Advertisment

ବିଶ୍ୱକପର ପ୍ରଥମ ମ୍ୟାଚ୍‌: ଷ୍ଟାଡିୟମ ଖାଁ ଖାଁ, ନ୍ୟୁଜିଲ୍ୟାଣ୍ତକୁ ୨୮୩ ରନର ଟାର୍ଗେଟ

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ୧ ଲକ୍ଷରୁ ଅଧିକ ଲୋକ ବସିବାର ବ୍ୟବସ୍ଥା ରହିଛି। ତଥାପି ପ୍ରଥମ ମ୍ୟାଚରେ ହାତ ଗଣତି ଲୋକ ଉପସ୍ଥିତ ରହିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
ICC

ICC

ଆଜି ଠାରୁ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦିନିକିଆ କ୍ରିକେଟ ବିଶ୍ୱକପ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ତର ମୁକାବିଲା ନ୍ୟୁଜିଲ୍ୟାଣ୍ଡ ସହ ହେଉଛି। ଦୁଇ ଶକ୍ତିଶାଳୀ ଟିମ ବିଶ୍ୱର ସବୁଠାରୁ ବଡ଼ ଷ୍ଟାଡିୟମରେ ମୁହାଁମୁହିଁ ହେଉଥିଲେ ମଧ୍ୟ ଦର୍ଶକଙ୍କ ଅନୁପସ୍ଥିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Advertisment

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ୧ ଲକ୍ଷରୁ ଅଧିକ ଲୋକ ବସିବାର ବ୍ୟବସ୍ଥା ରହିଛି। ତଥାପି ପ୍ରଥମ ମ୍ୟାଚରେ ହାତ ଗଣତି ଲୋକ ଉପସ୍ଥିତ ରହିଛନ୍ତି।

୨୦୧୯ ବିଶ୍ୱକପର ଦୁଇ ଫାଇନାଲିଷ୍ଟ ୨୦୨୩ ବିଶ୍ୱକପର ପ୍ରଥମ ମ୍ୟାଚ୍‌ ଖେଳୁଥିବାରୁ ଏହାକୁ ନେଇ ବେଶ ଉତ୍କଣ୍ଠା ପ୍ରକାଶ ପାଇଥିଲା। ଆୟୋଜକ ମଧ୍ୟ ପ୍ରଥମ ମ୍ୟାଚ୍‌ରେ ପୂରା ହାଉସଫୁଲ ହେବ ବୋଲି କହିଥିଲେ। କାରଣ ସବୁ ଟିକେଟ ପ୍ରାୟତଃ ବିକ୍ରି ହୋଇଯାଇଥିବା ରିପୋର୍ଟ ପ୍ରକାଶ ପାଇଥିଲା।

Advertisment

କିନ୍ତୁ ଏବେ ଷ୍ଟାଡିୟମରୁ ବାହାରକୁ ଆସିଥିବା ଫଟୋ କିଛି ଅଲଗା କଥା ବୟାନ କରୁଛି। ଟସ୍‌ ପଡ଼ିବା ଠାରୁ ଆରମ୍ଭ କରି ଇଂଲଣ୍ଡର ବ୍ୟାଟିଂ ଶେଷ ହେବା ଯାଏ ଷ୍ଟାଡିୟମରେ ବହୁତ କମ ଲୋକ ଉପସ୍ଥିତ ରହିଥିଲେ।

ଷ୍ଟାଡିୟମର ମୋଟ କ୍ଷମତା ଠାରୁ ମାତ୍ର ଏକ ଚତୁର୍ଥାଂଶ ଲୋକ ଉପସ୍ଥିତ ରହିଛନ୍ତି। ଲୋକଙ୍କ ଅନୁପସ୍ଥିତିକୁ ନେଇ ଅନେକ ଲୋକ ନିଜର ଅସନ୍ତୋଷକ ପ୍ରକାଶ କରିଛନ୍ତି। ଏମାନଙ୍କ ମଧ୍ୟରେ ଇଂଲଣ୍ଡ ମହିଳା ଟିମର ସଦସ୍ୟ ଡାନିଏଲ ୱାଟ୍ଟ ମଧ୍ୟ ରହିଛନ୍ତି।

କେବଳ ସେ ନୁହନ୍ତି, ଅନେକ ସୋଶାଲ ମିଡିଆ ବ୍ୟବହାରକାରୀ ଦର୍ଶକହୀନ ନରେନ୍ଦ୍ର ମୋଦି ଷ୍ଟାଡିୟମର ଫଟୋ ଶେୟାର କରି ବିସିସିଆଇକୁ ତାଚ୍ଛଲ୍ୟ କରିଛନ୍ତି। ପ୍ରଥମ ମ୍ୟାଚ୍‌ ପାଇଁ ସବୁ ଟିକେଟ ବିକ୍ରି ହୋଇସାରିଥିବା ବିସିସିଆଇ କହୁଥିଲେ ମଧ୍ୟ ଲୋକମାନେ କୁଆଡ଼େ ଗଲେ ବୋଲି ଅନେକ ପ୍ରଶ୍ନ କରିଛନ୍ତି।

ମ୍ୟାଚ୍‌ କଥା ବିଚାରକୁ ନେଲେ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ ଟମ ଲାଥମ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଇଂଲଣ୍ତ ନିର୍ଦ୍ଧାରିତ ୫୦ ଓଭରର ୯ ୱିକେଟ ହରାଇ ୨୮୨ ରନ କରିଛି। ଦଳ ପକ୍ଷରୁ ଜୋ ରୁଟ ସର୍ବାଧିକ ୭୭ ରନ କରିଥିବା ବେଳେ ଅଧିନାୟକ ଜୋଶ ବଟଲର ୪୩ ଓ ଜନ୍ନି ବେୟାରଷ୍ଟୋ ୩୩ ରନର ଇନିଂସ ଖେଳିଛନ୍ତି।

ନ୍ୟୁଜିଲ୍ୟାଣ୍ତ ପାଇଁ ମ୍ୟାଟ ହେନରୀ ସର୍ବାଧିକ ୩ଟି ୱିକେଟ ନେଇଥିବେ ବେଳେ ଗ୍ଲେନ ଫିଲିପ୍ସ ଓ ମିଚେଲ ସାଣ୍ଟନର ୨ଟି ଲେଖାଏ, ଟ୍ରେଣ୍ଟ ବୋଲ୍ଡ ଓ ରଚିନ ରବୀନ୍ଦ୍ରଙ୍କୁ ଗୋଟିଏ ଲେଖାଏ ସଫଳତା ମିଳିଛି।

ICC ICC Men’s Cricket World Cup 2023 ICC World Cup 2023