/odisha-reporter/media/post_attachments/uploads/2020/09/ipl3.jpg)
ipl3
ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ପରେ ୪୩୭ ଦିନ ଧରି କୌଣସି ମ୍ୟାଚ୍ ଖେଳି ନଥିବା କ୍ୟାପଟେନ୍ କୁଲ୍ ଶନିବାର ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଭାବେ ଶତକୀୟ ବିଜୟ ହାସଲ କରିଛନ୍ତି। ଆଇପିଏଲ-୧୩ର ଉଦଘାଟନୀ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନସକୁ ପାଞ୍ଚ ୱିକେଟର ପରାସ୍ତ କରିବା ସହ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି ମହେନ୍ଦ୍ର ସିଂହ ଧୋନି।
Advertisment
ଏହା ସହ ମୁମ୍ବାଇ ଇଣ୍ଡିଆନସ ଠାରୁ ଲଗାତର ପାଞ୍ଚଟି ପରାଜୟ ପରେ ଦଳକୁ ବିଜୟର ସ୍ୱାଦ ମଧ୍ୟ ଦେଇଛନ୍ତି।
ସୂଚନାଯୋଗ୍ୟ, ଏହି ପୂର୍ବତନ ଭାରତୀୟ ଅଧିନାୟକ ଗତ ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ଅସବର ଘୋଷଣା କରିଥିଲେ ହେଁ ଆଇପିଏଲ ଖେଳିବା ଜାରି ରଖିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
