିଷୟରେ ଜାଣିବା ପାଇଁ ସମସ୍ତେ ଆଗ୍ରହ ଦେଖାଇ ଚାଲିଛନ୍ତି।

Advertisment

ଏସବୁ ଭିତରେ ଧୋନି ତାଙ୍କର ଆଇପିଏଲ ଭବିଷ୍ୟତ ଓ ଆଣ୍ଠୁ ସମସ୍ୟା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଛନ୍ତି। ୨୬ ତାରିଖରେ ବେଙ୍ଗାଲୁରୁ ଠାରେ ଧୋନି ଗୋଟିଏ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ସମୟରେ ୪୨ ବର୍ଷୀୟ ଧୋନି ନିଶ୍ଚିତ କରିଛନ୍ତି ଯେ ନଭେମ୍ବର ସୁଦ୍ଧା ସଂପୂର୍ଣ୍ଣ ଫିଟ ହୋଇଯିବେ।

ସେ କହିଛନ୍ତି, “ଅପରେସନକୁ ଆଣ୍ଠୁ ଗ୍ରହଣ କରିଛି। ଏବେ ରି-ହାବ ପ୍ରକ୍ରିୟାରେ ରହିଛି। ଡାକ୍ତରମାନେ ମୋତେ କହିଛନ୍ତି ଯେ ନଭେମ୍ବର ସୁଦ୍ଧା ମୁଁ ଆହୁରି ସୁସ୍ଥ ଅନୁଭବ କରିବି। କିନ୍ତୁ ଏବେ ମୋର ଦୈନନ୍ଦିନ ଜୀବନରେ କୌଣସି ପ୍ରକାରର ଅସୁବିଧା ହେଉନାହିଁ। ସବୁ କିଛି ଠିକ ଠାକ ଚାଲିଛି। 

ଧୋନି ଆହୁରି କହିଛନ୍ତି ଯେ କେବଳ ଜଣେ ଭଲ କ୍ରିକେଟର ଭାବେ ସେ ପରିଚିତ ହୋଇ ରୁହନ୍ତୁ ବୋଲି ଚାହାନ୍ତି ନାହିଁ। ଭଲ କ୍ରିକେଟର ବ୍ୟତୀତ ସେ ଜଣେ ଭଲ ମଣିଷ ଭାବେ ନିଜର ଛାପ ଛାଡ଼ିବାକୁ ଚାହାନ୍ତି।

ସେ କହିଛନ୍ତି, “ଆପଣମାନେ ଭଲ ଜାଣିଛନ୍ତି ଯେ ‌ଆରମ୍ଭରୁ ମୋର ଏକମାତ୍ର ଲକ୍ଷ୍ୟ ରହିଛି ଯେ ମୋତେ କେବଳ ଲୋକମାନେ ଭଲ କ୍ରିକେଟର ଭାବେ ମନେ ରଖନ୍ତୁ ନାହିଁ। ମୁଁ ସବୁବେଳେ କହିଛି ଯେ ମୋତେ ସମସ୍ତେ ଭଲ ମଣିଷଟିଏ ଭାବେ ମନେ ରଖନ୍ତୁ। ଆପଣମାନେ ଜାଣଛନ୍ତି, ଯଦି ଆପଣଙ୍କୁ ଭଲ ମଣିଷ ହେବାର ଅଛି, ତା’ହେଲେ ଏହି ପ୍ରକ୍ରିୟା ମୃତ୍ୟୁ ଯାଏ ଚାଲିବ।”

ଧୋନି କହିଛନ୍ତି ଯେ “ମୁଁ କେବଳ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛି। ଆଉ କେଉଁଠି ବି ଅବସର ନେଇ ନାହିଁ।” ତେଣୁ ସେ ୨୦୨୪ ଆଇପିଏଲରେ ଖେଳିବେ ବୋଲି ନିଶ୍ଚିତ କରିଛନ୍ତି।

ଏହାପୂର୍ବରୁ ୨୦୨୩ ଆଇପିଏଲର ଫାଇନାଲ ଜିତିବା ପରେ ମଧ୍ୟ ଧୋନି ୨୦୨୪ ଆଇପିଏଲ ଖେଳିବେ ବୋଲି ସମସ୍ତଙ୍କୁ କଥା ଦେଇଥିଲେ। ସେ କହିଥିଲେ, “ବର୍ତ୍ତମାନ ପରିସ୍ଥିତି ଯାହା, ଏବେ ଅବସର ଘୋଷଣା କରିବା ଉପଯୁକ୍ତ ସମୟ। ଧନ୍ୟବାଦ ଜଣାଇ ଅବସର ନେବା ପାଇଁ ମୋ ପାଖରେ ଠିକ ସମୟ ଆସିଛି। କିନ୍ତୁ ଚେନ୍ନାଇ ସୁପର କିଙ୍ଗସର ଫ୍ୟାନ୍ସଙ୍କ ଠାରୁ ମୁଁ ଯେଉଁ ଭଲ ପାଇବା ପାଇଛି, ଆଉ ଗୋଟିଏ ସିଜିନ ଖେଳିବା ସେମାନଙ୍କ ପାଇଁ ଉପହାର ସଦୃଶ ହେବ।” 

IPL MS Dhoni CSK
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe