Advertisment

ରାହାଣେ ଓ ପୂଜାରାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଶେଷ!

ସେହିପରି ଉମେଶ ଯାଦବ ମଧ୍ୟ ଟେଷ୍ଟ ସ୍କ୍ୱାଡରେ ନାହାନ୍ତି। ମହମ୍ମଦ ଶାମିଙ୍କ ଫିଟନେସ ଚିନ୍ତାର ବିଷୟ ଥିବା ବେଳେ ଉମେଶଙ୍କୁ ନ ରଖିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

author-image
Hemant Lenka
Pujara

Pujara

ଟିମ ଇଣ୍ଡିଆର ଦୁଇ ଟେଷ୍ଟ ସ୍ପେଶାଲିଷ୍ଟ ଅଜିଙ୍କ୍ୟ ରାହାଣେ ଓ ଚେତେଶ୍ୱର ପୂଜାରାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଶେଷ ହେବା ସ୍ଥିତିରେ ପହଞ୍ଚି ଯାଇଛି। ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜରେ ଏହି ଦୁଇ ଭେଟରାନ କ୍ରିକେଟରଙ୍କୁ ବାଦ ଦିଆଯିବା ପରେ ଏପରି ଚର୍ଚ୍ଚା ଆରମ୍ଭ ହୋଇଛି।

Advertisment

ସେହିପରି ଉମେଶ ଯାଦବ ମଧ୍ୟ ଟେଷ୍ଟ ସ୍କ୍ୱାଡରେ ନାହାନ୍ତି। ମହମ୍ମଦ ଶାମିଙ୍କ ଫିଟନେସ ଚିନ୍ତାର ବିଷୟ ଥିବା ବେଳେ ଉମେଶଙ୍କୁ ନ ରଖିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

କୁହାଯାଉଛି ଯେ ରାହାଣେ ଓ ପୂଜାରାଙ୍କ ବଦଳରେ ବିସିସିଆଇ ଓ ଟିମ ମ୍ୟାନେଜମେଣ୍ଟ ଏବେ ଯୁବ ଖେଳାଳିଙ୍କ ଉପରେ ଫୋକସ କରିବାକୁ ଚାହୁଁଛି। ରାହାଣେ ଭାରତ ପାଇଁ ୮୫ ଟେଷ୍ଟ ଖେଳି ୩୮.୪୬ ହାରରେ ୫୦୭୭ ରନ କରିଛନ୍ତି। ଜୁଲାଇ ମାସରେ ଶେଷ ହୋଇଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟରେ ମଧ୍ୟ ସେ ନଜର ଆସିଥିଲେ।

Advertisment

ସେହିପରି ଚେତେଶ୍ୱର ପୂଜାରା ଶେଷଥର ପାଇଁ ଜୁନ ମାସରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଖେଳିଥିଲେ। ଦେଶ ପାଇଁ ୧୦୩ ଟେଷ୍ଟ ଖେଳିଥିବା ପୂଜାରା ୪୩.୬୦ ହାରରେ ୭୧୯୫ ରନ କରିଛନ୍ତି।

ଏବେ ଏହି ଦୁଇ ଖେଳାଳିଙ୍କ ସ୍ଥାନ କେଏଲ ରାହୁଲ ଓ ଶ୍ରେୟସ ଆୟର ନେବାକୁ ବସିଛନ୍ତି। ଶୁବମନ ଗିଲ ବି ମଧ୍ୟକ୍ରମରେ ଖେଳି ପାରିବେ। ଯଶସ୍ୱୀ ଜୈସୱାଲଙ୍କୁ ବହୁତ ଆଗକୁ ଯିବାର ଅଛି। ତେଣୁ ରାହାଣେ ଓ ପୂଜାରାଙ୍କୁ ଛାଡ଼ି ବିସିସିଆଇ ଆଗକୁ ବଢ଼ିବାକୁ ଚାହୁଁଛୁ।

ରାହାଣେ ଅନେକ ଥର ଭାରତର ନେତୃତ୍ୱ ମଧ୍ୟ ନେଇଛନ୍ତି। ୨୦୧୯-୨୦ ବର୍ଡର-ଗାଭାସ୍କର ଟ୍ରଫିରେ ସେ ଭାରତକୁ ଗାବାରେ ଐତିହାସିକ ବିଜୟ ଭେଟି ଦେଇଥିଲେ। କିନ୍ତୁ ସେବେଠାରୁ ରାହାଣେଙ୍କ ପ୍ରଦର୍ଶନ ନିମ୍ନଗାମୀ ହେବାରେ ଲାଗିଛି। ଖରାପ ଫର୍ମ ପାଇଁ ସେ ବାହାରେ ଥିଲେ।

ଆଇପିଏଲ ପ୍ରଦର୍ଶନ ଆଧାରରେ ତାଙ୍କୁ ପୁଣି ଟେଷ୍ଟ ଟିମରେ ସ୍ଥାନ ମିଳିଥିଲା। ତାଙ୍କୁ ଉପ ଅଧିନାୟକ କରାଯାଇଥିଲା। ହଠାତ୍‌ ବିସିସିଆଇର ନିଷ୍ପତ୍ତିକୁ ପୂର୍ବତନ ଖେଳାଳିମାନେ ନିନ୍ଦା କରିଥିଲେ। ରାହାଣେ ଉପ ଅଧିନାୟକ ପଦ ପାଇଥିଲେ ମଧ୍ୟ ଆଖିଦୃଶିଆ ପ୍ରଦର୍ଶନ କରିପାରି ନଥିଲେ। ପୂଜାରା ମଧ୍ୟ ବେଶ କିଛି ମ୍ୟାଚ୍‌ରେ ରନ କରି ନାହାନ୍ତି। ତେଣୁ ତାଙ୍କୁ ମଧ୍ୟ ମ୍ୟାନେଜମେଣ୍ଟ ବାଦ ଦେଇଛି।

ଭାରତର ଟେଷ୍ଟ ସ୍କ୍ୱାଡ: ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ, ଯଶସ୍ୱୀ ଜୈସୱାଲ, ବିରାଟ କୋହଲି, ଶ୍ରେୟସ ଆୟର, ଋତୁରାଜ ଗାଏକ୍ୱାଡ, ଈଶାନ କିଶନ, କେଏଲ ରାହୁଲ, ରବି ଅଶ୍ୱିନ, ରବି ଜାଡେଜା, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ, ମୁକେଶ କୁମାର, ମହମ୍ମଦ ଶାମି, ଯଶପ୍ରୀତ ବୁମ୍ରା(ଉପ ଅଧିନାୟକ) ଓ ପ୍ରସିଦ୍ଧ କ୍ରିଷ୍ଣା।

Cricket Ajinkya Rahane Cheteswar Pujara