Advertisment

ଧୋନିଙ୍କ ସୋଶାଲ ମିଡିଆ ପୋଷ୍ଟ, ଦ୍ୱନ୍ଦ୍ୱରେ ଫ୍ୟାନ୍ସ

ଧୋନିଙ୍କ ପୋଷ୍ଟ ମାତ୍ର କିଛି ମିନିଟ ମଧ୍ୟରେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫ୍ୟାନ୍ସଙ୍କ ମଧ୍ୟରେ ବି ଧୋନିଙ୍କ ନୂଆ ଭୂମିକାକୁ ବେଶ ଉତ୍କଣ୍ଠା ପ୍ରକାଶ ପାଇଛି।

MSD

MSD

Advertisment

ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆଗକୁ ସମ୍ଭବତଃ ବଡ଼ ସର୍ପାଇଜ ଦେବାକୁ ଯାଉଛନ୍ତି। କାରଣ ସବୁବେଳେ ସୋଶାଲ ମିଡିଆ ଓ ମୋବାଇଲରୁ ଦୂରରେ ରହୁଥିବା ଧୋନିଙ୍କ ଫେସବୁକ ପୋଷ୍ଟ ବେଶ ଭାଇରାଲ ହେବାରେ ଲାଗିଛି।

Advertisment

ନିଜ ପୋଷ୍ଟରେ ଧୋନି ନୂଆ ଭୂମିକା ଉଲ୍ଲେଖ କରିଛନ୍ତି। ବାସ୍‌ ନୂଆ ଭୂମିକା କଥା କହିବା ପରେ କ୍ରିକେଟ ପ୍ରେମୀ ଓ ଧୋନିଙ୍କ ଫ୍ୟାନ୍ସ ବିଭିନ୍ନ ପ୍ରକାରର ଆକଳନ କରିବାରେ ଲାଗିଛନ୍ତି। ଆସନ୍ତା ଆଇପିଏଲରେ କ’ଣ ଧୋନି କୌଣସି ନୂଆ ଭୂମିକାରେ ଆସିବେ କି ବୋଲି ପ୍ରଶ୍ନ ମଧ୍ୟ ସମସ୍ତଙ୍କ ମନରେ ଉଙ୍କି ମାରୁଛି।

ଧୋନି ନିଜ ଫେସବୁକ ପୋଷ୍ଟରେ ଲେଖିଛନ୍ତି ଯେ ନୂଆ ସଂସ୍କରଣ ଓ ନୂଆ ଭୂମିକା ପାଇଁ ଅପେକ୍ଷା କରି ହେଉନି। ଯୋଡ଼ି ହୋଇ ରୁହନ୍ତୁ।” ଉକ୍ତ ପୋଷ୍ଟରେ ଧୋନି ନିର୍ଦ୍ଦିଷ୍ଟ ଭାବେ ୨୦୨୪ ଆଇପିଏଲର ନୂଆ ସଂସ୍କରଣ ବିଷୟରେ କହି ନାହାନ୍ତି। ତଥାପି ଫ୍ୟାନ୍ସ ଆଇପିଏଲ ସହ ଧୋନିଙ୍କ ପୋଷ୍ଟକୁ ଯୋଡ଼ିବାରେ ଲାଗିଛନ୍ତି। ଧୋନିଙ୍କ ପୋଷ୍ଟ ମାତ୍ର କିଛି ମିନିଟ ମଧ୍ୟରେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫ୍ୟାନ୍ସଙ୍କ ମଧ୍ୟରେ ବି ଧୋନିଙ୍କ ନୂଆ ଭୂମିକାକୁ ବେଶ ଉତ୍କଣ୍ଠା ପ୍ରକାଶ ପାଇଛି।

Advertisment

୨୦୨୪ ଆଇପିଏଲର ପ୍ରଥମ ମ୍ୟାଚ୍‌ ଧୋନିଙ୍କ ଚେନ୍ନାଇ ଓ ଆରସିବି ମଧ୍ୟରେ ଖେଳାଯିବ। ମାର୍ଚ୍ଚ ୨୨ରେ ଏହି ମ୍ୟାଚ ଅନୁଷ୍ଠିତ ହେବ। ୨୦୨୩ରେ ଚେନ୍ନାଇ ଆଇପିଏଲ ୫ମ ଥର ପାଇଁ ଜିତିଥିଲା।

ଧୋନି ମଧ୍ୟ ଆଇପିଏଲ ପରେ କୌଣସି ପ୍ରକାରର କ୍ରିକେଟ ଖେଳି ନାହାନ୍ତି। ସେ ସିଧାସଳଖ ୨୦୨୪ ଆଇପିଏଲରେ ମୈଦାନକୁ ଓହ୍ଲାଇବେ। ହେଲେ ସେ ଆଜି ନୂଆ ଭୂମିକା କଥା କହିଥିବାରୁ ସମ୍ଭବତଃ ଆଇପିଏଲରେ କେବଳ ଇମ୍ପାକ୍ଟ ଖେଳାଳି ଭାବେ ନଜର ଆସି ପାରନ୍ତି।

IPL MS Dhoni CSK IPL 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe