Advertisment

ବିରାଟ ଓ ଧୋନିଙ୍କ ମଧ୍ୟରୁ ଜଣଙ୍କୁ ବାଛିବାକୁ କହିବାରୁ ଚମତ୍କାର ଉତ୍ତର ଦେଲେ ପେରୀ

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଉଭୟ ପୁରୁଷ ଓ ମହିଳା ପ୍ରିମିୟର ଲିଗରେ ବଡ଼ବଡ଼ ଖେଳାଳିଙ୍କୁ ପାଇଛି।

Ellyse perry

Ellyse perry

Advertisment

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଉଭୟ ପୁରୁଷ ଓ ମହିଳା ପ୍ରିମିୟର ଲିଗରେ ବଡ଼ବଡ଼ ଖେଳାଳିଙ୍କୁ ପାଇଛି। ପୂର୍ବରୁ ପୁରୁଷ ଟିମର ନେତୃତ୍ୱ ବିରାଟ ନେଉଥିବା ବେଳେ କ୍ରିସ ଗେଲ ଓ ଏବି ଡିଭିଲିୟର୍ସଙ୍କ ଭଳି ଖେଳାଳି ଦଳରେ ଥିଲେ। ଏବେ ମହିଳା ପ୍ରିମିୟର ଲିଗ୍‌ରେ ଆରସିବିର ନେତୃତ୍ୱ ସ୍ମୃତି ମନ୍ଧାନା ନେଉଛନ୍ତି।

Advertisment

ଦଳରେ ଏଲିସ ପେରୀଙ୍କ ଭଳି ଖେଳାଳି ରହିଛନ୍ତି। କିନ୍ତୁ ଦଳର ଭାଗ୍ୟ ଆଇପିଏଲ ଭଳି ଡବ୍ଲ୍ୟୁପିଏଲରେ ମଧ୍ୟ ବଦଳି ନାହିଁ। ଷ୍ଟାର ଖେଳାଳିଙ୍କ ଉପସ୍ଥିତି ସତ୍ତ୍ୱେ ଆରସିବି ଏଯାଏ ଡବ୍ଲ୍ୟୁପିଏଲରେ ବିଜୟ ହାସଲ କରିପାରିନାହିଁ। କିନ୍ତୁ ଦଳ ସବୁବେଳେ ଚର୍ଚ୍ଚାରେ ରହି ଆସିଛି।

ନିକଟରେ ପେରୀଙ୍କୁ ନେଇ ହୋଇଥିବା ଗୋଟିଏ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମର ଭିଡିଓ ଆରସିବି ପକ୍ଷରୁ ପୋଷ୍ଟ କରାଯାଇଛି। ଏଥିରେ ବିରାଟ କୋହଲି ଓ ମହେନ୍ଦ୍ର ସିଂହ ଧୋନିଙ୍କ ମଧ୍ୟରୁ ପେରୀ କାହାକୁ ନିଜର ଓପନର ପାର୍ଟନର ଭାବେ ବାଛିବେ ବୋଲି ପ୍ରଶ୍ନ କରାଯାଇଛି। ଏହାର ଉତ୍ତର ସେ ବେଶ ଚମତ୍କାର ଢଙ୍ଗରେ ଦେଇଛନ୍ତି।

Advertisment

ଏହି ଅଷ୍ଟ୍ରେଲିୟ ଅଲରାଉଣ୍ଡର ଜଣଙ୍କ କହିଛନ୍ତି ଯେ “ମୁଁ ଦୁଇ ଜଣଙ୍କୁ ହିଁ ବାଛିବି। ସେମାନେ ଇନିଂସ ଆରମ୍ଭ କରିବେ। ଏହାଦ୍ୱାରା ମୁଁ ବାହାରେ ବସି ସେମାନଙ୍କ ବ୍ୟାଟିଂ ଦେବାକୁ ସକ୍ଷମ ହେବି।” ତାଙ୍କର ଏପରି ଉତ୍ତର ଏବେ ଭାଇରାଲ ହେବାରେ ଲାଗିଛି। ଅନେକ ଏହାକୁ ପ୍ରଶଂସା କରିବା ସହ ଶେୟାର ମଧ୍ୟ କରିବାରେ ଲାଗିଛନ୍ତି।

ଆମେ ଯଦି ଡବ୍ଲ୍ୟୁପିଏଲ କଥା ବିଚାରକୁ ନେବା, ଆରସିବି ପଏଣ୍ଟ ଟେବୁଲର ତଳ ଆଡ଼ୁ ଦ୍ୱିତୀୟ ସ୍ଥାନରେ ରହିଛି। ଦଳକୁ ଟପ୍‌ ୩ରେ ରହିବାକୁ ହେଲେ ପରବର୍ତ୍ତୀ ମ୍ୟାଚ ଗୁଡ଼ିକରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ଏଥିସହ ଯେମିତି ହେଲେ ବିଜୟ ହାସଲ କରିବାକୁ ହେବ। ନଚେତ ଦଳ ଟପ୍‌ ୩ରୁ ବାଦ ପଡ଼ିବ।

ଡବ୍ଲୁପିଏଲର ନିୟମ ଅନୁଯାୟୀ, ପ୍ରତି ଦଳ ପରସ୍ପର ସହ ୨ଟି ଲେଖାଏ ମ୍ୟାଚ୍‌ ଖେଳିବେ। ଏହାପରେ ଟପ୍‌ ୩ ଦଳ ପରବର୍ତ୍ତୀ ରାଉଣ୍ଡକୁ ଯିବେ। ଟପ୍‌ରେ ରହୁଥିବା ଦଳ ସିଧାସଳଖ ଫାଇନାଲ ଖେଳିବ। ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିବା ଦଳ ପରସ୍ପର ସହ ଏଲିମିନେଟର ମ୍ୟାଚ୍‌ ଖେଳିବେ।

Cricket Women Cricketers WPL
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe