ରାତାରାତି ଚେନ୍ନାଇରେ ପହଞ୍ଚିଲେ ଧୋନି

ଚେନ୍ନାଇ: ଚେନ୍ନାଇ ସୁପର୍ କିଙ୍ଗସର କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ପରବର୍ତ୍ତୀ ସଂସ୍କରଣ ପାଇଁ ଚେନ୍ନାଇରେ ପହଞ୍ଚିଛନ୍ତି। ଆଇପିଏଲର ୧୪ଶ ସଂସ୍କରଣ ପାଇଁ ଚେନ୍ନାଇ ଟିମର ଅଭ୍ୟାସ ସେସନ୍ ଚଳିତ ମାସ ୯ ତାରିଖରୁ ଆରମ୍ଭ ହୋଇପାରେ। ଏଥିପାଇଁ ହୁଏତ ଧୋନି ବୁଧବାର ରାତିରେ ଚେନ୍ନାଇରେ ପହଞ୍ଚିଛନ୍ତି ଏବଂ ଏଠାରେ ପାଞ୍ଚଦିନର କ୍ୱାରେଣ୍ଟାଇନରେ ରହିବେ। ଏ ନେଇ ସିଏସକେ ତା’ର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲରେ ଏକ ଫଟୋ ପୋଷ୍ଟ କରିଛି। ଏଥିରେ […]

MS-DHONI

Ranjit Kumar Jena
  • Published: Thursday, 04 March 2021
  • , Updated: 04 March 2021, 06:39 PM IST

ଚେନ୍ନାଇ: ଚେନ୍ନାଇ ସୁପର୍ କିଙ୍ଗସର କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ପରବର୍ତ୍ତୀ ସଂସ୍କରଣ ପାଇଁ ଚେନ୍ନାଇରେ ପହଞ୍ଚିଛନ୍ତି। ଆଇପିଏଲର ୧୪ଶ ସଂସ୍କରଣ ପାଇଁ ଚେନ୍ନାଇ ଟିମର ଅଭ୍ୟାସ ସେସନ୍ ଚଳିତ ମାସ ୯ ତାରିଖରୁ ଆରମ୍ଭ ହୋଇପାରେ। ଏଥିପାଇଁ ହୁଏତ ଧୋନି ବୁଧବାର ରାତିରେ ଚେନ୍ନାଇରେ ପହଞ୍ଚିଛନ୍ତି ଏବଂ ଏଠାରେ ପାଞ୍ଚଦିନର କ୍ୱାରେଣ୍ଟାଇନରେ ରହିବେ।

ଏ ନେଇ ସିଏସକେ ତା'ର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲରେ ଏକ ଫଟୋ ପୋଷ୍ଟ କରିଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ଥାଲାଇବା, ମାସ୍କ ଭିତରେ ହସ, ସୁପର୍ ନାଇଟ୍। ଏହା ସହ #DenComing #WhistlePodu #Yellove ହାଶଟ୍ୟାଗ୍ ଦିଆଯାଇଛି। ସେହିପରି ଚେନ୍ନାଇରେ ପହଞ୍ଚିବା ପରେ ଧୋନିଙ୍କୁ କେଉଁଭଳି ସ୍ୱାଗତ କରାଗଲା, ତା'ର ଭିଡିଓ ଟ୍ୱିଟରରେ ଶେଆର୍ କରିଛି ଚେନ୍ନାଇ ସୁପର୍ କିଙ୍ଗସ୍।

https://twitter.com/ChennaiIPL/status/1367316724333178885?s=20

https://twitter.com/ChennaiIPL/status/1367173075158982658?s=20

ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଅମ୍ବାତି ରାୟୁଡୁ ମଧ୍ୟ ବୁଧବାର ଚେନ୍ନାଇରେ ପହଞ୍ଚିଛନ୍ତି। ତେବେ ତାମିଲନାଡୁର ବାକି ଖେଳାଳି ପରେ ଟିମ୍ ସହ ଯୋଗଦେବେ। ସିଏସକେର ସିଇଓ ଏସ୍ ବିଶ୍ୱନାଥନ କହିଛନ୍ତି, ଆଇପିଏଲ୍ ପାଇଁ ଅଭ୍ୟାସ ଶିବିର ମାର୍ଚ୍ଚ ୯ ତାରିଖରୁ ଆରମ୍ଭ ହେବ। ସେ କହିଛନ୍ତି, ଯେଉଁମାନେ ଉପଲବ୍ଧ ହେବେ, ସେମାନେ ପ୍ରାକ୍ଟିସ୍ ଶିବିରରେ ଭାଗ ନେଇପାରିବେ। ଖେଳାଳିମାନେ ୫ ଦିନିଆ କ୍ୱାରେଣ୍ଟାଇନରେ ରହିବେ, ଯାହା ପରେ ଅଭ୍ୟାସ ଆରମ୍ଭ କରିବେ। ଏହାସହ ତିନିଥର ନେଗେଟିଭ୍ ରିପୋର୍ଟ ଆସିବା ମଧ୍ୟ ନିହାତି ଜରୁରୀ। ଆଇପିଏଲର ପରବର୍ତ୍ତୀ ସଂସ୍କରଣ ପାଇଁ ଏପର୍ଯ୍ୟନ୍ତ ଭେନ୍ୟୁର ଘୋଷଣା କରାଯାଇନାହିଁ।

Related story