Virat
ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଥିବା ଦକ୍ଷିଣ ଆଫ୍ରିକାର ଷ୍ଟାର ବ୍ୟାଟର ଡିନ ଏଲଗାର ବଡ଼ ଦାବି କରିଛନ୍ତି। ସେ ଭାରତର ରନ ମେସିନ ବିରାଟ କୋହଲିଙ୍କୁ ଏକଦା ବ୍ୟାଟରେ ପିଟିବା ପାଇଁ କୁଆଡ଼େ ଧମକ ଦେଇଥିଲେ ବୋଲି କହିଛନ୍ତି। ଦକ୍ଷିଣ ଆଫ୍ରିକାର ପୋଡକାଷ୍ଟ ବେଟୱେକୁ ସାକ୍ଷାତକାର ଦେଇ ଏଲଗାର ଏପରି କଥା କହିଛନ୍ତି।
କାର୍ଯ୍ୟକ୍ରମରେ ଏଲଗାର ଦାବି କରିଛନ୍ତି ଯେ ସେ ୨୦୧୫ରେ ଭାରତ ଟୁରରେ ଥିବା ବେଳେ ବିରାଟ ମ୍ୟାଚ ବେଳେ ତାଙ୍କ ସହ ଝଗଡ଼ା କରିବାକୁ ଚେଷ୍ଟା କରିଥିଲେ। ଭାରତ ଗସ୍ତରେ ଏଲଗାର ଆସିବା ସହ ବିରାଟଙ୍କ ବିରୋଧରେ ପ୍ରଥମ ଥର ପାଇଁ କୌଣସି ମ୍ୟାଚ୍ ଖେଳିଥିଲେ।
ଏହି ସୟମରେ ଦୁହିଁଙ୍କ ମଧ୍ୟରେ ଘଟିଥିବା ଘଟଣା ସମ୍ପର୍କରେ ଏଲଗାର ଖୁଲାସା କରିଛନ୍ତି। ସେ କହିଛନ୍ତି, “ମୁଁ ବ୍ୟାଟିଂ କରିବାକୁ ଆସିଥିଲି। ଏହି ସମୟରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଖେଳିବାକୁ ଚିନ୍ତା କରୁଥିଲି। ଏହି ସମୟରେ କ’ଣ ତାଙ୍କ ନାଁ ଜେଜା(ରବୀନ୍ଦ୍ର ଜାଡେଜା) ବିରାଟ କୋହଲି ମୋ ସହ ଝଗଡ଼ା କରିବାକୁ ଚେଷ୍ଟା କରିଥିଲେ। ଉଭୟ ମୋତେ ଗାଳି କରିବା ସହ ଛେପ ପକାଇଥିଲେ। ବିରାଟଙ୍କ ବ୍ୟବହାର ଦେଖି ମୁଁ କହିଥିଲି ଯେ ଯଦି ତୁମେ ଏମିତି କରିବ, ତା’ହେଲେ ମୁଁ ତୁମକୁ ଏହି ବ୍ୟାଟରେ ପିଟିବି।”
କ’ଣ ବିରାଟ ଦକ୍ଷିଣ ଆଫ୍ରିକାର ସ୍ଥାନୀୟ ଭାଷା ଜାଣିଛନ୍ତି ବୋଲି ପ୍ରଶ୍ନରେ ଏଲଗାର ହଁ ଭରିଛନ୍ତି। ସେ କହିଛନ୍ତି, “ହିଁ, ସେ ଭଲ ଭାବେ ଦକ୍ଷିଣ ଆଫ୍ରିକାର ସ୍ଥାନୀୟ ଖରାପ ଶବ୍ଦ ଜାଣିଛନ୍ତି। କାରଣ ଏବି ଡିଭିଲିୟର୍ସ ଆଇପିଏଲରେ ବିରାଟଙ୍କ ଟିମରେ ଖେଳନ୍ତି। ତେଣୁ ବିରାଟ ତାଙ୍କ ଠାରୁ ସବୁ କିଛି ଶିଖିଛନ୍ତି।
ବିରାଟ ଖରାପ ଶବ୍ଦ ପ୍ରୟୋଗ କରିବାରୁ ମୁଁ ତାଙ୍କୁ ପଡ଼ିଆ ଭିତରେ ବ୍ୟାଟରେ ପିଟିବି ବୋଲି କହିଥିଲି। ଏହାପରେ ସେ କିଛି ଖରାପ ଶବ୍ଦ ମଧ୍ୟ ପ୍ରୟୋଗ କରିଥିଲେ। ହେଲେ ସେ ଭୁଲ ଲୋକ ସହ ପଙ୍ଗା ନେଇଥିଲେ। ସେ ଯାହା ବି ହେଉ, ଆମେ ଭାରତରେ ଥିବାରୁ ଟିକିଏ ସର୍ତକତା ଅବଲମ୍ବନ କରିଥିଲୁ।”
ଉକ୍ତ ଟେଷ୍ଟ ମ୍ୟାଚ୍ ପରେ ଡିଭିଲିୟର୍ସଙ୍କ କାନକୁ କଥା ଯାଇଥିଲା। ସେ ଏ ସମ୍ପର୍କରେ ବିରାଟଙ୍କ ସହ କଥା ହୋଇଥିଲେ। କିଛି ବର୍ଷ ପରେ ଭାରତ ଯେତେବେଳେ ଦକ୍ଷିଣ ଆଫ୍ରିକା ଟୁରରେ ଆସିଥିଲା ସେତେବେଳେ ବିରାଟ ଉକ୍ତ ଘଟଣା ପାଇଁ ଏଲଗାରଙ୍କୁ କ୍ଷମା ମାଗିଥିଲେ। ଉଭୟ ରାତି ୩ଟା ଯାଏ ମଦ ମଧ୍ୟ ପିଇଥିଲେ ବୋଲି ଏଲଗାର କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Virat_1706523840.jpg)