Advertisment

ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ପଦ ଛାଡ଼ିଲେ ଧୋନି

CSK ପକ୍ଷରୁ ଏକ ବିବୃତ୍ତି ଜାରି କରି ଏହି ସୂଚନା ଦିଆଯାଇଛି।

ଅଦ୍ୟତନ ହୋଇଛି
Ruturaj Gaikwad and Dhoni

Ruturaj Gaikwad and Dhoni

Advertisment

ଆସନ୍ତାକାଲିଠାରୁ IPL 2024 ଆରମ୍ଭ ହେଉଥିବା ବେଳେ ଆଜି ଆସିଛି ଏକ ବଡ଼ ଖବର। ଚେନ୍ନାଇ ସୁପର କିଙ୍ଗସ (CSK)ର ଅଧିନାୟକ ପଦ ଛାଡ଼ିଛନ୍ତି ମହେନ୍ଦ୍ର ସିଂହ ଧୋନି। ସେ ଅଧିନାୟକ ଦାୟିତ୍ୱ ଋତୁରାଜ ଗାଏକ୍ୱାଡଙ୍କୁ ହସ୍ତାନ୍ତର କରିଛନ୍ତି। CSK ପକ୍ଷରୁ ଏକ ବିବୃତ୍ତି ଜାରି କରି ଏହି ସୂଚନା ଦିଆଯାଇଛି।  

Advertisment

CSK ପକ୍ଷରୁ କୁହାଯାଇଛି, ୨୦୧୯ରୁ ଋତୁରାଜ ଚେନ୍ନାଇ ସୁପର କିଙ୍ଗସର ଅବିଚ୍ଛେଦ ଅଙ୍ଗ ହୋଇ ରହିଛନ୍ତି। ଏହି ସମୟ ମଧ୍ୟରେ ସେ ଆଇପିଏଲ୍‌ରେ ୫୨ଟି ମ୍ୟାଚ୍ ଖେଳିଛନ୍ତି।

ଧୋନିଙ୍କ ନେତୃତ୍ୱରେ CSKର ୫ ଥର ଆଇପିଏଲ୍ ଟାଇଟଲ ଜିତିଛି। ୨୦୨୩ ଆଇପିଏଲ ମଧ୍ୟ ଜିତିଥିଲା ସିଏସ୍‌କେ। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟନ୍‌ସକୁ ହରାଇଥିଲା ଦଳ। ଏହି ବିଜୟ ପରେ ଧୋନି ସ୍ପଷ୍ଟ କରିଥିଲେ ଯେ ସେ ୨୦୨୪ ଆଇପିଏଲ ଖେଳିବେ। ତା’ସହିତ ଆଇପିଏଲ୍‌ରୁ ତାଙ୍କ ଅବସର ନେଇ ହେଉଥିବା ଆଲୋଚନାର ଅବସାନ ଘଟାଇଥିଲେ।

Advertisment

୨୦୨୦ ଅଗଷ୍ଟ ୧୫ ତାରିଖରେ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ତାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୨୦୦୭ ଟିଟ୍ୱେଣ୍ଟି ବିଶ୍ୱକପ, ୨୦୧୧ ଦିନିକିଆ ବିଶ୍ୱକପ ଓ ୨୦୧୩ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା। 

ଧୋନି ୨୫୦ଟି ଆଇପିଏଲ୍ ମ୍ୟାଚ୍ ଖେଳିଛନ୍ତି। ଏଥିରୁ ସେ ୩୮.୭୯ ହାରରେ ୫,୦୮୨ ରନ୍ ସଂଗ୍ରହ କରିଛନ୍ତି। ତା’ ମଧ୍ୟରେ ୨୪ଟି ଅର୍ଦ୍ଧଶତକ ରହିଛି। ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ ୨୦୨୪ରେ ବି ଟାଇଟଲ ବଜାୟ ରଖିବାକୁ ନିଜକୁ ପ୍ରସ୍ତୁତ କରିଥିବା ବେଳେ ଆସନ୍ତାକାଲି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ବିପକ୍ଷରେ ଚେପକରେ ଖେଳିବ ଉଦ୍‌ଘାଟନୀ ମ୍ୟାଚ୍‌। ଏହି ମ୍ୟାଚ୍‌ରେ ସମସ୍ତଙ୍କ ଦୃଷ୍ଟି ରହିବ ଋତୁରାଜଙ୍କ ଉପରେ। କାରଣ ସେ CSKର ଅଧିନାୟକ ଦାୟିତ୍ୱ ନେଇଛନ୍ତି।  

୨୦୨୩ ଆଇପିଏଲ୍‌ରେ ଋତୁରାଜ ଗାଏକ୍ୱାଡ ଭଲ ପ୍ରଦର୍ଶନ କରିଥିଲେ। ସେ ୧୬ଟି ମ୍ୟାଚ୍‌ରୁ ୫୯୦ ରନ୍ କରିଥିଲେ। ତା’ ସହିତ ଭବିଷ୍ୟତରେ ଦଳର ନେତୃତ୍ୱ ନେଇ ପାରିବେ ବୋଲି ନିଜ ଦକ୍ଷତା ପ୍ରତିପାଦିତ କରିଥିଲେ। 

MS Dhoni CSK Ruturaj Gaikwad
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe