Advertisment

MCGରେ ଇଂରାଜୀ ପ୍ରଶ୍ନକୁ ଏଡ଼ାଇଲେ କି ଜାଡେଜା? ବିବାଦ ସୃଷ୍ଟି କଲା ଅଷ୍ଟ୍ରେଲିଆ ମିଡିଆ

ଏବେ ଅଷ୍ଟ୍ରେଲୀୟ ପ୍ରେସ ରବୀନ୍ଦ୍ର ଜାଡେଜାଙ୍କୁ ବିବାଦ ମଧ୍ୟକୁ ଟାଣିଛି। ମେଲବର୍ଣ୍ଣ ଷ୍ଟାଡିୟମରେ ଜାଡେଜା ଜାଣିଶୁଣି ବିଭିନ୍ନ ପ୍ରଶ୍ନର ଉତ୍ତର ଇଂରାଜୀରେ ଦେବାକୁ ମନା କରି ଦେଇଥିବା ଅଷ୍ଟ୍ରେଲିଆର ଗଣମାଧ୍ୟମ ଦାବି କରିଛି।

Jadeja

Jadeja

Advertisment

ପୁଣିଥରେ ଭାରତୀୟ କ୍ରିକେଟରଙ୍କୁ ନେଇ ବିବାଦ ସୃଷ୍ଟି କରିଛି ଅଷ୍ଟ୍ରେଲିଆ। କିଛି ଦିନ ତଳେ ମେଲବର୍ଣ୍ଣ ଏୟାରପୋର୍ଟରେ ବିରାଟ କୋହଲି ଜଣେ ଅଷ୍ଟ୍ରେଲିଆ ରିପୋର୍ଟରଙ୍କୁ ପରିବାର ଲୋକଙ୍କ ଫଟୋ ନ ନେବାକୁ କହିଥିଲେ। ଏହାକୁ ନେଇ ଅଷ୍ଟ୍ରେଲିଆ ଗଣମାଧ୍ୟମ ବିବାଦ ସୃଷ୍ଟି କରିଥିଲା।

Advertisment

ଏବେ ଅଷ୍ଟ୍ରେଲୀୟ ପ୍ରେସ ରବୀନ୍ଦ୍ର ଜାଡେଜାଙ୍କୁ ବିବାଦ ମଧ୍ୟକୁ ଟାଣିଛି। ମେଲବର୍ଣ୍ଣ ଷ୍ଟାଡିୟମରେ ଜାଡେଜା ଜାଣିଶୁଣି ବିଭିନ୍ନ ପ୍ରଶ୍ନର ଉତ୍ତର ଇଂରାଜୀରେ ଦେବାକୁ ମନା କରି ଦେଇଥିବା ଅଷ୍ଟ୍ରେଲିଆର ଗଣମାଧ୍ୟମ ଦାବି କରିଛି।

ଡିସେମ୍ବର ୨୬ରୁ ମେଲବର୍ଣ୍ଣରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ର୍ଥ ଟେଷ୍ଟ ବା ବକ୍ସିଂ ଡେ’ ଟେଷ୍ଟ ଆରମ୍ଭ ହେବ। ଏଥିପାଇଁ ଭାରତୀୟ ଟିମ ଆଜି ଠାରୁ ମେଲବର୍ଣ୍ଣରେ ଅଭ୍ୟାସ ଆରମ୍ଭ କରିଛି। ଅଭ୍ୟାସ ପରେ ଜାଡେଜା ମେଲବର୍ଣ୍ଣ ପଡ଼ିଆରେ ସାମ୍ବାଦିକଙ୍କ କିଛି ପ୍ରଶ୍ନର ଉତ୍ତର ଦେଇଥିଲେ। ଉକ୍ତ ସାମ୍ବାଦିକ ସମ୍ମିଳନୀ ବେଶ ଭଲ ଭାବେ ଚାଲିଥିଲା।

Advertisment

ଜାଡେଜା ମଧ୍ୟ କିଛି ପ୍ରଶ୍ନର ଉତ୍ତର ଦେବା ପରେ ସେଠାରୁ ଚାଲି ଯିବାକୁ ବାହାରିଥିଲେ। ଏହି ସମୟରେ ଜଣେ ଅଷ୍ଟ୍ରେଲୀୟ ସାମ୍ବାଦିକ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ଜାଡେଜା କୌଣସି ପ୍ରଶ୍ନର ଉତ୍ତର ଇଂରାଜୀରେ ନ ଦେବାରୁ ସେ ରାଗି ଯାଇଥିଲେ।

ଏଥିରେ ଭାରତୀୟ ଟିମର ମିଡିଆ ମ୍ୟାନେଜର ହସ୍ତକ୍ଷେପ କରିବା ସହ ଉକ୍ତ ସାମ୍ବାଦିକ ସମ୍ମିଳନୀ କେବଳ ଭାରତରୁ ଅଷ୍ଟ୍ରେଲିଆ ଆସିଥିବା ଭାରତୀୟ ଗଣମାଧ୍ୟମ ପାଇଁ କରାଯାଇଥିବା ସମସ୍ତଙ୍କୁ ବୁଝାଇଥିଲେ। ହେଲେ ଅଷ୍ଟ୍ରେଲିଆର ସାମ୍ବାଦିକ ଜଣଙ୍କ ଏହି ସ୍ପଷ୍ଟୀକରଣକୁ ମାନିବାକୁ ରାଜି ହୋଇ ନଥିଲେ। ସେ ଭାରତୀୟ ଟିମର ମିଡିଆ ମ୍ୟାନେଜରଙ୍କୁ ମଧ୍ୟ ସମାଲୋଚନା କରିବାରୁ ସ୍ଥିତି ଆହୁରି ଖରାପ ହୋଇଥିଲା।

ଅଷ୍ଟ୍ରେଲୀୟ ମିଡିଆ: ଇଂରାଜୀରେ ଗୋଟିଏ ପ୍ରଶ୍ନର ଉତ୍ତର ଦେବେ?

ଟିମ ମ୍ୟାନେଜର: ଆମେ ଦୁଃଖିତ। ଆମ ପାଖରେ ସମୟ ନାହିଁ। ଟିମ ବସ୍‌ ଅପେକ୍ଷା କରିଥିବା ଆପଣମାନେ ଦେଖିପାରୁଥିବେ।

ଅଷ୍ଟ୍ରେଲୀୟ ମିଡିଆ: କ’ଣ ଗୋଟିଏ ପ୍ରଶ୍ନ ଇଂରାଜୀରେ ଦେବାକୁ ସମୟ ନାହିଁ?

ଟିମ ମ୍ୟାନେଜର: ଯାତ୍ରା କରିଥିବା ଭାରତୀୟ ମିଡିଆ ପାଇଁ ଏହି ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା।

ଅଷ୍ଟ୍ରେଲୀୟ ମିଡିଆ: ପୂରା ଆୟୋଜକ ଏଠି ଅସହାୟ।

ଏମସିଜି ପ୍ରେସ କନଫରେନ୍ସରେ ଉପସ୍ଥିତ ଜଣେ ଭାରତୀୟ ରିପୋର୍ଟରଙ୍କ କହିବା କଥା ଯେ ସମୟ ଅଭାବରୁ ଅଧିକାଂଶ ଭାରତୀୟ ସାମ୍ବାଦିକ ମଧ୍ୟ ପ୍ରଶ୍ନ ପଚାରିବାର ସୁଯୋଗ ପାଇ ନାହାନ୍ତି। ହେଲେ ସେମାନେ ଅଷ୍ଟ୍ରେଲୀୟ ରିପୋର୍ଟରଙ୍କ ଭଳି ଯୁକ୍ତିତର୍କ କିମ୍ବା ବିବାଦ ସୃଷ୍ଟି କରି ନଥିବା ସେ କହିଛନ୍ତି।

ଭାରତୀୟ ସାମ୍ବାଦିକ ଜଣଙ୍କ କହିଛନ୍ତି, “ମୁଁ ସେଠାରେ ଉପସ୍ଥିତ ଥିଲି। ସମୟ ଅଭାବରୁ ଅଧିକାଂଶ ଭାରତୀୟ ସାମ୍ବାଦିକ ମଧ୍ୟ ପ୍ରଶ୍ନ ପଚାରି ପାରି ନାହାନ୍ତି। ତେବେ ସାମ୍ବାଦିକ ସମ୍ମିଳନୀ ପରେ କିଛି ଅଷ୍ଟ୍ରେଲୀୟ ସାମ୍ବାଦିକ ବିରକ୍ତ ପ୍ରକାଶ କରିବା ସହ ଭାରତୀୟ ଟିମର ମିଡିଆ ମ୍ୟାନେଜରଙ୍କ ସହ ଯୁକ୍ତି କରିଥିଲେ।

ସେମାନେ ଦୁର୍ବ୍ୟବହାର ମଧ୍ୟ କରିଛନ୍ତ। ମୁଁ ନିୟମିତ ଭାବେ ପ୍ରେସ କନଫରେନ୍ସ କଭର କରୁଛି। ଏପରି କି ଅଷ୍ଟ୍ରେଲିଆ ଟିମର ପ୍ରେସ କନଫରେନ୍ସ ବେଳେ ଅନେକ ଭାରତୀୟ ସାମ୍ବାଦିକ ପ୍ରଶ୍ନ ପଚାରିବାର ସୁଯୋଗ ସମୟ ଅଭାବରୁ ପାଆନ୍ତି ନାହିଁ। କିନ୍ତୁ ଆମେ କେବେ ହେଲେ ଯୁକ୍ତିତର୍କ କିମ୍ବା ଦୁର୍ବ୍ୟବହାର କରିନାହୁଁ।”

Border-Gavaskar Trophy Ravindra Jadeja MCG Boxing Day Test
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe