Advertisment

ବାଭୁମା ଓ ଡୁସେନଙ୍କ ଶତକ, ଭାରତକୁ ୨୯୭ ରନର ଟାର୍ଗେଟ୍

ପାର୍ଲ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଘରୋଇ ଦଳ ଜବରଦସ୍ତ ବ୍ୟାଟିଂ କରିଛି। କ୍ୟାପଟେନ୍ ତେମ୍ବା ବାଭୁମା ଓ ରାସି ଭାନ୍ ଡର୍ ଡୁସେନଙ୍କ ଦମଦାର ଶତକ ବଳରେ ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆରେ ୫୦ ଓଭରରେ ୪ ୱିକେଟ୍ ହରାଇ ୨୯୬ ରନ୍ କରିଛି। ବାଭୁମା ୧୧୦ ଓ ଡୁସେନ୍ ଦ୍ରୁତ ୧୨୯ ରନ୍ କରି ଅପରାଜିତ ରହିଛନ୍ତି। ବୋଲାଣ୍ଡ ପାର୍କରେ ଖେଳାଯାଇଥିବା ଉକ୍ତ […]

ବାଭୁମା ଓ ଡୁସେନଙ୍କ ଶତକ, ଭାରତକୁ ୨୯୭ ରନର ଟାର୍ଗେଟ୍

saf

Advertisment

ପାର୍ଲ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଘରୋଇ ଦଳ ଜବରଦସ୍ତ ବ୍ୟାଟିଂ କରିଛି। କ୍ୟାପଟେନ୍ ତେମ୍ବା ବାଭୁମା ଓ ରାସି ଭାନ୍ ଡର୍ ଡୁସେନଙ୍କ ଦମଦାର ଶତକ ବଳରେ ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆରେ ୫୦ ଓଭରରେ ୪ ୱିକେଟ୍ ହରାଇ ୨୯୬ ରନ୍ କରିଛି। ବାଭୁମା ୧୧୦ ଓ ଡୁସେନ୍ ଦ୍ରୁତ ୧୨୯ ରନ୍ କରି ଅପରାଜିତ ରହିଛନ୍ତି।

Advertisment

ବୋଲାଣ୍ଡ ପାର୍କରେ ଖେଳାଯାଇଥିବା ଉକ୍ତ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଟିମକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ଭାରତର ଭାଇସ୍-କ୍ୟାପଟେନ୍ ତଥା ଏକ ନମ୍ବର ବୋଲର ଯଶପ୍ରୀତ ବୁମ୍ରା ଘରୋଇ ଦଳର ଓପ୍ନର ଜାନେମନ୍ ମଲାନ୍ (୬)ଙ୍କୁ ଆଉଟ୍ କରିଥିଲେ। ଅନ୍ୟତମ ଓପ୍ନର କ୍ୱିଣ୍ଟନ୍ ଡି’କକ୍ (୨୭) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ତାଙ୍କୁ ରବିଚନ୍ଦ୍ରନ୍ ଅଶ୍ୱିନ୍ କ୍ଲିନ୍ ବୋଲ୍ଡ କରିଥିଲେ। ଟେଷ୍ଟ ସିରିଜରେ ନୈରାଶ୍ୟଜନକ ବ୍ୟାଟିଂ କରିଥିବା ଏଡେନ୍ ମାର୍କରମ୍ (୪) ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନଆଉଟ୍ ହୋଇଥିଲେ।

୬୮ ରନରେ ୩ ୱିକେଟ୍‌ ହରାଇ ଦକ୍ଷିଣ ଆଫ୍ରିକା ସଂକଟରେ ପଡ଼ିଥିବା ବେଳେ ବାଭୁମା ଓ ଡୁସେନ୍ ଜବରଦସ୍ତ ବ୍ୟାଟିଂ କରିଥିଲେ। ଡୁସେନ୍ ଆକ୍ରମଣାତ୍ମକ ବ୍ୟାଟିଂ କରି ଗୋଟିଏ ପଟେ ରନ୍ ଗତି ବଢ଼ାଇଥିବା ବେଳେ ବାଭୁମା ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। ଦୁହେଁ ଧୀରେ ଧୀରେ ଦଳର ରନ୍ ରେଟ୍ ଓଭରପିଛା ୪ ଏବଂ ପରେ ୫କୁ ବଢ଼ାଇଥିଲେ। ବାଭୁମା ୭୬ ବଲରେ ଓ ଡୁସେନ୍ ୪୯ ବଲରେ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଏହି ଦୁଇ ଯୋଡ଼ିକୁ ଭାଙ୍ଗିବା ପାଇଁ ରାହୁଲ୍ ସବୁ ପ୍ରୟାସ ବୃଥା ଯାଇଥିଲା। ଏହିପରି ଭାବେ ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ୨୦୪ ରନର ବଡ଼ ଭାଗିଦାରୀ କରି ଦକ୍ଷିଣ ଆଫ୍ରିକାକୁ ମଜଭୁତ୍ ସ୍କୋରରେ ପହଞ୍ଚାଇଥିଲେ।

Advertisment

ଉଭୟ ବାଭୁମା ଓ ଡୁସେନ୍ ସେମାନଙ୍କର ଦ୍ୱିତୀୟ ଦିନିକିଆ ଶତକ ପୂରଣ କରିବାରେ ସଫଳ ହୋଇଥିଲେ। ଶତକ ପୂରଣ କରିବା ପାଇଁ ବାଭୁମା ୧୩୩ ବଲ୍ ଓ ଡୁସେନ୍ ୮୩ ବଲର ସହାୟତା ନେଇଥିଲେ। ଶେଷରେ ଏହି ଯୋଡ଼ିକୁ ଭାଙ୍ଗିବାରେ ସଫଳ ହୋଇଥିଲେ ବୁମ୍ରା। ବାଭୁମା ବ୍ୟକ୍ତିଗତ ୧୧୦ (୧୪୩ ବଲ୍, ୮ ଚୌକା) ରନ୍ କରି ରାହୁଲଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ। ତେବେ ଡୁସେନ୍ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ୨୯୬ ରନରେ ପହଞ୍ଚାଇଥିଲେ। ସେ ମାତ୍ର ୯୬ ବଲର ସାମ୍ନା କରି ୧୨୯ ରନ୍ ଅପରାଜିତ ଥିଲେ, ଯେଉଁଥିରେ ୯ ଚୌକା ଓ ୪ ଛକା ସାମିଲ୍ ଥିଲା। ଡେଭିଡ୍ ମିଲର୍ ୨ ରନ୍ କରି କ୍ରିଜରେ ଥିଲେ। ଭାରତ ପକ୍ଷରୁ ବୁମ୍ରା ୨ଟି ଓ ଅଶ୍ୱିନ ଗୋଟିଏ ୱିକେଟ୍ ନେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe