Advertisment

ଏସିଆନ ଗେମ୍ସରେ ଭାରତର ନେତୃତ୍ୱ ନେବେ ଶିଖର ଧୱନ, ଭିନ୍ନ ମତ ରଖିଲେ ଦୀନେଶ କାର୍ତ୍ତିକ

ଦୀର୍ଘଦିନ ହେଲା ଭାରତୀୟ ଟିମରେ ସ୍ଥାନ ପାଇବାରୁ ବଞ୍ଚିତ ହୋଇଥିବା ଭେଟରାନ କ୍ରିକେଟର ଶିଖର ଧୱନଙ୍କ ନେତୃତ୍ୱରେ ଭାରତୀୟ ଟିମ ଏସିଆ ଗେମ୍ସ ଖେଳିବ। ସେହିପରି ଭିଭିଏସ୍‌ ଲକ୍ଷ୍ମଣ କୋଚ୍‌ ଭାବେ ଟିମ ସହ ଚାଇନା ଯିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି।

DK

DK

Advertisment

ସେପ୍ଟେମ୍ବର-ଅକ୍ଟୋବରରେ ଚାଇନାରେ ଅନୁଷ୍ଠିତ ହେବ ଏସିଆନ ଗେମ୍ସ। ବିସିସିଆଇ ଏସିଆନ ଗେମ୍ସକୁ ଭାରତୀୟ କ୍ରିକେଟ ଦଳକୁ ପଠାଇବା ପାଇଁ ନିଷ୍ପତ୍ତି ନେଇଛି। ତେବେ ଏସିଆନ ଗେମ୍ସ ବେଳେ ଭାରତରେ ଦିନିକିଆ କ୍ରିକେଟ ବିଶ୍ୱକପ ମଧ୍ୟ ଅନୁଷ୍ଠିତ ହେବ। ତେଣୁ ବିସିସିଆଇ ମୁଖ୍ୟ ଦଳ ବଦଳରେ ବିଶ୍ୱକପରେ ସ୍ଥାନ ପାଇବାକୁ ନଥିବା ଖେଳାଳିଙ୍କୁ ଦ୍ୱିତୀୟ ଟିମ ଭାବେ ଚାଇନା ପଠାଇବାକୁ ନିଷ୍ପତ୍ତି ନେଇଛି।

Advertisment

ଦୀର୍ଘଦିନ ହେଲା ଭାରତୀୟ ଟିମରେ ସ୍ଥାନ ପାଇବାରୁ ବଞ୍ଚିତ ହୋଇଥିବା ଭେଟରାନ କ୍ରିକେଟର ଶିଖର ଧୱନଙ୍କ ନେତୃତ୍ୱରେ ଭାରତୀୟ ଟିମ ଏସିଆ ଗେମ୍ସ ଖେଳିବ। ସେହିପରି ଭିଭିଏସ୍‌ ଲକ୍ଷ୍ମଣ କୋଚ୍‌ ଭାବେ ଟିମ ସହ ଚାଇନା ଯିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି।

ଏହି ରିପୋର୍ଟ ପରେ ଭାରତୀୟ ଟିମର ୱିକେଟ କିପର ବ୍ୟାଟର ଦୀନେଶ କାର୍ତ୍ତିକ ଭିନ୍ନ ମତ ରଖିଛନ୍ତି। ସେ ଶିଖର ଧୱନଙ୍କ ବଦଳରେ ଭେଟରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଭାରତୀୟ ଦଳ କ୍ୟାପ୍ଟେନ କରିବାକୁ କହିଛନ୍ତି। ଯଦି ଅଶ୍ୱିନ ବିଶ୍ୱକପ ୨୦୨୩ ସ୍କ୍ୱାଡରେ ସାମିଲ ନ ହେବେ, ତା’ହେଲେ ତାଙ୍କୁ କ୍ୟାପ୍ଟେନ କରି ଏସିଆନ ଗେମ୍ସକୁ ପଠାଇବାକୁ ଡିକେ ମତ ରଖିଛନ୍ତି।

Advertisment

ସେ କହିଛନ୍ତି, “ଅଶ୍ୱିନ ଜଣେ ମହାନ କ୍ରିକେଟର। ସେ ନିଜର ବୋଲିଂ ଦକ୍ଷତା ଓ ୱିକେଟ ଦଖଲ ଶୈଳୀରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ଯଦି ଭାରତ ତା’ର ବି ଟିମ୍‌କୁ ଏସିଆନ ଗେମ୍ସକୁ ପଠାଉଛି, ତା’ହେଲେ ଅଶ୍ୱିନଙ୍କୁ କ୍ୟାପ୍ଟେନ କରାଯାଉ। ଯଦି ସେ ବିଶ୍ୱକପ ସ୍କ୍ୱାଡରେ ରହୁ ନାହାନ୍ତି, ତା’ହେଲେ ଅତିକମରେ ତାଙ୍କୁ ଏସିଆ ଗେମ୍ସରେ ଭାରତର ନେତୃତ୍ୱ ନେବାର ସୁଯୋଗ ଦିଆଯାଉ। ସେ କ୍ୟାପ୍ଟେନ ହେବାକୁ ହକଦାର। ସେ ନିଜର ଦକ୍ଷତା ପ୍ରଦର୍ଶନ କରି ସାରିଛନ୍ତି। କ୍ୟାପ୍ଟେନ ହେବାର ଅଧିକାର ସେ ପାଇବାକୁ ଯୋଗ୍ୟ।”

୨୦୧୪ରେ ଶେଷଥର ପାଇଁ ଏସିଆନ ଗେମ୍ସରେ କ୍ରିକେଟକୁ ସାମିଲ କରାଯାଇଥିଲା। ୯ ବର୍ଷ ତଳେ ଭାରତ ଏସିଆ ଗେମ୍ସ ପାଇଁ ଟିମ ପଠାଇ ନଥିଲା। ହେଲେ ଏଥର ବିସିସିଆଇ ଟିମ ପଠାଇବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

Dinesh Bcci Shikhar Dhawan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe