Advertisment

କାହିଁକି ହାରିଲା ଟିମ ଇଣ୍ଡିଆ? କାରଣ କହିଲେ ରୋହିତ ଶର୍ମା

ମିଚେଲ ସାଣ୍ଟନରଙ୍କ ଘାତକ ବୋଲି ଯୋଗୁ ନ୍ୟୁଜିଲ୍ୟାଣ୍ଡ ୧୧୩ ରନରେ ପୁଣେ ଟେଷ୍ଟକୁ ଜିତି ଗୋଟିଏ ମ୍ୟାଚ୍‌ ପୂର୍ବରୁ ସିରିଜ କବଜା କରିଛି।

Rohit

Rohit

Advertisment

ନ୍ୟୁଜିଲ୍ୟାଣ୍ଡ ଠାରୁ ଦ୍ୱିତୀୟ ଟେଷ୍ଟ ସହ ସିରିଜ ହାରି ଯାଇଛି ଟିମ ଇଣ୍ଡିଆ। ଭାରତ ମାଟିରେ ଦଳ ୧୨ ବର୍ଷ ପରେ କୌଣସି ଟେଷ୍ଟ ସିରିଜ ହାରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ୬୯ ବର୍ଷ ମଧ୍ୟରେ ପ୍ରଥମଥର ଭାରତ ମାଟିରେ ଟେଷ୍ଟ ସିରିଜ ଜିତିବାକୁ ସକ୍ଷମ ହୋଇଛି।

Advertisment

ମିଚେଲ ସାଣ୍ଟନରଙ୍କ ଘାତକ ବୋଲି ଯୋଗୁ ନ୍ୟୁଜିଲ୍ୟାଣ୍ଡ ୧୧୩ ରନରେ ପୁଣେ ଟେଷ୍ଟକୁ ଜିତି ଗୋଟିଏ ମ୍ୟାଚ୍‌ ପୂର୍ବରୁ ସିରିଜ କବଜା କରିଛି। ଏହି ପରାଜୟ ପରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ବଡ଼ ବୟାନ ଦେଇଛନ୍ତି। ଭାରତୀୟ ଟିମ କାହିଁକି ହାରିଲା, ସେକଥା ମଧ୍ୟ କହିଛନ୍ତି।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ସୃଷ୍ଟି ହୋଇଥିବା ଚ୍ୟାଲେଞ୍ଜକୁ ମୁକାବିଲା କରିବାରେ ଟିମ ଫେଲ ମାରିଛି ବୋଲି ରୋହିତ ମତ ରଖିଛନ୍ତି। ସେ କହିଛନ୍ତି, “ନିରାଶାଜନକ। ଏହା ଆମେ ଆଶା କରୁ ନଥିଲୁ। ସବୁ ଶ୍ରେୟ ନ୍ୟୁଜିଲ୍ୟାଣ୍ଡକୁ ଦେବାକୁ ପଡ଼ିବ। ସେମାନେ ଆମ ଠାରୁ ଭଲ ଖେଳିଛନ୍ତି। ଆମେ କିଛି ନିର୍ଦ୍ଦିଷ୍ଟ ମୁହୂର୍ତ୍ତର ଫାଇଦା ଉଠାଇ ପାରି ନାହୁଁ। ଆମେ ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା ଠିକ ଭାବେ କରି ପାରିନୁ। ଏଥିପାଇଁ ଆମେ ଏପରି ସ୍ଥିତି(ପରାଜୟ)ର ସମ୍ମୁଖୀନ ହୋଇଛୁ।

Advertisment

ଆମେ ବୋର୍ଡରେ ରନ ସ୍କୋର କରିବା ପାଇଁ ଭଲ ବ୍ୟାଟିଂ କରିନାହୁଁ। ବିଜୟ ପାଇଁ ୨୦ ୱିକେଟ ଦଖଲ କରିବାର ଆବଶ୍ୟକତା ଅଛି ସତ, କିନ୍ତୁ ବ୍ୟାଟରମାନଙ୍କୁ ମଧ୍ୟ ରନ କରିବାକୁ ପଡ଼ିବ। ସେମାନଙ୍କୁ ୨୫୫ ରନରେ ରଖିବା ଗୋଟିଏ ଭଲ କମବ୍ୟାକ ଥିଲା।

କିନ୍ତୁ ଆମେ ଜାଣିଥିଲୁ ଯେ ଏହା ଚ୍ୟାଲେଞ୍ଜିଂ ହେବ। ପ୍ରଥମ ଇନିଂସରେ ସେମାନେ ପ୍ରାୟ ୨୦୦ ରନରେ ୩ ୱିକେଟ ହରାଇଥିଲେ। ଏହାପରେ ସେମାନଙ୍କୁ ଆମେ ୨୫୯ ରନରେ ଅଟକାଇବା ଗୋଟିଏ ଭଲ ପ୍ରଦର୍ଶନ ଥିଲା।

ଏହା ଏମିତି ଏକ ପିଚ ନଥିଲା, ଯେଉଁଠାରେ ବହୁତ କିଛି ଘଟୁଥିଲା ବୋଲି କହିପାରିବା ନାହିଁ। ଆମେ ଭଲ ବ୍ୟାଟିଂ କରି ନାହୁଁ। ନ୍ୟୁଜିଲ୍ୟାଣ୍ଡର ପ୍ରଥମ ଇନିଂସର ସ୍କୋରର ଆଉ ଟିକିଏ ପାଖକୁ ଆମେ ଯାଇଥିଲେ, ସମ୍ଭବତଃ ରେଜଲ୍ଟ ଅନ୍ୟ କିଛି ହୋଇଥାଆନ୍ତା। ଆମକୁ ଏବେ ୱାଙ୍ଖେଡେ(ତୃତୀୟ ଟେଷ୍ଟ)ରେ ସବୁ କିଛି ଦେଖାଇବାର ଅଛି ଓ ଉକ୍ତ ଟେଷ୍ଟକୁ ଜିତିବାର ଅଛି।”

ମ୍ୟାଚ ହାରିବାର କାରଣ କ’ଣ ପ୍ରଶ୍ନରେ ରୋହିତ କହିଛନ୍ତି, “ଏହା ଏକ ସାମୂହିକ ବିଫଳତା। ମୁଁ ସେମିତି ଅଧିନାୟକ ଯିଏ ବ୍ୟାଟର କିମ୍ବା ବୋଲରଙ୍କୁ ଦାୟୀ କରିବି। ଆମେ ଅଧିକ ଭଲ ଚିନ୍ତାଧାରା ଓ ଉଦ୍ଦେଶ୍ୟ ରଖି ଆସିବୁ। ୱାଙ୍ଖେଡେରେ ଭଲ ମେଥଡ ଓ ରଣନୀତି ସହ ଓହ୍ଲାଇବୁ।”

ନ୍ୟୁଜିଲ୍ୟାଣ୍ଡ ୧୯୫୫ରୁ ଭାରତରେ ଏକାଧିକ ଥର ଟେଷ୍ଟ ସିରିଜ ଖେଳିଥିଲେ ହେଁ କେବେ ହେଲେ ଜିତିବାକୁ ସକ୍ଷମ ହୋଇ ନଥିଲା। କିନ୍ତୁ ପ୍ରାୟ ୭୦ ବର୍ଷ ପରେ ଦଳ ଗୋଟିଏ ମ୍ୟାଚ୍‌ ପୂର୍ବରୁ ୨-୦ରେ ସିରିଜ କବଜା କରି ନେଇଛି।

Rohit Sharma Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe