Advertisment

ସିଏସକେ ସହ ନିଜର ଭବିଷ୍ୟତକୁ ନେଇ ବଡ଼ ସୂଚନା ଦେଲେ ମହେନ୍ଦ୍ର ସିଂହ ଧୋନି

ଆଇପିଏଲର ପ୍ରଥମ ସଂସ୍କରଣ ଅର୍ଥାତ ୨୦୦୮ରୁ ଧୋନି ସିଏସକେ ସହ ରହିଛନ୍ତି। ତାଙ୍କ କ୍ୟାପ୍ଟେନ୍ସିରେ ଚେନ୍ନାଇ ୫ ଥର ଆଇପିଏଲ ଟ୍ରଫି ଜିତିଛି।

author-image
Hemant Lenka
Dhoni

Dhoni

ଆଇପିଏଲରେ ମହେନ୍ଦ୍ର ସିଂହ ଧୋନିଙ୍କ ଭବିଷ୍ୟତକୁ ନେଇ ଅନେକ ଆଲୋଚନା ଓ ଚର୍ଚ୍ଚା ଚାଲିଛି। ଆଗାମୀ ଆଇପିଏଲରେ ଧୋନି ଚେନ୍ନାଇ ସୁପର କିଙ୍ଗସ ପାଇଁ ଖେଳିବେ କି ନାହିଁ, ତା’କୁ ନେଇ ସସପେନ୍ସ ଲାଗି ରହିଛି। ୨୦୨୫ ଆଇପିଏଲରେ ସିଏସକେର ଅଧିନାୟକ ଋତୁରାଜ ଗାଏକ୍ୱାଡ ଆହତ ହେବାରୁ ଧୋନି ପୁଣି ଦଳର କମାଣ ସମ୍ଭାଳିଥିଲେ। କିନ୍ତୁ ପୂରା ସଂସ୍କରଣରେ ଧୋନିଙ୍କ ଆଇପିଏଲ ଅବସରକୁ ନେଇ ବେଶ ବିତର୍କ ହୋଇଥିଲା।

Advertisment

ଅବସର ଚର୍ଚ୍ଚା ଜୋର ଧରିଥିବା ବେଳେ ଧୋନି କିମ୍ବା ସିଏସକେ ପକ୍ଷରୁ ଏନେଇ ଏଯାଏ କୌଣସି ଘୋଷଣା କରାଯାଇ ନାହିଁ। ଧୋନି ନିଜର ଭବିଷ୍ୟତ ଯୋଜନାକୁ ଅତ୍ୟନ୍ତ ଗୋପନ ରଖିଛନ୍ତି। ନିକଟରେ ଭେଟରାନ କ୍ରିକେଟର ଧୋନିଙ୍କୁ ସିଏସକେରେ ତାଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ କରାଯାଇଥିଲା। ପ୍ରଶ୍ନ ଶୁଣିବା ପରେ ଧୋନି ବଡ଼ ସୂଚନା ଦେଇଛନ୍ତି। ହେଲେ ନିଜର ଭବିଷ୍ୟତ ଯୋଜନା ଉପରୁ ପରଦା ହଟାଇ ନାହାନ୍ତି। 

ସେ କହିଛନ୍ତି, “ମୁଁ ସବୁବେଳେ କହି ଆସିଛି ଯେ ଭବିଷ୍ୟତର ନିଷ୍ପତ୍ତି ନେବା ପାଇଁ ମୋ ପା‌ଖରେ ବହୁତ ସମୟ ରହିଛି। କିନ୍ତୁ ଆପଣ ଯଦି ହଳଦିଆ ଜର୍ସିରେ ଆସିବା କଥା ପଚାରିବେ, ତା’ହେଲେ ମୁଁ ସବୁବେଳେ ହଳଦିଆ ଜର୍ସିରେ ରହିବି। ଖେଳେ କି ନ ଖେଳେ, ସେଇଟା ଭିନ୍ନ କଥା। ମୁଁ ଓ ସିଏସକେ ସବୁବେଳେ ଏକାଠି। ଏପରି କି ଆଗାମୀ ୧୫ରୁ ୨୦ ବର୍ଷ ଆମେ ଏକାଠି ରହିବୁ। ମୋର ଆଶା ଆଗାମୀ ୧୫ରୁ ୨୦ ବର୍ଷ ମୁଁ ଖେଳିବି ବୋଲି ସେମାନେ ଭାବିବେ ନାହିଁ।” ଏହାଶୁଣି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଲୋକମାନେ ବିଶେଷ କରି ସିଏସକେ ଫ୍ୟାନ୍ସ ବେଶ ଉତ୍ସାହିତ ହୋଇ ପଡ଼ିଥିଲେ।

Advertisment

ଆଇପିଏଲର ପ୍ରଥମ ସଂସ୍କରଣ ଅର୍ଥାତ ୨୦୦୮ରୁ ଧୋନି ସିଏସକେ ସହ ରହିଛନ୍ତି। ତାଙ୍କ କ୍ୟାପ୍ଟେନ୍ସିରେ ଚେନ୍ନାଇ ୫ ଥର ଆଇପିଏଲ ଟ୍ରଫି ଜିତିଛି। ଧୋନି ଚେନ୍ନାଇ ସହ ସୃଷ୍ଟି ହୋଇଥିବା ନିବିଡ଼ତା ସମ୍ପର୍କଆ ମଧ୍ୟ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, “ମୁଁ ଭାବୁଛି ବର୍ଷ ବିତିବା ସହ ସମ୍ପର୍କ ଆହୁରି ନିବିଡ଼ ହୋଇଛି। ଏହା ମୋତେ ଜଣେ ବ୍ୟକ୍ତି ହେବାରେ ଗଢ଼ି ତୋଳିବାରେ ସହାୟତା କରିଛି। ଏହା ମୋତେ ଜଣେ କ୍ରିକେଟର ହିସାବରେ ଆଗକୁ ଯିବା ପାଇଁ ପ୍ରେରଣା ଦେଇଛି। ମୁଁ ଭାବୁଛି ଏହା ଚେନ୍ନାଇ ପାଇଁ ଭଲ। ଏହା ଆଜି ମୋ ପାଇଁ ମଧ୍ୟ ଭଲ।”

୨୦୨୫ ଆଇପିଏଲରେ ଚେନ୍ନାଇ ପିଏଣ୍ଟ ଟେବୁଲର ସବୁଠାରୁ ତଳେ ରହି ନିଜର ଅଭିଯାନ ଶେଷ କରିଥିଲା। ଏ ସମ୍ପର୍କରେ ଧୋନି କହିଛନ୍ତି, “ହଁ, ବିଗତ କିଛି ବର୍ଷ ଆମ ପାଇଁ ଭଲ ଯାଇ ନାହିଁ। ଆମେ ଦକ୍ଷତା ଅନୁସାରେ ପ୍ରଦର୍ଶନ କରିପାରି ନାହୁଁ। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆମେ ଶିଖିବାକୁ ଚେଷ୍ଟା କରିଛୁ। ହଁ, ଆମ ପାଇଁ ଗୋଟିଏ ଖରାପ ସଂସ୍କରଣ ଥିଲା। କିନ୍ତୁ କ’ଣ ଭୁଲ ହେଲା? ଏହି ପ୍ରଶ୍ନ ଆମ ପାଇଁ ଗତବର୍ଷ ଥିଲା?”

IPL MS Dhoni CSK