Advertisment

ଭାରତ-ପାକିସ୍ତାନ ମହାଲଢ଼େଇକୁ ପାଣିଚିଆ କରିବ ବର୍ଷା!

ଭାରତ-ପାକିସ୍ତାନ ମ୍ୟାଚ୍‌କୁ ଅଧିକ ସ୍ମରଣୀୟ କରିବା ପାଇଁ ବିସିସିଆଇ ଆସନ୍ତାକାଲି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରିବ। ମ୍ୟାଚ୍‌ ପୂର୍ବରୁ ଅନୁଷ୍ଠିତ ହେବାକୁ ଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଅରିଜିତ ସିଂହ, ଶଙ୍କର ମହାଦେବନ ଓ ସୁଖବିନ୍ଦର ସିଂହ ପ୍ରମୁଖ ଯୋଗଦେବେ।

Rohit

Rohit

Advertisment

ଚଳିତ ଦିନିକିଆ ବିଶ୍ୱକପର ସବୁଠାରୁ ବଡ଼ ଲଢ଼େଇ ପାଇଁ ଷ୍ଟେଜ ପୂରା ପ୍ରସ୍ତୁତ। ଗୋଟିଏ ପଟେ ରହିଛି ଭାରତ ଓ ଅନ୍ୟପଟେ ପାକିସ୍ତାନ। ଏହି ମହାଲଢ଼େଇ ‌ଆସନ୍ତାକାଲି ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ।

Advertisment

ପାକିସ୍ତାନ ବିପକ୍ଷରେ ଭାରତର ବିଶ୍ୱକପ ରେକର୍ଡ ସଂପୂର୍ଣ୍ଣ ଏକତରଫା ରହିଛି। ଦିନିକିଆ ବିଶ୍ୱକପରେ ଭାରତ କେବେ ହେଲେ ପାକିସ୍ତାନ ଠାରୁ ହାରି ନାହିଁ। ଭାରତ ସପକ୍ଷରେ ରେକର୍ଡ ୭-୦ରେ ରହିଛି।

ଆସନ୍ତାକାଲିର ହାଇଭୋଲଟେଜ ମ୍ୟାଚ୍‌ ପାଇଁ କ୍ରିକେଟ ଫ୍ୟାନ୍ସ ପୂରା ଉତ୍ସାହିତ। କିନ୍ତୁ ଭାରତ ଓ ପାକିସ୍ତାନ ମ୍ୟାଚ୍‌କୁ ବର୍ଷା ପାଣିଚିଆ କରିବାର ସମ୍ଭାବନା ରହିଛି। ଉତ୍ତର ଗୁଜରାଟ ଓ ଅହମଦାବାଦର କିଛି ସ୍ଥାନରେ ଅକ୍ଟୋବର ୧୪ ଓ ୧୫ ତାରିଖରେ ବର୍ଷାର ଆଶଙ୍କା ଥିବା ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁଷ୍ଠାନ କରିଛି।

Advertisment

ଅହମଦାବାଦରେ ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି, “ଆସନ୍ତା ୫ ଦିନ ଯାଏ ଗୁଜରାଟର ପାଣିପାଗ ମୁଖ୍ୟତଃ ଶୁଖିଲା ରହିବ। କିନ୍ତୁ ଅକ୍ଟୋବର ୧୪ରେ ଅହମଦାବାଦର କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ଆଶଙ୍କା ରହିଛି।

ପୂରା ଆକାଶ ମେଘାଚ୍ଛନ୍ନ ରହିବ। ଦିନକ ପରେ ଅହମଦାବାଦ ଓ ବାଂଶକଣ୍ଠା, ସବରକଣ୍ଠା ଓ ଆରାଭଲ୍ଲିରେ ହାଲୁକା ଧରଣର ବର୍ଷା ହୋଇପାରେ। ଶନିବାର ଅହମଦାବାଦରେ କଳା ବାଦଲ ଦେଖାଯିବ ଓ ମ୍ୟାଚ୍‌ ବେଳେ ହାଲୁକା ବର୍ଷା ମଧ୍ୟ ହୋଇପାରେ।”

ଚଳିତ ବିଶ୍ୱକପରେ ପାକିସ୍ତାନ ୨ଟି ମ୍ୟାଚ୍‌ ଖେଳି ୨ଟି ଜିତିଥିବା ବେଳେ ଭାରତ ମଧ୍ୟ ତା’ର ଶେଷ ଦୁଇ ମ୍ୟାଚ୍‌ ଜିତିଛି। ବିଶ୍ୱକପରେ ପାକିସ୍ତାନ କେବେ ହେଲେ ଭାରତ ଠାରୁ ଜିତି ନାହିଁ। ତେଣୁ ଆସନ୍ତାକାଲି ଏହି ରେକର୍ଡକୁ ଭାଙ୍ଗିବା ପାଇଁ ବାବର ଆଜମ ଆଣ୍ଡ କୋ ଚେଷ୍ଟା କରିବେ।

ଭାରତ ସପକ୍ଷରେ ସର୍ବାଧିକ ସ୍କୋର ୩୩୬ ଥିବା ବେଳେ ପାକିସ୍ତାନର ସର୍ବାଧିକ ସ୍କୋର ୨୭୩ ରହିଛି। ସେହିପରି ପାକିସ୍ତାନର ସର୍ବନିମ୍ନ ସ୍କୋର ଭାରତ ବିପକ୍ଷରେ ୧୭୩। ଭାରତର ସର୍ବନିମ୍ନ ସ୍କୋର ୨୧୬।

୨୦୧୯ ବିଶ୍ୱକପରେ ଭାରତ ୮୯ ରନ(ଡିଏଲଏଲସ ମେଥଡ), ୨୦୧୫ରେ ୭୬ ରନ, ୨୦୧୧ରେ ୨୯ ରନ, ୨୦୦୩ରେ ୬ ୱିକେଟ, ୧୯୯୯ରେ ୪୭ ରନ, ୧୯୯୬ରେ ୩୯ ରନ ଓ ୧୯୯୨ରେ ୪୩ ରନରେ ଜିତିଥିଲା।

ନିକଟରେ ଶେଷ ହୋଇଥିବା ଏସିଆ କପରେ ଭାରତ ଓ ପାକିସ୍ତାନ ଦୁଇ ଥର ପରସ୍ପରକୁ ଭେଟିଥିଲେ। ବର୍ଷା ଯୋଗୁ ପ୍ରଥମ ମ୍ୟାଚ୍‌ ଅଧାରୁ ବନ୍ଦ ହୋଇ ଯାଇଥିଲା। ତେବେ ସୁପର ୪ରେ ଭାରତ ବେଶ ଚମତ୍କାର ଢଙ୍ଗରେ ପାକିସ୍ତାନକୁ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଥିଲା।

ଅନ୍ୟପକ୍ଷରେ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ଅଧିକ ସ୍ମରଣୀୟ କରିବା ପାଇଁ ବିସିସିଆଇ ଆସନ୍ତାକାଲି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରିବ। ମ୍ୟାଚ୍‌ ପୂର୍ବରୁ ଅନୁଷ୍ଠିତ ହେବାକୁ ଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଅରିଜିତ ସିଂହ, ଶଙ୍କର ମହାଦେବନ ଓ ସୁଖବିନ୍ଦର ସିଂହ ପ୍ରମୁଖ ଯୋଗଦେବେ।

ମ୍ୟାଚ୍‌ ଦିନ ୨ଟାରୁ ଆରମ୍ଭ ହେବାକୁ ଥିବା ଥିବା ବେଳେ ଟସ୍‌ ୧.୩୦ରେ ପଡ଼ିବ। ତେବେ ଏହା ପୂର୍ବରୁ ଅର୍ଥାତ ୧୨.୩୦ରୁ ସାଂସ୍କୃତି କାର୍ଯ୍ୟକ୍ରମ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଲୋକ ଦେଖିବାକୁ ପାଇବେ।

ICC India Vs Pakistan ICC Men’s Cricket World Cup 2023 ICC World Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe