Advertisment

ଭିଡିଓ କଲ୍‌ରେ ବିରାଟ କୋହଲିଙ୍କ କଥା ଶୁଣିନି ବୋଲି କାହିଁକି କହିଲେ ସ୍ମୃତି ମନ୍ଧାନା?

ବିଜୟ ପରେ ଆରସିବିର ସର୍ପୋଟ ଷ୍ଟାଫ ଓ ଅନ୍ୟ ଖେଳାଳିମାନେ ଉତ୍ସପ ମନାଇ ଥିଲେ। କିନ୍ତୁ ସ୍ମୃତି ମନ୍ଧାନା ଏସବୁ ଦୂରରେ ରହିଥିଲେ। ସେ ଡ୍ରେସିଂ ରୁମ ଭିତରକୁ ଯିବା ସହ ସେଠାରେ ବେଶ କିଛି ସମୟ ଏକାକୀ ବସି ରହିଥିଲେ।

Virat

Virat

Advertisment

ମହିଳା ପ୍ରିମିୟର ଲିଗ୍‌(WPL) ଟ୍ରଫି ପ୍ରଥମଥର ପାଇଁ ଜିତି ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ବା ଆରସିବି। ପୁରୁଷ ଟିମ ଦୀର୍ଘ ୧୬ ବର୍ଷ ଧରି ଟ୍ରଫି ଜିତିବାକୁ ସକ୍ଷମ ହୋଇ ନଥିବା ବେଳେ ମହିଳା ଟିମ ଦ୍ୱିତୀୟ ସଂସ୍କରଣରେ ଚାମ୍ପିୟନ ହୋଇଛି। ଆରସିବିର ବିଜୟ ପରେ ଟିମ ଇଣ୍ତିଆର ଷ୍ଟାର ତଥା ୨୦୦୮ରୁ ଉକ୍ତ ପ୍ରାଞ୍ଚାଇଜ ସହ ଯୋଡ଼ି ହୋଇ ରହିଥିବା ବିରାଟ କୋହଲି ବେଶ ଉତ୍ସାହିତ ହୋଇପଡ଼ିଛନ୍ତି।

Advertisment

ଏଥିସହ ସେ ମ୍ୟାଚ ପରେ ମହିଳା ଟିମର ଅଧିନାୟକ ସ୍ମୃତି ମନ୍ଧାନାଙ୍କ ସହ ଭିଡିଓ କଲରେ କଥା ହୋଇ ଶୁଭେଚ୍ଛା ଜଣାଇଛନ୍ତି। ହେଲେ ବିରାଟ ଭିଡିଓ କଲ୍‌ରେ କ’ଣ ସବୁ କହୁଥିଲେ, ସେକଥା ସ୍ମୃତି ମନ୍ଧାନା ଶୁଣି ନଥିବା କହିଛନ୍ତି।

ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ୱିକେଟ ହରାଇ ଚାମ୍ପିୟନ ହେବା ପରେ ବିରାଟ ତୁରନ୍ତ ସ୍ମୃତି ମନ୍ଧାନଙ୍କ ସହ ଭିଡିଓ କଲରେ କଥା ହୋଇଥିଲେ। ଏହାର ଫଟୋ ମଧ୍ୟ ପ୍ରାଞ୍ଚାଇଜ୍‌ ପକ୍ଷରୁ ସୋଶାଲ ମିଡିଆରେ ପୋଷ୍ଟ କରାଯାଇଥିଲା।

Advertisment

କିନ୍ତୁ ଆରସିବିର ଅଧିନାୟକ ମନ୍ଧାନା କହିଛନ୍ତି ଯେ ବିରାଟ ଦେଇଥିବା ବାର୍ତ୍ତାକୁ ସେ ଆଦୌ ଶୁଣି ନାହାନ୍ତି। ଅରୁଣ ଜେଟଲୀ ଷ୍ଟାଡିୟମରେ ପ୍ରବଳ ଭିଡ଼ ଥିବାରୁ ବିରାଟ ଭିଡିଓ କଲ୍‌ରେ କ’ଣ ସବୁ କହୁଥିଲେ, ସେକଥା ମନ୍ଧାନା ଶୁଣି ନଥିବା କହିଛନ୍ତି।

ମନ୍ଧାନା ବେଙ୍ଗାଲୁରୁରେ ବିରାଟ କୋହଲିଙ୍କୁ ଭେଟିବେ। ମାର୍ଚ୍ଚ ୧୯ରେ ଆରସିବି ଅନବକ୍ସ ଇଭେଣ୍ଟ ବେଙ୍ଗାଲୁରୁରେ ହେବ। ସେହି ସମୟରେ ମନ୍ଧାନା ଓ ଦଳର ଅନ୍ୟ ଖେଳାଳିମାନେ ବିରାଟଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ମନ୍ଧାନା କହିଛନ୍ତି, “ସେ(ବିରାଟ କୋହଲି) କହୁଥିବା କୌଣସି କଥା ମୁଁ ଶୁଣିନାହିଁ। କାରଣ ପ୍ରବଳ ଶବ୍ଦ ଚାରି ପଟୁ ହେଉଥିଲା। ସେ କେବଳ ଥମ୍ବ୍ସ ଅପ କରିଥିଲେ ଓ ସେ ବହୁତ ଖୁସି ଥିଲା। ସେ ଗତବର୍ଷ ମଧ୍ୟ ଆମ ମ୍ୟାଚ୍‌ ପୂର୍ବରୁ ଆସିଥିଲେ। ସେ ଆମ ସହ କଥା ହୋଇଥିଲେ। ତାଙ୍କର କେହି ପଦ କଥା ମୋତେ ଓ ପୂରା ଟିମର ମନୋବଳକୁ ବୃଦ୍ଧି କରିଥିଲା।

ଆରସିବି ସହ ସେ ୧୫ ବର୍ଷରୁ ଅଧିକ ସମୟ ହେଲା ରହିଛନ୍ତି। ଆରସିବି ଟ୍ରଫି ଜିତିଥିବାରୁ ସେ ବହୁତ ଖୁସି ଥିବା ତାଙ୍କ ମୁହଁରୁ ସ୍ପଷ୍ଟ ଜଣାପଡ଼ୁଥିଲା। କିନ୍ତୁ ଷ୍ଟାଡିୟମରେ ପ୍ରବଳ ଶବ୍ଦ ହେଉଥିବାରୁ ତାଙ୍କ କଥା ଶୁଣି ନାହିଁ। ଆମେ ଯେତେବେଳେ ବେଙ୍ଗାଲୁରୁ ଯିବୁ, ସେଠାରେ ସମ୍ଭବତଃ ତାଙ୍କ ସହ କଥା ହେବି।”

ବିଜୟ ପରେ ଆରସିବିର ସର୍ପୋଟ ଷ୍ଟାଫ ଓ ଅନ୍ୟ ଖେଳାଳିମାନେ ଉତ୍ସପ ମନାଇ ଥିଲେ। କିନ୍ତୁ ସ୍ମୃତି ମନ୍ଧାନା ଏସବୁ ଦୂରରେ ରହିଥିଲେ। ସେ ଡ୍ରେସିଂ ରୁମ ଭିତରକୁ ଯିବା ସହ ସେଠାରେ ବେଶ କିଛି ସମୟ ଏକାକୀ ବସି ରହିଥିଲେ।

WPL 2024 Smriti Mandhana Virat Kohli RCB WPL
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe