Advertisment

ଚାମ୍ପିୟନ୍ସ ଟ୍ରଫି: ଜରୁରୀ ବୈଠକ ଡାକିଲା ଆଇସିସି

ଏହି ବୈଠକରେ ଚାମ୍ପିୟନ୍ସ ଟ୍ରଫି ପାଇଁ ଯୋଗ୍ୟତା ଅର୍ଜନ କରିଥିବା ସବୁ ରାଷ୍ଟ୍ରର ବରିଷ୍ଠ ଅଧିକାରୀମାନେ ଯୋଗଦେବେ। ବିସିସିଆଇ ଓ ପାକିସ୍ତାନ କ୍ରିକେଟ ବୋର୍ଡର ଅଧିକାରୀ ମଧ୍ୟ ବୈଠକକୁ ଆସିବେ।

ICC

ICC

Advertisment

ଆଇସିସି ଚାମ୍ପିୟନ୍ସ ଟ୍ରଫିକୁ ନେଇ ଜାରି ରହିଥିବା ଅନିଶ୍ଚିତତା ମଧ୍ୟରେ ଆଇସିସି ବଡ଼ ପଦକ୍ଷେପ ନେଇଛି। ଚାମ୍ପିୟନ୍ସ ଟ୍ରଫିର ଭବିଷ୍ୟତ ସମ୍ପର୍କରେ ନିଷ୍ପତ୍ତି ନେବାକୁ ଆଇସିସି ପକ୍ଷରୁ ଡକାଯାଇଛି ଜରୁରୀ ବୈଠକ। ଆସନ୍ତା ୨୬ ତାରିଖରେ ଆଇସିସି ଅଧ୍ୟକ୍ଷତାରେ ଚାମ୍ପିୟନ୍ସ ଟ୍ରଫି ବୈଠକ ବସିବ।

Advertisment

ଏହି ବୈଠକରେ ଚାମ୍ପିୟନ୍ସ ଟ୍ରଫି ପାଇଁ ଯୋଗ୍ୟତା ଅର୍ଜନ କରିଥିବା ସବୁ ରାଷ୍ଟ୍ରର ବରିଷ୍ଠ ଅଧିକାରୀମାନେ ଯୋଗଦେବେ। ବିସିସିଆଇ ଓ ପାକିସ୍ତାନ କ୍ରିକେଟ ବୋର୍ଡର ଅଧିକାରୀ ମଧ୍ୟ ବୈଠକକୁ ଆସିବେ।

ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ ହେଉଥିବାରୁ ସେଠାକୁ ଟିମ ପଠାଇବାକୁ ବିସିସିଆଇ ମନା କରିଦେଇଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ରାଜନୀତିକ ତିକ୍ତତା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। ହେଲେ ଏହାକୁ ପାକିସ୍ତାନ ଗ୍ରହଣ କରିବାକୁ ନାରାଜା। ପାକିସ୍ତାନ ବଦଳରେ ଭାରତର ନିରପେକ୍ଷ ଭେନ୍ୟୁରେ ମ୍ୟାଚ୍‌ ଖେଳିବାକୁ ଚାହୁଁଛି। କିନ୍ତୁ ପାକିସ୍ତାନ ନିଜ ଦେଶରୁ ଗୋଟିଏ ବି ମ୍ୟାଚ୍‌ ବାହାରେ ଖେଳାଯିବା ସପକ୍ଷରେ ନାହିଁ।

Advertisment

ଏହାକୁ ନେଇ ଚାମ୍ପିୟନ୍ସ ଟ୍ରଫି ଆୟୋଜନକୁ ନେଇ ଦ୍ୱନ୍ଦ୍ୱ ଦେଖାଯାଇଛି। ସ୍ଥିତି ଦିନକୁ ଦିନ ବିଗୁଡ଼ୁ ଥିବାରୁ ଆଇସିସି ପକ୍ଷରୁ ଜରୁରୀ ବୈଠକ ଡକାଯାଇଛି। ବୈଠକରେ ମୁଖ୍ୟତଃ ୫ଟି ପ୍ରସଙ୍ଗରେ ଆଲୋଚନା ହେବ।

ଚାମ୍ପିୟନ୍ସ ଟ୍ରଫିରେ ଭାରତର ମ୍ୟାଚ ଗୁଡ଼ିକର ଭବିଷ୍ୟତ କ’ଣ ହେବ? ନିରପେକ୍ଷ ଭେନ୍ୟୁରେ ସେମି ଫାଇନାଲ ଓ ଫାଇନାଲ ମ୍ୟାଚ ଆୟୋଜନ। ଯଦି ପାକିସ୍ତାନ ହାଇବ୍ରିଡ ମଡେଲକୁ ବିରୋଧ କରିବ, ତା’ହେଲେ କ’ଣ ପଦକ୍ଷେପ ନିଆଯିବ? ପୂରା ଚାମ୍ପିୟନ୍ସ ଟ୍ରଫିକୁ ନିରପେକ୍ଷ ଭେନ୍ୟକୁ ସ୍ଥାନାନ୍ତର ଓ ପାକିସ୍ତାନ ବିନା ଚାମ୍ପିୟନ୍ସ ଟ୍ରଫି ଆଦି ପ୍ରସଙ୍ଗରେ ଆଲୋଚନା ହେବାର ଅଛି।

ବୈଠକରେ ଆଇସିସି ଦୁଇ ପକ୍ଷ ଅର୍ଥାତ ବିସିସିଆଇ ଓ ପିସିବି ମଧ୍ୟରେ ବୁଝାମଣା କରିବାକୁ ଚେଷ୍ଟା କରିବ। ଏଥିସହ ଦୁଇ ବୋର୍ଡ ଉଠାଉଥିବା ସମସ୍ୟାର ସମାଧାନ ସହ ବିକଳ୍ପ ବ୍ୟବସ୍ଥା ପାଇଁ ପ୍ରସ୍ତାବ ଦେବ। ଏହାବାଦ ହାଇବ୍ରିଡ ମଡେଲ ପ୍ରସ୍ତାବ ଉପରେ ଆଲୋଚନା କରିବ ବୋଲି ଜଣାପଡ଼ିଛି। 

PCB ICC Champions Trophy Bcci
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe