Advertisment

ଅନ୍ତିମ ଓଭରରେ ୧୫ ରନ୍ କରି ରାଜସ୍ଥାନକୁ ୧୮୯ ରନର ଟାର୍ଗେଟ ଦେଲା ଚେନ୍ନାଇ

ଓ୍ୱାଙ୍ଖଡେ: ଆଜି ଚଳିତ ଆଇପିଏଲର ୧୨ ତମ ମ୍ୟାଚ୍ ଖେଳାଯାଉଛି। ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଏହି ମ୍ୟାଚ୍ ଚାଲିଛି। ଟସ୍ ଜିତି ରାଜସ୍ଥାନ ଚେନ୍ନାଇ ସୁପର କିଙ୍ଗ୍ସଙ୍କୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଆଉ ଚେନ୍ନାଇ ୨୦ ଓଭରରେ ୯ଟି ୱିକେଟ୍ ହରାଇ ୧୮୮ ରନ୍ ସଂଗ୍ରହ କରିଛି। ଅର୍ଥାତ୍ ରାଜସ୍ଥାନ ରୟାଲ୍ସକୁ ଜିତିବା ପାଇଁ ୧୮୯ ରନ୍ ସ୍କୋର କରିବାକୁ ପଡିବ। ଚେତନ ସାକରିଆ ରାଜସ୍ଥାନରୁ ସର୍ବାଧିକ ୩ଟି […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଅନ୍ତିମ ଓଭରରେ ୧୫ ରନ୍ କରି ରାଜସ୍ଥାନକୁ ୧୮୯ ରନର ଟାର୍ଗେଟ ଦେଲା ଚେନ୍ନାଇ

Bravo

ଓ୍ୱାଙ୍ଖଡେ: ଆଜି ଚଳିତ ଆଇପିଏଲର ୧୨ ତମ ମ୍ୟାଚ୍ ଖେଳାଯାଉଛି। ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଏହି ମ୍ୟାଚ୍ ଚାଲିଛି। ଟସ୍ ଜିତି ରାଜସ୍ଥାନ ଚେନ୍ନାଇ ସୁପର କିଙ୍ଗ୍ସଙ୍କୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଆଉ ଚେନ୍ନାଇ ୨୦ ଓଭରରେ ୯ଟି ୱିକେଟ୍ ହରାଇ ୧୮୮ ରନ୍ ସଂଗ୍ରହ କରିଛି।

Advertisment

ଅର୍ଥାତ୍ ରାଜସ୍ଥାନ ରୟାଲ୍ସକୁ ଜିତିବା ପାଇଁ ୧୮୯ ରନ୍ ସ୍କୋର କରିବାକୁ ପଡିବ। ଚେତନ ସାକରିଆ ରାଜସ୍ଥାନରୁ ସର୍ବାଧିକ ୩ଟି ୱିକେଟ୍ ନେଇଛନ୍ତି। ରାଇଡୁ ଏବଂ ରାଇନାଙ୍କ ୱିକେଟ୍ ନେବା ସହିତ ଧୋନିଙ୍କ ଓ୍ୱିକେଟ ନେଇଛନ୍ତି ରାଜସ୍ଥାନର ଏହି ବୋଲର। ସାକାରିଆଙ୍କ ବ୍ୟତୀତ କ୍ରିସ ମୋରିସ୍ ୨ଟି ୱିକେଟ୍ ନେଇଛନ୍ତି।

ଚେନ୍ନାଇ ଅନ୍ତିମ ଓଭରରେ ୧୫ ରନ୍ ସଂଗ୍ରହ କରିଥିଲା। ମୁସ୍ତାଫିଜୁର ରହମାନଙ୍କ ବଲରେ ସାମ୍ କୁରଣ (୬ ଟି ବଲରେ ୧୩ ରନ୍) ଏବଂ ଶର୍ଦ୍ଦାଳୁ ଠାକୁର (୧ ବଲରେ ୧ ରନ୍) କରିଥିଲେ। ଏଥିସହିତ ବ୍ରାଭୋ ଅପରାଜିତ ରହି ୮ ଟି ବଲରେ ୨୦ ରନ୍ କରିଥିଲେ। ଯେଉଁଛିରେ ୨ଟି ଚୌକା ଓ ଗୋଟିଏ ଛକା ଥିଲା। ସେ ଇନିଂସର ଅନ୍ତିମ ବଲରେ ଏହି ଛକା ମାରିଥିଲେ।

Advertisment

ଚେନ୍ନାଇରୁ ଫାଫ୍ ଡୁ ପ୍ଲେସିସି (୩୩) ସର୍ବାଧିକ ରନ୍ ସଂଗ୍ରହ କରିଥିଲେ। ଏହା ବ୍ୟତୀତ ଅମ୍ବାତି ରାୟୁଡୁ (୨୭), ମୋଇନ୍ ଅଲି (୨୬), ସୁରେଶ ରାଇନା (୧୮), ଏମଏସ ଧୋନି (୧୮), ସାମ୍ କୁରଣ (୧୩), ରିତୁରାଜ ଗାଇକୱାଡ (୧୦), ରବିନ୍ଦ୍ର ଜାଡେଜା (୮) ଏବଂ ଶର୍ଦ୍ଦାଲୁ ଠାକୁର ୧ ରନ୍ କରିଥିଲେ। ଏଥିସହିତ ବ୍ରାଭୋ ଅପରାଜିତ ରହି ୮ ବଲରେ ୨୦ ରନ୍ ସ୍କୋର କରିଥିଲେ। ରାଜସ୍ଥାନ ପାଇଁ ଚେତନା ସାକାରିଆ ତିନୋଟି, କ୍ରିସ୍ ମୋରିସ୍ ଦୁଇଟି ନେଇଥିବାବେଳେ ମୁସ୍ତାଫିଜୁର ରହମାନ ଏବଂ ରାହୁଲ ତେୱାତିଆ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ଚେନ୍ନାଇ ଏବଂ ରାଜସ୍ଥାନ ଉଭୟ ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିବା ବେଳେ ଗୋଟିଏ ଲେଖାଁଏ ମ୍ୟାଚ ହାରିଛନ୍ତି। ଚେନ୍ନାଇ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପ୍ରଥମ ମ୍ୟାଚ୍ ୭ ୱିକେଟରେ ହାରିଥିଲା। ପରେ ପଞ୍ଜାବ କିଙ୍ଗ୍ସକୁ ୬ ୱିକେଟରେ ହରାଇଥିଲା।

ଅନ୍ୟପକ୍ଷରେ ରାଜସ୍ଥାନ ପ୍ରଥମ ମ୍ୟାଚରେ ପଞ୍ଜାବ ପାଖରୁ ୪ ରନରେ ହାରିଥିଲା। ଆଉ ଦ୍ୱିତୀୟ ମ୍ୟାଚରେ ଦିଲ୍ଲୀ ବିପକ୍ଷରେ ୩ ୱିକେଟରେ ଜିତିଥିଲା। ଉଭୟ ଦଳ ପାଇଁ ଏହା ତୃତୀୟ ମ୍ୟାଚ।

IPL 2021