Advertisment

ପ୍ୟାଭିଲିୟନ୍ ଫେରିଯାଉଥିଲେ ସୂର୍ଯ୍ୟକୁମାର, ଝୁମି ଉଠିଲେ ଶ୍ରୀଲଙ୍କା ଖେଳାଳି, ଆଉ ତା’ପରେ...

କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ସିରିଜର ତୃତୀୟ ମ୍ୟାଚରେ ଏକ ଅଜବ ଡ୍ରାମା ଦେଖିବାକୁ ମିଳିଛି। ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଯାଇଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ପୁଣି ବ୍ୟାଟିଂ କରିବାକୁ ଆସିଥିଲେ। ମଇଦାନରେ ଏଭଳି ଦୃଶ୍ୟ ଦେଖି ଶ୍ରୀଲଙ୍କା ଖେଳାଳି ତାଜୁବ ହୋଇଥିଲେ। ପୂରା ଘଟଣା ସୂର୍ଯ୍ୟକୁମାରଙ୍କ ଆଉଟ୍‌କୁ ନେଇ ହୋଇଥିଲା। ଭାରତ ଇନିଂସର ୨୩ତମ ଓଭରର ପ୍ରଥମ ବଲରେ ସୂର୍ଯ୍ୟକୁମାର ଷ୍ଟ୍ରାଇକରେ ଥିଲେ। ସାମ୍ନାରେ ବୋଲିଂ କରୁଥିଲେ ସ୍ପିନର ପ୍ରବୀଣ ଜୟବିକ୍ରମା। […]

ଅଦ୍ୟତନ ହୋଇଛି
ପ୍ୟାଭିଲିୟନ୍ ଫେରିଯାଉଥିଲେ ସୂର୍ଯ୍ୟକୁମାର, ଝୁମି ଉଠିଲେ ଶ୍ରୀଲଙ୍କା ଖେଳାଳି, ଆଉ ତା’ପରେ...

surya-kumar

Advertisment

କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ସିରିଜର ତୃତୀୟ ମ୍ୟାଚରେ ଏକ ଅଜବ ଡ୍ରାମା ଦେଖିବାକୁ ମିଳିଛି। ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଯାଇଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ପୁଣି ବ୍ୟାଟିଂ କରିବାକୁ ଆସିଥିଲେ। ମଇଦାନରେ ଏଭଳି ଦୃଶ୍ୟ ଦେଖି ଶ୍ରୀଲଙ୍କା ଖେଳାଳି ତାଜୁବ ହୋଇଥିଲେ। ପୂରା ଘଟଣା ସୂର୍ଯ୍ୟକୁମାରଙ୍କ ଆଉଟ୍‌କୁ ନେଇ ହୋଇଥିଲା।

Advertisment

ଭାରତ ଇନିଂସର ୨୩ତମ ଓଭରର ପ୍ରଥମ ବଲରେ ସୂର୍ଯ୍ୟକୁମାର ଷ୍ଟ୍ରାଇକରେ ଥିଲେ। ସାମ୍ନାରେ ବୋଲିଂ କରୁଥିଲେ ସ୍ପିନର ପ୍ରବୀଣ ଜୟବିକ୍ରମା। ସୂର୍ଯ୍ୟକୁମାର ଶଟ୍ ଖେଳିବାକୁ ଯାଇଥିଲେ, କିନ୍ତୁ ବଲ୍ ଓ ବ୍ୟାଟର କନେକ୍ସନ୍ ହୋଇନଥିଲା। ବଲ୍ ପ୍ୟାଡରେ ବାଜିବାରୁ ଶ୍ରୀଲଙ୍କା ଖେଳାଳିମାନେ ଜୋରଦାର ଅପିଲ୍ କରିଥିଲେ। ଯାହା ପରେ ଅମ୍ପାୟାର କୁମାର ଧର୍ମସେନା ସୂର୍ଯ୍ୟକୁମାରଙ୍କୁ ଆଉଟ୍ ଦେଇଥିଲେ।

ସୂର୍ଯ୍ୟକୁମାର ସାଥୀ ଖେଳାଳି ମନୀଷ ପାଣ୍ଡେଙ୍କ ସହ ଆଲୋଚନା କରି ଡିଆରଏସ୍ ନେଲେ। ବଲ୍ ଟ୍ରାକିଂରେ ଜଣାପଡ଼ିଲା ଯେ ବଲ୍ ଅଫ୍ ଷ୍ଟମ୍ପ ବାହାରେ ପଡ଼ିବା ପରେ ୱିକେଟକୁ ସ୍ପର୍ଶ କରୁଛି। ବିଗ୍‌ ସ୍କ୍ରିନରେ ଏହା ଦେଖିବା ପରେ ଶ୍ରୀଲଙ୍କା ଖେଳାଳି ଖୁସିରେ ଝୁମି ଉଠିଲେ। ମଇଦାନର ମାହୋଲ ଦେଖି ସୂର୍ଯ୍ୟକୁମାର ପ୍ୟାଭିଲିୟନ୍ ଆଡ଼କୁ ଯିବାକୁ ଲାଗିଲେ। କିନ୍ତୁ ଅମ୍ପାୟାର ଧର୍ମସେନା ତାଙ୍କୁ ରୋକିଥିଲେ ଏବଂ ନିଜ ନିଷ୍ପତ୍ତି ବଦଳାଇ ସୂର୍ଯ୍ୟଙ୍କୁ ନଟଆଉଟ୍ ଘୋଷିତ କରିଥିଲେ। ଯାହା ପରେ ସୂର୍ଯ୍ୟକୁମାର ପୁଣି ବ୍ୟାଟିଂ କରିବାକୁ ଆସିଥିଲେ। ଏହା ଦେଖି ଶ୍ରୀଲଙ୍କା ଖେଳାଳି ସ୍ତବ୍ଧ ହୋଇଯାଇଥିଲେ।

Advertisment

https://twitter.com/Thesports3601/status/1418541431203897352?s=20

ଏହି ଘଟଣାର କିଛି ସମୟ ପରେ କଲମ୍ବୋରେ ପ୍ରବଳ ବର୍ଷା ହୋଇଥିଲା। ମ୍ୟାଚକୁ ବହୁତ ସମୟ ରୋକିବାକୁ ପଡ଼ିଥିଲା। ବର୍ଷା ହେବା ପୂର୍ବରୁ ଭାରତର ସ୍କୋର ୨୩ ଓଭରରେ ୩ ୱିକେଟରେ ୧୪୭ ରନରେ ଥିଲା। ବର୍ଷା ପରେ ଯେତେବେଳେ ମ୍ୟାଚ୍ ପୁଣି ଆରମ୍ଭ ହେଲା, ସୂର୍ଯ୍ୟକୁମାର ପ୍ରଥମ ବଲରେ ଚୌକା ମାରିଥିଲେ। ହେଲେ ସେ ବେଶୀ ସମୟରେ କ୍ରିଜରେ ତିଷ୍ଠିପାରି ନଥିଲେ। ସୂର୍ଯ୍ୟକୁମାର ୩୭ ‍ବଲରେ ୪୦ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।

Ind Vs SL
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe