Advertisment

ସୀମା ଟପିଲେ ଇଂଲିଶ ଫ୍ୟାନ୍, ରାହୁଲଙ୍କ ଉପରକୁ ଫୋପାଡ଼ିଲେ ଶ୍ୟାମ୍ପେନ୍ ଠିପି

ଲଣ୍ଡନ: କ୍ରିକେଟକୁ ଭଦ୍ରଲୋକର ଖେଳ କୁହାଯାଏ। ଆଉ ଲଣ୍ଡନର ଲର୍ଡ୍ସ ମଇଦାନକୁ ହୋମ୍ ଅଫ୍ କ୍ରିକେଟ୍ କୁହାଯାଏ। କିନ୍ତୁ ଏହି ଐତିହାସିକ ମଇଦାନରେ ଯାହା ଘଟିଲା, ତାହା ଅତ୍ୟନ୍ତ ଲଜ୍ଜାଜନକ। କ୍ରିକେଟର ମକ୍କା କୁହାଯାଉଥିବା ଲର୍ଡ୍ସରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଖେଳାଯାଉଛି। ମ୍ୟାଚର ତୃତୀୟ ଦିବସ ଅର୍ଥାତ୍ ଶନିବାର ଭାରତୀୟ ଓପ୍ନର ଲୋକେଶ ରାହୁଲଙ୍କ ଉପରକୁ ଇଂଲିଶ ଦର୍ଶକ ‘କର୍କ’ ଅର୍ଥାତ୍ ଶ୍ୟାମ୍ପେନ୍ ବୋତଲର ଠିପି ପକାଇଛନ୍ତି। ଏସବୁ ଘଟଣା ଇଂଲଣ୍ଡ ଇନିଂସରେ […]

author-image
Ranjit Kumar Jena
ସୀମା ଟପିଲେ ଇଂଲିଶ ଫ୍ୟାନ୍, ରାହୁଲଙ୍କ ଉପରକୁ ଫୋପାଡ଼ିଲେ ଶ୍ୟାମ୍ପେନ୍ ଠିପି

rahul

ଲଣ୍ଡନ: କ୍ରିକେଟକୁ ଭଦ୍ରଲୋକର ଖେଳ କୁହାଯାଏ। ଆଉ ଲଣ୍ଡନର ଲର୍ଡ୍ସ ମଇଦାନକୁ ହୋମ୍ ଅଫ୍ କ୍ରିକେଟ୍ କୁହାଯାଏ। କିନ୍ତୁ ଏହି ଐତିହାସିକ ମଇଦାନରେ ଯାହା ଘଟିଲା, ତାହା ଅତ୍ୟନ୍ତ ଲଜ୍ଜାଜନକ। କ୍ରିକେଟର ମକ୍କା କୁହାଯାଉଥିବା ଲର୍ଡ୍ସରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଖେଳାଯାଉଛି। ମ୍ୟାଚର ତୃତୀୟ ଦିବସ ଅର୍ଥାତ୍ ଶନିବାର ଭାରତୀୟ ଓପ୍ନର ଲୋକେଶ ରାହୁଲଙ୍କ ଉପରକୁ ଇଂଲିଶ ଦର୍ଶକ ‘କର୍କ’ ଅର୍ଥାତ୍ ଶ୍ୟାମ୍ପେନ୍ ବୋତଲର ଠିପି ପକାଇଛନ୍ତି।

Advertisment

ଏସବୁ ଘଟଣା ଇଂଲଣ୍ଡ ଇନିଂସରେ ୬୮ତମ ଓଭର ପରେ ଘଟିଛି। ରାହୁଲ୍ ଥାର୍ଡ ମ୍ୟାନରେ ଫିଲ୍ଡିଂ କରୁଥିଲେ। ଇଂଲଣ୍ଡ ଦର୍ଶକ ତାଙ୍କ ଉପରକୁ ‘କର୍କ’ ପକାଇବା ଆରମ୍ଭ କରିଦେଲେ। ଭାରତୀୟ ବ୍ୟାଟ୍ସମ୍ୟାନ୍ କର୍କ ଉଠାଇ ଫିଲ୍ଡବ ବାହାରକୁ ପକାଇ ଦେଇଥିଲେ ଏବଂ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ଏ ସମ୍ବନ୍ଧରେ ସୂଚନା ଦେଇଥିଲେ। ଟିଭି ଫୁଟେଜରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ଯେ ରାହୁଲଙ୍କ ଆଖପାଖରେ ୬-୭ଟି କର୍କ ପଡ଼ିଥିଲା। ଏହାର ଫଟୋ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।

https://twitter.com/sportsfan_stats/status/1426518932647682061?s=20

https://twitter.com/SeamBowling/status/1426514883755970563?s=20

କ୍ୟାପଟେନ୍ କୋହଲି ଇଂଲିଶ ଦର୍ଶକଙ୍କର ଏଭଳି ବ୍ୟବହାରକୁ ନେଇ ଆଦୌ ଖୁସି ନଥିଲେ ଏବଂ ସେ ରାହୁଲଙ୍କୁ ଏହାକୁ (କର୍କ) ବାହାରକୁ ଫୋପାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି କାରଣରୁ ଖେଳ ମଧ୍ୟ କିଛି ସମୟ ରୋକିବାକୁ ପଡ଼ିଥିଲା, କାରଣ ଭାରତୀୟ ଖେଳାଳି ଅମ୍ପାୟାର ମାଇକେଲ୍ ଗଫ୍ ଓ ରିଚାର୍ଡ ଇଲିଙ୍ଗୱର୍ଥଙ୍କ ସହ ଏ ବିଷୟରେ କଥା ହୋଇଥିଲେ। ସୋଶାଲ ମିଡିଆରେ ଇଂଲିଶ ଦର୍ଶକଙ୍କ ଏଭଳି ଲଜ୍ଜାଜନକ ବ୍ୟବହାରକୁ ଖୁବ୍ ସମାଲୋଚନା କରାଯାଉଛି।

Advertisment

https://twitter.com/louist____28/status/1426514555492978690?s=20

ସୂଚନାଯୋଗ୍ୟ, ଲର୍ଡ୍ସ ଟେଷ୍ଟରେ ରାହୁଲ୍ ୧୨୯ ରନର ଶତକୀୟ ଇନିଂସ୍ ଖେଳିଥିଲେ। ତାଙ୍କର ଏହି ଦମଦାର ଇନିଂସ୍ ବଳରେ ଭାରତ ପ୍ରଥମ ଇନିଂସରେ ୩୬୪ ରନ୍ କରିଥିଲା। ଜବାବରେ ଜୋ ରୁଟଙ୍କ ଅପରାଜିତ ୧୮୦ ରନ୍ ବଳରେ ଇଂଲଣ୍ଡ ପ୍ରଥମ ଇନିଂସରେ ୩୯୧ ରନ୍ କରିଛି। ଭାରତ ପ୍ରଥମ ଇନିଂସରେ ୨୭ ରନରେ ପଛୁଆ ରହିଛି। ଭାରତ ପକ୍ଷରୁ ମହମ୍ମଦ ସିରାଜ ୪ଟି, ଈଶାନ୍ତ ଶର୍ମା ୩ଟି ଓ ମହମ୍ମଦ ଶାମି ୨ଟି ୱିକେଟ୍ ନେଇଥିଲେ।