Advertisment

ବିରାଟଙ୍କ ବିରଳ କ୍ଲବରେ ସାମିଲ ହେଲେ ଧୋନି

ମୁମ୍ବାଇ: ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଆଜି ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ପ୍ରଥମ କ୍ରିକେଟର ଭାବେ ଚେନ୍ନାଇ ପାଇଁ ଆଜି ଆଇପିଏଲରେ ୨୦୦ତମ ମ୍ୟାଚ୍ ଖେଳିବାର ରେକର୍ଡ କରିଛନ୍ତି। ମୋଟ ଉପରେ ଧୋନି ଏଯାଏ ଆଇପିଏଲରେ ୨୩୦ ମ୍ୟାଚ୍ ଖେଳିଛନ୍ତି। ହେଲେ ଏହା ମଧ୍ୟରୁ ୩୦ଟି ମ୍ୟାଚ୍‌ ସେ ୨୦୧୬ ଓ ୨୦୧୭ରେ ପୁଣେ ରାଇଜିଂ ପୁଣେ ସୁପର ଜିଆଣ୍ଟ ପାଇଁ ଖେଳିଥିଲେ। କାରଣ ୨୦୧୬ ଓ ୨୦୧୭ରେ ମ୍ୟାଚ୍ ଫିକ୍ସିଂ […]

ଅଦ୍ୟତନ ହୋଇଛି
ବିରାଟଙ୍କ ବିରଳ କ୍ଲବରେ ସାମିଲ ହେଲେ ଧୋନି

dhoni

Advertisment

ମୁମ୍ବାଇ: ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଆଜି ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ପ୍ରଥମ କ୍ରିକେଟର ଭାବେ ଚେନ୍ନାଇ ପାଇଁ ଆଜି ଆଇପିଏଲରେ ୨୦୦ତମ ମ୍ୟାଚ୍ ଖେଳିବାର ରେକର୍ଡ କରିଛନ୍ତି। ମୋଟ ଉପରେ ଧୋନି ଏଯାଏ ଆଇପିଏଲରେ ୨୩୦ ମ୍ୟାଚ୍ ଖେଳିଛନ୍ତି। ହେଲେ ଏହା ମଧ୍ୟରୁ ୩୦ଟି ମ୍ୟାଚ୍‌ ସେ ୨୦୧୬ ଓ ୨୦୧୭ରେ ପୁଣେ ରାଇଜିଂ ପୁଣେ ସୁପର ଜିଆଣ୍ଟ ପାଇଁ ଖେଳିଥିଲେ। କାରଣ ୨୦୧୬ ଓ ୨୦୧୭ରେ ମ୍ୟାଚ୍ ଫିକ୍ସିଂ ପାଇଁ ଚେନ୍ନାଇ ଦୁଇ ବର୍ଷ ପାଇଁ ଆଇପିଏଲରୁ ବ୍ୟାନ୍‌ ହୋଇଥିଲା।

Advertisment

ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଧୋନି ଟସ୍‌ ପକାଇବାକୁ ଆସିବା ମାତ୍ରେ ୨୦୦ ମ୍ୟାଚ୍‌ ଖେଳିବାର ରେକର୍ଡ ତାଙ୍କ ନାଁରେ ଯୋଡ଼ି ହୋଇଯାଇଛି। ସେହିପରି ଆରସିବି ବିପକ୍ଷରେ ଚେନ୍ନାଇ ପାଇଁ ଧୋନି ହିଁ ସବୁଠାରୁ ଅଧିକ ରନ୍‌ କରିଛନ୍ତି। ତେଣୁ ଆଜି ମଧ୍ୟ ଧୋନିଙ୍କ ଜଲୱା ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।

ଗୋଟିଏ ଫ୍ରାଞ୍ଚାଇଜ୍‌ ପାଇଁ ୨୦୦ କିମ୍ବା ତା’ଠାରୁ ଅଧିକ ମ୍ୟାଚ୍‌ ଖେଳିବାରେ ଧୋନି ଦ୍ୱିତୀୟ ଖେଳାଳି। ଏହି କ୍ଲବରେ ପୂର୍ବରୁ ବିରାଟ କୋହଲି ରହିଛନ୍ତି। ୨୦୦୮ ମସିହାରୁ ବିରାଟ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳି ଆସୁଛନ୍ତି। ସେ ଆରସିବି ପାଇଁ ଏଯାଏ ୨୧୮ଟି ମ୍ୟାଚ ଖେଳି ସାରିଲେଣି।

Advertisment

ଧୋନିଙ୍କ ପରେ ଆଉ କୌଣସି ଖେଳାଳି ଚେନ୍ନାଇ ପାଇଁ ଏତେ ସଂଖ୍ୟକ ମ୍ୟାଚ୍‌ ଖେଳି ନାହାନ୍ତି। ୨୦୨୨ ଆଇପିଏଲରେ ବିକ୍ରି ହୋଇ ନଥିବା ସୁରେଶ ରାଇନା ଚେନ୍ନାଇ ୧୭୬ଟି ମ୍ୟାଚ୍‌ ଖେଳିଛନ୍ତି। ସେହିପରି ନିକଟରେ କ୍ୟାପ୍ଟେନ୍ସି ପଦ ପାଇ ପୁଣି ଛାଡ଼ିଥିବା ରବୀନ୍ଦ୍ର ଜାଡେଜା ଚେନ୍ନାଇ ପାଇଁ ୧୪୨ଟି ମ୍ୟାଚ୍‌ ଖେଳି ଧୋନିଙ୍କ ଠାରୁ ଯଥେଷ୍ଟ ପଛରେ ରହିଛନ୍ତି।

ଚେନ୍ନାଇ ଧୋନିଙ୍କ ନେତୃତ୍ୱରେ ୪ଥର ଆଇପିଏଲରେ ଚାମ୍ପିୟନ ହୋଇଛି। ୨୦୧୦,୨୦୧୧, ୨୦୧୮ଓ ୨୦୨୧ରେ ଚେନ୍ନାଇ ଟ୍ରଫି ଜିତବାରେ ସକ୍ଷମ ହୋଇଥିଲା। ୨୦୨୨ ଆଇପିଏଲର ଠିକ୍‌ ପୂର୍ବରୁ ଧୋନି ଚେନ୍ନାଇର ଅଧିନାୟକ ପଦ ଛାଡ଼ିଥିଲେ ଓ ରବୀନ୍ଦ୍ର ଜାଡେଜାଙ୍କୁ ଦାୟିତ୍ୱ ଦେଇଥିଲେ। କିନ୍ତୁ ଜାଡେଜା କ୍ରମାଗତ ଭାବେ ମ୍ୟାଚ୍‌ ହାରିବାରୁ ସେ କ୍ୟାପ୍ଟେନ୍ସି ପଦ ପୁଣି ଧୋନିଙ୍କୁ ଫେରାଇ ଦେଇଛନ୍ତି।

ଧୋନି କ୍ୟାପ୍ଟେନ ହେବା ପରେ ଚେନ୍ନାଇ ପ୍ରତିପକ୍ଷ ହାଇଦ୍ରାବାଦକୁ ହରାଇଥିଲା। ଆଜି ଦ୍ୱିତୀୟ ଥର ପାଇଁ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ଫାଫ ଡୁପ୍ଲେସିସଙ୍କ ଆରସିବି ବିପକ୍ଷରେ ମ୍ୟାଚ୍‌ ଖେଳୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe