Advertisment

ମୁଁ କ୍ରିକେଟ ଦେଖେନି, ତାଙ୍କୁ ଚିହ୍ନିନି: କାର ଭିତରୁ ଋଷଭଙ୍କୁ ଉଦ୍ଧାର କରିଥିବା ବସ୍‌ ଡ୍ରାଇଭର

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ୱିକେଟ କିପର ଋଷଭ ପନ୍ତଙ୍କର ମର୍ସିଡିଜ୍‌ କାର୍‌ ଆଜି  ଉତ୍ତରାଖଣ୍ଡର ରୁର୍କୀରେ ଦୁର୍ଘଟଣାଗ୍ରସ୍ତ ହୋଇଛି।  ଡିଭାଡରରେ ପିଟି ହୋଇ କାର୍‌ରେ ନିଆଁ ଲାଗିଯାଇଥିଲା। ନିଆଁରେ ପୋଡ଼ି ହୋଇ କାର୍‌ଟି ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା ବେଳେ ପନ୍ତ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଆଜି ହଠାତ୍‌ ଯେତେ ବେଳେ ପନ୍ତଙ୍କ କାର ଦୁର୍ଘଟଣଗ୍ରସ୍ତ ହୋଇଥିଲା ଘଟଣାସ୍ଥଳ ଲୋକାରଣ୍ୟ ହୋଇପଡ଼ିଥିଲା। ଏହି ସମୟରେ ସାମ୍ନାପଟୁ ଆସୁଥିବା ଏକ ବସ୍‌ ଦୁର୍ଘଟଣା ଦେଖି […]

author-image
Tapas Behera
ମୁଁ କ୍ରିକେଟ ଦେଖେନି, ତାଙ୍କୁ ଚିହ୍ନିନି: କାର ଭିତରୁ ଋଷଭଙ୍କୁ ଉଦ୍ଧାର କରିଥିବା ବସ୍‌ ଡ୍ରାଇଭର

opo

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ୱିକେଟ କିପର ଋଷଭ ପନ୍ତଙ୍କର ମର୍ସିଡିଜ୍‌ କାର୍‌ ଆଜି  ଉତ୍ତରାଖଣ୍ଡର ରୁର୍କୀରେ ଦୁର୍ଘଟଣାଗ୍ରସ୍ତ ହୋଇଛି।  ଡିଭାଡରରେ ପିଟି ହୋଇ କାର୍‌ରେ ନିଆଁ ଲାଗିଯାଇଥିଲା। ନିଆଁରେ ପୋଡ଼ି ହୋଇ କାର୍‌ଟି ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା ବେଳେ ପନ୍ତ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଆଜି ହଠାତ୍‌ ଯେତେ ବେଳେ ପନ୍ତଙ୍କ କାର ଦୁର୍ଘଟଣଗ୍ରସ୍ତ ହୋଇଥିଲା ଘଟଣାସ୍ଥଳ ଲୋକାରଣ୍ୟ ହୋଇପଡ଼ିଥିଲା। ଏହି ସମୟରେ ସାମ୍ନାପଟୁ ଆସୁଥିବା ଏକ ବସ୍‌ ଦୁର୍ଘଟଣା ଦେଖି ଅଟକିଯାଇଥିଲା। ସେଇ ବସ୍‌ରେ ଥିବା ଡ୍ରାଇଭର  ତୁରନ୍ତ ଦୁର୍ଘଟଣାଗ୍ରସ୍ତ କାରକୁ ପାଖକୁ ଯାଇ ଋଷଭ ପନ୍ତଙ୍କଙ୍କୁ କାର ଭିତରୁ ଉଦ୍ଧାରକରିଥିଲେ।

Advertisment

ଅନ୍ୟମାନେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିଲେ। ତେବେ ବସ୍‌ ଡ୍ରାଇଭର ସୁସିଲ ମାନ୍‌ କହିଛନ୍ତି ଯେ, ସେ ଋଷଭ ପନ୍ତ କିଏ ଜାଣି ନାହାନ୍ତି। କିନ୍ତୁ ତାଙ୍କୁ ଉଦ୍ଧାର କରି ତୁରନ୍ତ ଆମ୍ବୁଲାନ୍ସ ଯୋଗାଡ଼ କରି ମେଡିକାଲ ନେବା ବ୍ୟବସ୍ଥା କରଥିଲା।  ସୁସିଲ କହିଛନ୍ତି ଯେ, ତାଙ୍କ ବିପରୀତ ଦିଗରୁ ଏସୟୁଭି କାରଟି ଦ୍ରୁତଗତିରେ ଆସି ଡିଭାଇଡର ସହ ପିଟି ହୋଇଥିଲା। ତୁରନ୍ତ ମୁଁ ବସ୍‌ଟିକୁ  ଅଟକାଇ ଘଟଣାସ୍ଥକଳୁ ଧାଇଁ ଯାଇଥିଲି। ସେଠାରେ ଋସଭଙ୍କ ଡ୍ରାଇଭର କହିଥିଲେ ସେ ହେଉଛନ୍ତି ଜଣେ କ୍ରିକେଟର।  ପନ୍ତ ତାଙ୍କୁ ତାଙ୍କ ମାଙ୍କୁ ଡାକିବାକୁ କହିଥିଲେ। କିନ୍ତୁ ଏହି ସମୟରେ ତାଙ୍କ ଫୋନ୍‌ ସୁଇଚ୍‌ଅଫ୍‌ ଥିଲା।  ସୁସିଲ କହିଛନ୍ତି ଯେ, ମୁଁ କ୍ରିକେଟ ଦେଖେ ନାହିଁ।  ମୁଁ ବି ଜାଣି ନଥିଲି  ସେ ହେଉଛନ୍ତି ଋଷଭ ପନ୍ତ। କିନ୍ତୁ ମୋ ବସ୍‌ର ଅନ୍ୟ ଯାତ୍ରୀମାନେ ତାଙ୍କୁ ଚିହ୍ନିପାରି ଥିଲେ।  ଦୁର୍ଘଟଣାଗ୍ରସ୍ତ କାର ଭିତରୁ ଋଷଭଙ୍କୁ ବାହାର କରିବା ପରେ  ତୁରନ୍ତ ଏକ କାର ବନ୍ଦୋବସ୍ତରେ ଲାଗି ପଡ଼ିଥିଲି।  ମୁଁ ସେଇ କାରେ ଥିବା ଏକ ନୀଳ ବ୍ୟାଗରୁ ୭ରୁ ୮ ହଜାର ଟଙ୍କା ପାଇ ଆମ୍ବୁଲାନ୍ସ ବ୍ୟବସ୍ଥା କରିଥିଲି।

ସେ ପଇସା ସବୁ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଦେଇଥିଲି।  ସୂଚନା ଅନୁଯାୟୀ, ପନ୍ତ ଆଜି ସକାଳେ ଉତ୍ତରାଖଣ୍ଡର ରୁର୍କୀ ଯାଉଥିବା ବଳେ  କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏସୟୁଭି କାରଟି ଖୁବ୍‌ ଦ୍ରୁତଗିତରେ ଆସୁଥିବାରୁ ଦୁର୍ଘଟଣା ପରେ ଜଳି ଯାଇଥିଲା। ସେ ଏକାକୀ କାର୍‌ ଚଳାଇ ଯାଉଥିବା ବେଳେ ହଠାତ୍‌ ଘୁମେଇ ପଡ଼ିଥିଲେ। ଫଳରେ କାରଟି ସିଧା ଯାଇ ରାସ୍ତା କଡ଼ ଡିଭାଇଡର ରେଲିଂରେ ମାଡ଼ ହୋଇଥିଲା। ଏଥିରେ ପନ୍ତ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଉତ୍ତରାଖଣ୍ଡର ଡେରାଡୁନରେ ଥିବା ମାକ୍ସ ହସ୍ପିଟାଲରେ ସବୁ ପ୍ରକାରର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି।

Advertisment