Advertisment

ଭାରତ-ନ୍ୟୁଜିଲ୍ୟାଣ୍ଡ ଲଢ଼େଇକୁ ଦେଖିଲେ ରେକର୍ଡ ସଂଖ୍ୟକ ଲୋକ

Disney+ Hotstarରେ ଏହି ମ୍ୟାଚ୍‌କୁ ଗୋଟିଏ ସମୟରେ ୪.୩ କୋଟି ଲୋକ ଲାଇଭରେ ଦେଖିଥିଲେ।

Virat

Virat

Advertisment

ବିଶ୍ୱକପରେ ରବିବାର ଖେଳାଯାଇଥିବା ଭାରତ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌କୁ ଦେଖିଛନ୍ତି ରେକର୍ଡ ସଂଖ୍ୟକ ଲୋକ। Disney+ Hotstarରେ ଏହି ମ୍ୟାଚ୍‌କୁ ଗୋଟିଏ ସମୟରେ ୪.୩ କୋଟି ଲୋକ ଲାଇଭରେ ଦେଖିଥିଲେ। ମ୍ୟାଚ୍‌ର ଶେଷ ଭାଗରେ ଦର୍ଶକଙ୍କ ସଂଖ୍ୟା Disney+ Hotstarରେ ହଠାତ୍‌ ରେକର୍ଡ ସ୍ତରରେ ପହଞ୍ଚିଥିଲା। ପୂର୍ବରୁ କେବେ ହେଲେ କୌଣସି ମ୍ୟାଚ୍‌କୁ Disney+ Hotstarରେ କେବେ ହେଲେ ଏତେ ସଂଖ୍ୟକ ଲୋକ ଦେଖି ନଥିଲେ। 

Advertisment

କେବଳ Disney+ Hotstarରେ ୪.୩ କୋଟି ଲୋକ ମ୍ୟାଚ୍‌ ଦେଖୁଥିବା ବେଳେ ଟିଭିରେ ମଧ୍ୟ କୋଟି କୋଟି ଲୋକ ମ୍ୟାଚ୍‌ର ମଜା ଉଠାଇଥିଲେ। ଏହାବାଦ ଷ୍ଟାଡିୟମରେ ମଧ୍ୟ ହାଉସ ଫୁଲ ଥିଲା। ତେଣୁ ମ୍ୟାଚ୍‌କୁ କୋଟି କୋଟି ଲୋକ ଦେଖିଥିବା ଏହି ତଥ୍ୟରୁ ସ୍ପଷ୍ଟ ହୋଇଛି।

୨୦୦୩ ପରେ ଭାରତ କେବେ ହେଲେ କୌଣସି ଆଇସିସି ଇଭେଣ୍ଟରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ନଥିଲା। କିନ୍ତୁ ରବିବାର ଭାରତୀୟ ଟିମ ୨୦ ବର୍ଷ ଧରି କ୍ୱିୱି ଟିମ ଜାରି ରଖିଥିବା ବିଜୟଧାରାରେ ପୂର୍ଣ୍ଣଚ୍ଛେଦ ଟାଣିଛି। ଧର୍ମଶାଳାରେ ଖେଳାଯାଥିବା ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲ୍ୟାଣ୍ଡ ନିର୍ଦ୍ଧାରିତ ୫୦ ଓଭର୍‌ରେ ସମସ୍ତ ୱିକେଟ ହରାଇ ୨୭୩ ରନ କରିଥିଲା।

Advertisment

ଏହାର ଜବାରେ ଭାରତ ୪୮ ଓଭରରେ ୬ ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରିନେଇଥିଲା। ବୋଲିଂରେ ମହମ୍ମଦ ଶାମି ୫ ୱିକେଟ ଦଖଲ କରିଥିବା ବେଳେ ବ୍ୟାଟିଂରେ ବିରାଟ କୋହଲି ୧୦୪ ବଲରେ ୯୫ ରନର ଇନିଂସ ଖେଳିଥିଲେ।

ଏହି ରୋମାଞ୍ଚକର ମ୍ୟାଚ୍‌କୁ Disney+ Hotstarର ସବୁ ରେକର୍ଡକୁ ଭାଙ୍ଗି ଦେଇଛି। ବିଶେଷ କରି ବିରାଟ ଶେଷ ଭାଗରେ ବ୍ୟାଟିଂ କରୁଥିବା ବେଳେ ସବୁଠାରୁ ଅଧିକ ଲୋକ ଏହାକୁ ଦେଖିଥିଲେ। 

ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌କୁ Disney+ Hotstarରେ ଗୋଟିଏ ସମୟରେ ୩.୫ କୋଟି ଲୋକ ଦେଖିଥିଲେ। ଏହା ସଂସ୍ଥାର ସର୍ବକାଳୀନ ରେକର୍ଡ ଥିଲା। କିନ୍ତୁ ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳା ଯାଇଥିବା ମ୍ୟାଚ୍‌ ଉକ୍ତ ରେକର୍ଡକୁ ମଧ୍ୟ ଭାଙ୍ଗି ଦେଇଛି।

ଏସିଆ କପ ଭଳି Disney+ Hotstarରେ ଲୋକମାନେ ବିଶ୍ୱକପର ମଜା ମଧ୍ୟ ବିନା ସବସ୍କ୍ରିବସନରେ ଉଠାଇ ପାରୁଛନ୍ତି। ଏସିଆ କପରେ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ୨.୮ କୋଟି ଲୋକ ଦେଖିଥିଲେ। ଏହି ରେକର୍ଡ ଅକ୍ଟୋବର ୧୪ ଭାରତ-ପାକିସ୍ତାନ ବିଶ୍ୱକପ ମ୍ୟାଚ୍‌ ବେଳେ ଭାଙ୍ଗିଥିଲା। ଏବେ ଭାରତ-ପାକିସ୍ତାନ ମ୍ୟାଚ୍‌ର ରେକର୍ଡ ରବିବାର ଭାଙ୍ଗି ଯାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କୌଣସି ଅନଲାଇନ ପ୍ଲାଟଫର୍ମରେ କ୍ରିକେଟ ମ୍ୟାଚ୍‌କୁ ଏତେ ସଂଖ୍ୟକ ଲୋକ ଲାଇଭ ଦେଖିବା ପ୍ରଥମ ଘଟଣା। ପୂର୍ବରୁ ଜିଓ ସିନେମାରେ ଆଇପିଏଲର ପ୍ରସାରଣ କରାଯାଉଥିଲା।

ମେ’ ୨୯ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳା ଯାଇଥିବା ଫାଇନାଲ ମ୍ୟାଚ୍‌କୁ ୩.୨ କୋଟି ଲୋକ ଦେଖିଥିଲେ। ଏହି ରେକର୍ଡକୁ ମଧ୍ୟ ଭାରତ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌ ଭାଙ୍ଗି ଦେଇଛି।

ICC ICC Men’s Cricket World Cup 2023 ICC World Cup 2023 ICC World Cup ICCC World Cup India Vs New Zealand ICC WC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe