Advertisment

୮ ଇଂଲଣ୍ଡ ଖେଳାଳି ଫେରିଲେ ସ୍ୱଦେଶ

ଲଣ୍ଡନ: ଆଇପିଏଲରେ ଭାଗ ନେଉଥିବା ଇଂଲଣ୍ଡର ୮ଜଣ ଖେଳାଳି ବୁଧବାର ସ୍ୱଦେଶ ଫେରିଯାଇଛନ୍ତି। ଏଥିରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ୱିକେଟକିପର ବ୍ୟାଟ୍ସମ୍ୟାନ୍ ଜୋସ ବଟଲର୍ ଓ ସନରାଇଜର୍ସ ହାଇଦ୍ରାବାଦ ଫ୍ରାଞ୍ଚାଇଜି ପକ୍ଷରୁ ଖେଳୁଥିବା ଜନ୍ନି ବେୟାରଷ୍ଟୋ ସାମିଲ୍ ଅଛନ୍ତି। ଭାରତର ୪ ଖେଳାଳି କରୋନାରେ ସଂକ୍ରମିତ ହେବା ପରେ ଆୟୋଜକ ମଙ୍ଗଳବାର ଆଇପିଏଲକୁ ସସପେଣ୍ଡ କରିଥିଲେ। ଇଂଲଣ୍ଡର ୧୧ ଜଣ ଖେଳାଳି ଆଇପିଏଲରେ ଭାଗ ନେଉଛନ୍ତି। ସ୍କାଏ ସ୍ପୋର୍ଟ୍ସ ମୁତାବକ, ସାମ୍ କୁରାନ୍‌, ଟମ୍ କୁରାନ୍‌, […]

୮ ଇଂଲଣ୍ଡ ଖେଳାଳି ଫେରିଲେ ସ୍ୱଦେଶ

england

Advertisment

ଲଣ୍ଡନ: ଆଇପିଏଲରେ ଭାଗ ନେଉଥିବା ଇଂଲଣ୍ଡର ୮ଜଣ ଖେଳାଳି ବୁଧବାର ସ୍ୱଦେଶ ଫେରିଯାଇଛନ୍ତି। ଏଥିରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ୱିକେଟକିପର ବ୍ୟାଟ୍ସମ୍ୟାନ୍ ଜୋସ ବଟଲର୍ ଓ ସନରାଇଜର୍ସ ହାଇଦ୍ରାବାଦ ଫ୍ରାଞ୍ଚାଇଜି ପକ୍ଷରୁ ଖେଳୁଥିବା ଜନ୍ନି ବେୟାରଷ୍ଟୋ ସାମିଲ୍ ଅଛନ୍ତି।

Advertisment

ଭାରତର ୪ ଖେଳାଳି କରୋନାରେ ସଂକ୍ରମିତ ହେବା ପରେ ଆୟୋଜକ ମଙ୍ଗଳବାର ଆଇପିଏଲକୁ ସସପେଣ୍ଡ କରିଥିଲେ। ଇଂଲଣ୍ଡର ୧୧ ଜଣ ଖେଳାଳି ଆଇପିଏଲରେ ଭାଗ ନେଉଛନ୍ତି। ସ୍କାଏ ସ୍ପୋର୍ଟ୍ସ ମୁତାବକ, ସାମ୍ କୁରାନ୍‌, ଟମ୍ କୁରାନ୍‌, ସାମ୍ ବିଲିଙ୍ଗସ୍‌, କ୍ରିସ୍ ଓକ୍ସ, ମୋଇନ୍ ଅଲୀ ଓ ଜେସନ୍ ରୟ ବ୍ରିଟେନ୍ ଫେରିଯାଇଛନ୍ତି।

ତେବେ ଇଂଲଣ୍ଡର ସୀମିତ ଓଭର ଫର୍ମାଟର କ୍ୟାପଟେନ୍ ଇଆନ୍ ମୋର୍ଗାନ୍‌, ଡେୱିଡ୍ ମଲାନ୍ ଓ କ୍ରିସ୍ ଜୋର୍ଡାନ୍ ଆଗାମୀ ୪୮ ଘଣ୍ଟା ଭିତରେ ଭାରତ ଛାଡ଼ିପାରନ୍ତି। କରୋନା ମହାମାରୀ କାରଣରୁ ବ୍ରିଟେନ୍ ଭାରତକୁ ‘ରେଡ୍ ଲିଷ୍ଟ’ (ବିପଦ ତାଲିକା)ରେ ରଖିଛି ଏବଂ ଏଭଳି ସ୍ଥିତିରେ କ୍ରିକେଟରଙ୍କୁ ୧୦ ଦିନ ପର୍ଯ୍ୟନ୍ତ ସରକାରଙ୍କ ଦ୍ୱାରା ଅନୁମୋଦିତ ସୁବିଧାରେ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ।

Advertisment

ସବୁ ବିଦେଶୀ ଖେଳାଳିଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ପଠାଇବା ପାଇଁ ଆଇପିଏଲ୍ ପ୍ରତିଶ୍ରୁତି ଦେଇଛି। ଅଷ୍ଟ୍ରେଲିଆ ସରକାର ଅତି କମରେ ମେ’ ୧୫ ତାରିଖ ସୁଦ୍ଧା ଭାରତରୁ ଆସିବାକୁ ଥିବା ପ୍ରତିଟି ଲୋକଙ୍କ ଆସିବା ଉପରେ କଟକଣା ଲଗାଇଛି। ଏଭଳି ସ୍ଥିତିରେ କ୍ରିକେଟର୍ ସ୍ୱଦେଶ ଫେରିବା ପୂର୍ବରୁ ମାଳଦ୍ୱୀପ କିମ୍ବା ଶ୍ରୀଲଙ୍କାରେ ରହିପାରନ୍ତି।

IPL2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe