/odisha-reporter/media/media_files/2026/02/18/dube-2026-02-18-20-42-43.jpg)
ଶଟ ଖେଳୁଛନ୍ତି ଦୁବେ
ଚଳିତ ଟି-୨୦ ବିଶ୍ୱକପ(T20 World Cup)ର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ରେ କଡ଼ା ଫାଇଟର ସମ୍ମୁଖୀନ ହୋଇଛି ଭାରତୀୟ ଟିମ। ଅପେକ୍ଷାକୃତ ଦୁର୍ବଳ ନେଦରଲ୍ୟାଣ୍ଡ୍ସ ଭାରତୀୟ ବ୍ୟାଟରଙ୍କୁ ଦେଇଛନ୍ତି କଡ଼ା ଚ୍ୟାଲେଞ୍ଜ। ଲମ୍ବା ବ୍ୟାଟିଂ ଲାଇନ ଅପ ପାଇଁ ଜଣାଶୁଣା ସୂର୍ଯ୍ୟ କୁମାର ଯାଦବଙ୍କୁ ଡଚ ଟିମ ୧୯୩ ରନରେ ଅଟକାଇ ଦେଇଛି।
ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୯୩ ରନ କରିଛି ଫଳରେ ମ୍ୟାଚ୍ ଜିତିବାକୁ ନେଦରଲ୍ୟାଣ୍ଡ୍ସକୁ ମିଳିଛି। ୧୯୪ ରନର ଟାର୍ଗେଟ। ଭାରତ ପାଇଁ ଅଲରାଉଣ୍ଡର ଶିବମ ଦୁର୍ବେ ସର୍ବାଧିକ ୬୬ରନ କରିଥିବା ବେଳେ ସୂର୍ଯ୍ୟ କୁମାର ଖେଳିଛନ୍ତି ୩୪ ରନର ଇନିଂସ।
ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପ୍ରଥମ ଓଭରରେ ହିଁ ପୁଣିଥରେ ବିସ୍ଫୋରକ ଅଭିଷେକ ଶର୍ମାଙ୍କୁ ଖାତା ଖୋଲିବା ପୂର୍ବରୁ ହରାଇଥିଲା। ତାଙ୍କ ୱିକେଟ ଆର୍ଯ୍ୟନ ଦତ୍ତ ନେଇଥିଲେ। ଇନଫର୍ମ ଈଶାନ କିଶନ କିଛି ବଡ଼ ଶଟ ଖେଳିଥିଲେ ହେଁ ୭ ବଲରେ ୧୮ ରନ କରି ଆର୍ଯ୍ୟନଙ୍କ ଦ୍ୱିତୀୟ ଶିକାର ବନିଥିଲେ।
ତୃତୀୟ ୱିକେଟ ପାଇଁ ଅଧିନାୟକ ସୂର୍ଯ୍ୟ କୁମାର ଓ ତିଳକ ବର୍ମା ସ୍ଥିତି ସମ୍ଭାଳି ଦଳୀୟ ସ୍କୋରକୁ ୩୯ରୁ ୬୯ରେ ପହଞ୍ଚାଇଥିଲେ। ଇତି ମଧ୍ୟରେ ୧୩ ରନ କରିଥିବା ସୂର୍ଯ୍ୟଙ୍କ କ୍ୟାଚ ମଧ୍ୟ ଡଚ ଖେଳାଳି ମିସ କରିଥିଲେ।
ହେଲେ ତିଳକ ବର୍ମା ବଡ଼ ଶଟ ମାରିବାକୁ ଚେଷ୍ଟା କରିବା ବେଳେ ୩୧ ରନରେ ସେ ଲୋଗାନ ଭାନ ବୀକଙ୍କ ବଲରେ ଆଉଟ ହୋଇ ଯାଇଥିଲେ। ସୂର୍ଯ୍ୟ କୁମାର କିଛି ବଡ଼ ଶଟ ଖେଳିଥିବା ବେଳେ ତାଙ୍କୁ ଶିବମ ଦୁବେ ପୂରା ସାଥ ଦେଇଥିଲେ। ଉଭୟ ଦଳୀୟ ସ୍କୋରକୁ ୧୦୦ ମଧ୍ୟ ପାର କରିଥିଲେ।
ଦଳୀୟ ସ୍କୋର ୧୧୦ ରନ ଥିବା ବେଳେ ଫାଇନ ଲେଗ ଅଞ୍ଚଳରେ ଶଟ ମାରିବାକୁ ଯାଇ ସୂର୍ଯ୍ୟ କୁମାର ୩୪ କାୟଲେ କ୍ଲେଇନଙ୍କ ବୋଲରେ ଆଉଟ ହୋଇ ଯାଇଥିଲେ। ୧୪ ଓଭର ତମ ଓଭରରେ ବ୍ୟାଟିଂ କରିବାକୁ ଆସିଥିଲେ ହାର୍ଦ୍ଦିକ ପାଣ୍ତ୍ୟା।
ସେ ସତର୍କତାର ସହ ବ୍ୟାଟିଂ କରୁଥିବା ବେଳେ ବିସ୍ଫୋରକ ରୂପ ଦେଖାଇଥିଲେ ଶିବମ ଦୁବେ। ସେ ମାତ୍ର ୨୫ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ୧୭ ଓଭର ସୁଦ୍ଧା ଦଳୀୟ ସ୍କୋରକୁ ସେ ପାଣ୍ଡ୍ୟାଙ୍କ ସହ ମିଶି ୧୫୩ ରନରେ ପହଞ୍ଚାଇ ଦେଇଥିଲେ।
୧୮ତମ ଓଭର ବୋଲିଂ କରିବାକୁ ଆସିଥିଲା ବାସ ଡେ ଲିଡେ। ପାଣ୍ତ୍ୟା ପ୍ରଥମ ୩ ବଲରେ କେବଳ ୧ ରନ କରିଥିଲେ। ପରବର୍ତ୍ତୀ ୨ଟି ବଲରେ ଦୁବେ ଗୋଟିଏ ଚୌକା ସହ ୫ ରନ ଆଦାୟ କରିଥିଲେ। ଶେଷ ବଲ ମଧ୍ୟ ପାଣ୍ଡ୍ୟା ରନ କରି ପାରି ନଥିଲେ। ୧୮ ଓଭର ଶେଷକୁ ଭାରତର ସ୍କୋର ୪ ୱିକେଟରେ ୧୫୯ ରନ ରହିଥିଲା।
୧୯ତମ ଓଭରରେ କ୍ଲେଇନ ପ୍ରଥମେ ଦୁଇଟି ୱାଇଡ ପକାଇଥିଲେ। ଏହାପରେ ପ୍ରଥମ ଲିଗାଲ ବଲରେ ଦୁବେ ଚୌକା ମାରିଥିଲେ। ପରବର୍ତ୍ତୀ ବଲରେ ୧ ନେଇ ସେ ପାଣ୍ଡ୍ୟାଙ୍କୁ ଷ୍ଟ୍ରାଇକ ଦେଇଥିଲେ। ପାଣ୍ଡ୍ୟା ଚମତ୍କାର ଛକା ମାରି ଦଳୀୟ ସ୍କୋରକୁ ୧୭୦ ପାର କରାଇଥିଲେ। ପୁଣି ଗୋଟିଏ ବଲ ଡଟ ହେବା ପରେ ସେ ଆଉ ଗୋଟିଲ ଛକା ମାରିଥିଲେ। ଶେଷ ବଲରେ ୨ ରନ ହେବାରୁ ଦଳୀୟ ସ୍କୋର ୧୮୦ରେ ପହଞ୍ଚିଥିଲା।
ଶେଷ ଓଭର ପକାଇବାକୁ ଆସିଥିଲେ ଭାବ ବିକ। ତାଙ୍କୁ ଦୁବେ ଛକା ମାରି ସ୍ୱାଗତ କରିଥିଲେ। କିନ୍ତୁ ଦ୍ୱିତୀୟ ବଲରେ ଦୁବେ ଆଉଟ ହୋଇଯାଇଥିଲେ। ସେ ଆଜି ୩୧ ବଲରେ ୬୬ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୬ଟି ଛକା ଓ ୪ଟି ଚୌକା ମାରିଛନ୍ତି।
ଦୁବେଙ୍କ ପରେ ଆସିଥିବା ରିଙ୍କୁ ସିଂହ ପ୍ରଥମ ବଲ ଡଟ ହୋଇଯାଇଥିଲେ। କିନ୍ତୁ ରିଙ୍କୁ ସିଂହ ୪ର୍ଥ ବଲରେ ବିରାଟ ଛକା ମାରିଥିଲେ। ୫ମ ବଲରେ ବାଇରୁ ୧ ରନ ମିଳିଥିଲା। ଶେଷ ବଲରେ ହାର୍ଦ୍ଦିକ ଆଉଟ ହୋଇଯିବାରୁ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୯୩ ରନରେ ଅଟକି ଯାଇଛି। ପାଣ୍ଡ୍ୟା ୨୧ ବଲରେ ୩୦ ରନ କରି ଶେଷ ବଲରେ ଆଉଟ ହୋଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
