Advertisment

ଆଇପିଏଲ୍‌ ପୂର୍ବରୁ ଅଭ୍ୟାସ ମ୍ୟାଚ୍‌ରେ ଜଲୱା ଦେଖାଇଲେ ଧୋନି ଓ ରାଇନା, ଦେଖନ୍ତୁ ଭିଡିଓ

ଚେନ୍ନାଇ: ଆସନ୍ତା ୯ ତାରିଖରେ ଆଇପିଏଲର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଏହି ମ୍ୟାଚ୍‌ ଅନୁଷ୍ଠିତ। ଏହାର ପରଦିନ ଅର୍ଥାତ ୧୦ ତାରିଖରେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ଋଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ। ତେବେ ଏହା ପୂର୍ବରୁ ଚେନ୍ନାଇର ସବୁ ଖେଳାଳି ଅଭ୍ୟାସ ମ୍ୟାଚ୍‌ ଖେଳି ନିଜର ଚୂଡ଼ାନ୍ତ ଲଢ଼େଇ ପାଇଁ ପ୍ରସ୍ତୁତ କରିଛନ୍ତି। ଏହି ଅଭ୍ୟାସ ମ୍ୟାଚ୍‌ରେ ଅଧିନାୟକ […]

ଆଇପିଏଲ୍‌ ପୂର୍ବରୁ ଅଭ୍ୟାସ ମ୍ୟାଚ୍‌ରେ ଜଲୱା ଦେଖାଇଲେ ଧୋନି ଓ ରାଇନା, ଦେଖନ୍ତୁ ଭିଡିଓ

Dhoni

Advertisment

ଚେନ୍ନାଇ: ଆସନ୍ତା ୯ ତାରିଖରେ ଆଇପିଏଲର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଏହି ମ୍ୟାଚ୍‌ ଅନୁଷ୍ଠିତ। ଏହାର ପରଦିନ ଅର୍ଥାତ ୧୦ ତାରିଖରେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ଋଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ।

Advertisment

ତେବେ ଏହା ପୂର୍ବରୁ ଚେନ୍ନାଇର ସବୁ ଖେଳାଳି ଅଭ୍ୟାସ ମ୍ୟାଚ୍‌ ଖେଳି ନିଜର ଚୂଡ଼ାନ୍ତ ଲଢ଼େଇ ପାଇଁ ପ୍ରସ୍ତୁତ କରିଛନ୍ତି। ଏହି ଅଭ୍ୟାସ ମ୍ୟାଚ୍‌ରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ଅଭିଜ୍ଞ ସୁରେଶ ରାଇନା ନିଜର ଜଲୱା ଦେଖାଇଛନ୍ତି। ଧୋନି ବଡ଼ବଡ଼ ଶଟ୍‌ ଖେଳି ସମସ୍ତଙ୍କୁ ଚକିତ କରୁଥିବା ଭିଡିଓ ସାମ୍ନାକୁ ଆସିଛି।

ସିଏସକେ ପକ୍ଷରୁ ଗୋଟିଏ ଭିଡିଓ ଟ୍ୱିଟ କରାଯାଇଛି। ଏଥିରେ ସିଏସକେର ଖେଳାଳିମାନେ ପରସ୍ପର ମଧ୍ୟରେ ଅଭ୍ୟାସ ମ୍ୟାଚ୍‌ ଖେଳୁଥିବା ଦୃଶ୍ୟ ରହିଛି। ଏହି ଭିଡିଓରେ ଚେନ୍ନାଇର ସମସ୍ତ ବ୍ୟାଟସମ୍ୟାନ ଓ ବୋଲରମାନେ ଜୋରଦାର ଅଭ୍ୟାସ କରୁଛନ୍ତି। ବିଶେଷ କରି ଧୋନି ଓ ରାଇନା ଉକ୍ତ ଅଭ୍ୟାସ ମ୍ୟାଚ୍‌ରେ ନିଜର ବ୍ୟାଟିଂ ଯାଦୁ ଦେଖାଇଛନ୍ତି। ଆଫଗାନିସ୍ତାନରୁ ଆସିଥିବା ୨୦ ବର୍ଷୀୟ ଫଜଲହକ ଫାରୁକି ବି ନିଜ ବୋଲିଂରେ ଚେନ୍ନାଇ ବ୍ୟାଟସମ୍ୟାନମାନଙ୍କୁ ଅଡ଼ୁଆରେ ପକାଉଥିବା ଦେଖିବାକୁ ମିଳିଛି। ଫଜଲହକ ଆଫଗାନିସ୍ତାନର ହୋଇଥିବା ବେଳେ ଚେନ୍ନାଇ ତାଙ୍କୁ କେବଳ ନେଟ୍ସରେ ବୋଲିଂ ପାଇଁ ସ୍ୱତନ୍ତ୍ର ଭାବେ ଡାକିଛି।

Advertisment


ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ନେବା ପରେ ଧୋନି ଗତବର୍ଷ ଆଇପିଏଲ ଖେଳିଥିଲେ। ହେଲେ ରାଇନା ବ୍ୟକ୍ତିଗତ କାରଣରୁ ୨୦୨୦ରେ ଆଇପିଏଲର ୧୩ତମ ସଂସ୍କରଣରେ ଭାଗ ନେଇ ନଥିଲେ। ତେଣୁ ୨୦୨୧ ଆଇପିଏଲରେ ରାଇନା ସିଏସକେ ପକ୍ଷରୁ ଜଲୱା ଦେଖାଇବାକୁ ପ୍ରସ୍ତୁତ ରହିଛନ୍ତି।

୨୦୨୦ ଆଇପିଏଲରେ ଚେନ୍ନାଇ ପ୍ରଥମଥର ପ୍ଲେ-ଅଫକୁ ଯାଇ ପାରି ନଥିଲା। ରାଇନାଙ୍କ କମବ୍ୟାକ ଯୋଗୁ ଦଳର ମଧ୍ୟକ୍ରମ ଅଧିକ ଶକ୍ତିଶାଳୀ ହୋଇଛି। ଧୋନି ମଧ୍ୟ ଗତ ସଂସ୍କରଣରେ ଆଦୌ ଭଲ ପ୍ରଦର୍ଶନ କରିପାରି ନଥିଲେ। ସେ ପୂରା ସିଜିନ୍‌ରେ ମାତ୍ର ୨୦୦ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ତେଣୁ ଧୋନି ଓ ରାଇନା ଯୋଡ଼ି ଅଭ୍ୟାସ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଥିବାରୁ ଚେନ୍ନାଇର ମନୋବଳ ବଢ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe