Advertisment

୬ ବଲରେ ୬ ଛକା ମାରିଲେ ଏହି ବ୍ୟାଟର, ବିଶ୍ୱରେ ତୃତୀୟ ଘଟଣା

କମରାନ ଖାନଙ୍କୁ ୬ ବଲରେ ୬ ଛକା ମାରିଛି। ସବୁଠାରୁ ମଜା କଥା ହେଉଛି, ଇନିଂସା ଶେଷ ଓଭରରେ ହିଁ ଦୀପେନ୍ଦ୍ର ୬ଟି ଛକା ମାରିଛନ୍ତି।

ଅଦ୍ୟତନ ହୋଇଛି
Dipendra Singh Airee

Dipendra Singh Airee

Advertisment

ନେପାଳ ବ୍ୟାଟର ଦିପେନ୍ଦ୍ର ସିଂହ ଏରୀ ନୂଆ ରେକର୍ଡ କରିଛନ୍ତି। ସେ ବିଶ୍ୱର ତୃତୀୟ ବ୍ୟାଟର ଭାବେ କୌଣସି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୬ ବଲରେ ମାରିଛନ୍ତି ୬ ଛକା। ଏସିସି ପୁରୁଷ ପ୍ରିମିୟର କପରେ ଦୀପେନ୍ଦ୍ର ଏହି କୀର୍ତ୍ତିମାନ ହାସଲ କରିଛନ୍ତି। ସେ କତାରର କମରାନ ଖାନଙ୍କୁ ୬ ବଲରେ ୬ ଛକା ମାରିଛି। ସବୁଠାରୁ ମଜା କଥା ହେଉଛି, ଇନିଂସା ଶେଷ ଓଭରରେ ହିଁ ଦୀପେନ୍ଦ୍ର ୬ଟି ଛକା ମାରିଛନ୍ତି।

Advertisment

ଆଜିର ଇନିଂସ ପରେ ଦୀପେନ୍ଦ୍ର ଭାରତର ଯୁବରାଜ ସିଂହ ଓ ୱେଷ୍ଟଇଣ୍ଡିଜର କାଏରନ ପୋଲାର୍ଡଙ୍କ ସମକକ୍ଷ ହୋଇଛନ୍ତି। ଯୁବରାଜ ୨୦୦୭ ଟି-୨୦ ବିଶ୍ୱକପରେ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡଙ୍କୁ ୬ ବଲରେ ଛକା ମାରିଥିଲେ। ପୋଲାର୍ଡ ୨୦୨୨ରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ସମାନ କୀର୍ତ୍ତିମାନ ହାସଲ କରିଥିଲେ।

ଆଜି ନେପାଳର ଦୀପେନ୍ଦ୍ର ଏହି କ୍ଲବରେ ସାମିଲ ହୋଇଛନ୍ତି। ଶେଷ ଓଭର ଆରମ୍ଭ ହେବା ବେଳକୁ ସେ ୧୫ ବଲରେ ୨୮ ରନ କରିଥିଲେ। ସେହିପରି ନେପାଳ ୭ ୱିକେଟ ହରାଇ ୧୭୪ ରନ କରିଥିଲା।

Advertisment

ଇଂନିସର ଶେଷ ଓଭର ନେଇ ଆସିଥିଲେ ମିଡିୟମ ପେସର କମରାନ ଖାନ। ତାଙ୍କ ଓଭରରେ ୬ ଛକା ମାରି ଦୀପେନ୍ଦ୍ର ଦଳୀୟ ସ୍କୋରକୁ ୨୧୦ରେ ପହଞ୍ଚାଇ ଦେଇଥିଲେ। ସେ ବ୍ୟକ୍ତିଗତ ଭାବେ ୨୧ ବଲରେ ଅପରାଜିତ ୬୪ ରନର ଇଂନିସ ଖେଳିଛନ୍ତି।

ଟି-୨୦ରେ ଯୁବରାଜ ଓ ପୋଲାର୍ଡ ୬ ବଲରେ ୬ ଛକା ମାରିଥିବା ବେଳେ ଦିନିକିଆରେ ହର୍ଷଲ ଗିବ୍ବସ ଓ ଆମେରିକାର ଜସକରନ ମାଲହୋତ୍ରା ୬ ବଲରେ ୬ ଛକା ମାରିଥିଲେ।

ଦୀପେନ୍ଦ୍ର ବିଶ୍ୱର ପ୍ରଥମ ବ୍ୟାଟର ଭାବେ ଟି-୨୦ରେ ଦୁଇ ଥର ୬ ବଲରେ ୬ ଛକା ମାରିଛନ୍ତି। ଏସିଆନ ଗେମ୍ସ ୨୦୨୩ରେ ସେ ମୋଙ୍ଗୋଲିଆ ବିପକ୍ଷ ମ୍ୟାଚରେ ଏପରି କୀର୍ତ୍ତିମାନ ହାସଲ କରିଥିଲେ। କିନ୍ତୁ ଦୁଇଟି ଭିନ୍ନ ଓଭରରେ ସେ ଏପରି କରିଥିଲା। ହେଲେ ଆଜି ସେ ଗୋଟିଏ ଓଭରରେ ହିଁ ୬ ବଲରେ ୬ ଛକା ମାରିଛନ୍ତି। 

ମୋଙ୍ଗୋଲିଆ ବିପକ୍ଷ ମ୍ୟାଚ୍‌ରେ ଦୀପେନ୍ଦ୍ର ଦ୍ରୁତତମ ଟି-୨୦ ଅର୍ଦ୍ଧଶତକ ଶତକ ହାସଲ କରିଥିଲେ। ସେ ମାତ୍ର ୯ଟି ବଲରେ ୫୦ ରନ ହାସଲ କରିଥିଲେ। ତାଙ୍କ ପୂର୍ବରୁ ଟି-୨୦ରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ଭାରତର ଯୁବରାଜ ସିଂହଙ୍କ ନାଁରେ ଥିଲା। ସେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ମାତ୍ର ୧୨ ବଲରେ ୫୦ ରନ ହାସଲ କରିଥିଲେ। 

Nepal Cricket T20 Match T20 Cricket Dipendra Singh Airee
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe