ନୂଆଦିଲ୍ଲୀ: ୟୁଏଇ ଓ ଓମାନରେ ହେବାକୁଥିବା ଟି-୨୦ ବିଶ୍ୱକପରେ ପ୍ରଥମଥର ଡିସିଜନ୍ ରିଭ୍ୟୁ ସିଷ୍ଟମ୍ (ଡିଆରଏସ)ର ଉପଯୋଗ କରାଯିବ। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଏହାର ବ୍ୟବହାରକୁ ଅନୁମୋଦନ ଦେଇଛତ। ଆଇସିସି ଆଗାମୀ ଟୁର୍ଣ୍ଣାମେଣ୍ଟ ପାଇଁ ଜାରି ଖେଳ ନିୟମରେ ଡିଆରଏସକୁ ମଧ୍ୟ ସାମିଲ୍ କରିଛି।
ପୁରୁଷ ଟି-୨୦ ବିଶ୍ୱକପ୍ ଅକ୍ଟୋବର ୧୭ରୁ ନଭେମ୍ବର ୧୪ ତାରିଖ ଯାଏ ଖେଳାଯିବ। ଇଏସପିଏନକ୍ରିକଇନଫୋର ରିପୋର୍ଟ ଅନୁଯାୟୀ, ପ୍ରତ୍ୟେକ ଟିମକୁ ପ୍ରତି ଇନିଂସରେ ଦୁଇଟି ଲେଖାଏ ଦୁଇଟି ଲେଖାଏ ଡିଆରଏସ୍ ସୁଯୋଗ ମିଳିବ।
ଏହା ପୂର୍ବରୁ ଟି-୨୦ ବିଶ୍ୱକପରେ କେବେବି ଡିଆରଏସର ବ୍ୟବହାର କରାଯାଇନଥିଲା। ଶେଷଥର ଲାଗି ୨୦୧୬ରେ ଭାରତରେ ଆୟୋଜିତ ଟି-୨୦ ବିଶ୍ୱକପରେ ଡିଆରଏସର ଉପଯୋଗ କରାଯାଇନଥିଲା। ଆଇସିସିର କୌଣସି ଟି-୨୦ ଟୁର୍ଣ୍ଣାମେଣ୍ଟରେ ଡିଆରଏସର ବ୍ୟବହାର ୨୦୧୮ରେ ଖେଳାଯାଇଥିବା ମହିଳା ଟି-୨୦ ବିଶ୍ୱକପରେ କରାଯାଇଥିଲା। ଏହା ପରେ ୨୦୨୦ରେ ଅଷ୍ଟ୍ରେଲିଆରେ ଆୟୋଜିତ ଟି-୨୦ ବିଶ୍ୱକପରେ ମଧ୍ୟ ଏହାର ଉପଯୋଗ କରାଯାଇଥିଲା।
ଟି-୨୦ ବିଶ୍ୱକପ୍ ଚଳିତ ବର୍ଷ ଅକ୍ଟୋବର ୧୭ରୁ ନଭେମ୍ବର ୧୪ ତାରିଖ ଯାଏ ୟୁଏଇ ଓ ଓମାନରେ ଆୟୋଜିତ ହେବ। ପ୍ରଥମ ରାଉଣ୍ଡରେ ୮ଟି ଟିମକୁ ଦୁଇଟି ଗ୍ରୁପରେ ଭାଗ କରାଯାଇଛି। ପ୍ରଥମ ରାଉଣ୍ଡର ଗ୍ରୁପ୍-ଏ’ରେ ଶ୍ରୀଲଙ୍କା, ଆୟର୍ଲ୍ୟାଣ୍ଡ, ନେଦରଲ୍ୟାଣ୍ଡ ଓ ନାମିବିଆ ରହିଛନ୍ତି। ଗ୍ରୁପ୍-ବି’ରେ ବାଂଲାଦେଶ, ସ୍କଟଲ୍ୟାଣ୍ଡ, ପାପୁଆ ନ୍ୟୁ ଗିନି ଓ ଓମାନ୍ ଟିମ୍ ସ୍ଥାନ ପାଇଛନ୍ତି। ଉଭୟ ଗ୍ରୁପ୍ର ଶୀର୍ଷ ଦୁଇ ଟିମ୍ ସୁପର୍-୧୨କୁ କ୍ୱାଲିଫାଏ କରିବେ। ସୁପର୍-୧୨ର ମୁକାବିଲା ଗୁଡ଼ିକ ୟୁଏଇର ଆବୁଧାବି, ଦୁବାଇ ଓ ଶାରଜାରେ ଖେଳାଯିବ। ଏସବୁ ମ୍ୟାଚ୍ ଗୁଡ଼ିକ ଓମାନ୍ରେ ଅନୁଷ୍ଠିତ ହେବ। ସୁପର୍-୧୨ରେ ମୋଟ ୩୦ଟି ମ୍ୟାଚ୍ ଖେଳାଯିବ, ଯାହାର ଶୁଭାରମ୍ଭ ଅକ୍ଟୋବର ୨୪ ତାରିଖରୁ ଆରମ୍ଭ ହୋଇପାରେ। ଫାଇନାଲ୍ ମ୍ୟାଚ୍ ନଭେମ୍ବର ୧୪ ତାରିଖରେ ଦୁବାଇରେ ଅନୁଷ୍ଠିତ ହେବ।
ସୂଚନାଯୋଗ୍ୟ, କରୋନା ଯୋଗୁ ଗତ ବର୍ଷ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ୱକପକୁ ସ୍ଥଗିତ କରାଯାଇଥିଲା। ଏହି ବିଶ୍ୱକପ୍ ଆସନ୍ତାବର୍ଷ ଆୟୋଜନ କରାଯିବା ପାଇଁ ସ୍ଥିର ହୋଇଛି।