Advertisment

ଭାରତକୁ ୪୯ ରନର ଟାର୍ଗେଟ୍

ଅହମ୍ମଦାବାଦ: ଯାହା ଆଶା କରାଯାଉଥିଲା, ତାହା ହେଲା। ସ୍ପିନରଙ୍କ ପାଇଁ ଭୂସ୍ୱର୍ଗ ପାଲଟିଥିବା ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପୁଣି କମାଲ୍‌ କରିଛନ୍ତି ଅକ୍ଷର ପଟେଲ ଓ ରବିଚନ୍ଦ୍ରନ୍ ଅଶ୍ୱିନ। ଦୁହିଁଙ୍କ ଘାତକ ସ୍ପିନ୍ ବଳରେ ଭାରତ ଭ୍ରମଣକାରୀ ଇଂଲଣ୍ଡ ଟିମକୁ ଦ୍ୱିତୀୟ ଇନିଂସରେ ମାତ୍ର ୮୧ ରନରେ ଅଲଆଉଟ୍ କରିଦେଇଛି। ଫଳରେ ଇଂଲଣ୍ଡ ଟିମ୍ ଭାରତ ଆଗରେ ମାତ୍ର ୪୯ ରନର ଟାର୍ଗେଟ୍ ଦେଇଛି। ଇଂଲଣ୍ଡ ପକ୍ଷରୁ ବେନ୍ ଷ୍ଟୋକ୍ସ ସର୍ବାଧିକ ୨୫ ରନ୍ କରିଥିବା […]

author-image
Ranjit Kumar Jena
ଭାରତକୁ ୪୯ ରନର ଟାର୍ଗେଟ୍

india11

ଅହମ୍ମଦାବାଦ: ଯାହା ଆଶା କରାଯାଉଥିଲା, ତାହା ହେଲା। ସ୍ପିନରଙ୍କ ପାଇଁ ଭୂସ୍ୱର୍ଗ ପାଲଟିଥିବା ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପୁଣି କମାଲ୍‌ କରିଛନ୍ତି ଅକ୍ଷର ପଟେଲ ଓ ରବିଚନ୍ଦ୍ରନ୍ ଅଶ୍ୱିନ। ଦୁହିଁଙ୍କ ଘାତକ ସ୍ପିନ୍ ବଳରେ ଭାରତ ଭ୍ରମଣକାରୀ ଇଂଲଣ୍ଡ ଟିମକୁ ଦ୍ୱିତୀୟ ଇନିଂସରେ ମାତ୍ର ୮୧ ରନରେ ଅଲଆଉଟ୍ କରିଦେଇଛି। ଫଳରେ ଇଂଲଣ୍ଡ ଟିମ୍ ଭାରତ ଆଗରେ ମାତ୍ର ୪୯ ରନର ଟାର୍ଗେଟ୍ ଦେଇଛି।

Advertisment

ଇଂଲଣ୍ଡ ପକ୍ଷରୁ ବେନ୍ ଷ୍ଟୋକ୍ସ ସର୍ବାଧିକ ୨୫ ରନ୍ କରିଥିବା ବେଳେ କ୍ୟାପଟେନ୍ ଜୋ ରୁଟ୍ ୧୯, ଓଲି ପୋପ୍ ୧୨ ରନ୍ କରିଥିଲେ। ତେବେ ଡମ୍ ସିବଲେ (୭), ଜ୍ୟାକ୍ କ୍ରଲୀ (୦), ଜନ୍ନି ବେୟାରଷ୍ଟୋ (୦), ବେନ୍ ଫୋକ୍ସ (୮), ଜୋଫ୍ରା ଆର୍ଚର୍ (୦), ଜ୍ୟାକ୍ ଲିଚ୍ (୯) ଓ ଜେମ୍ସ ଆଣ୍ଡରସନ୍ (୦) ଦୁଇ ଅଙ୍କ ଛୁଇଁପାରିନଥିଲେ। ଷ୍ଟୁଆର୍ଟ ବ୍ରଡ୍ ୧ ରନ୍ କରି ଅପରାଜିତ ଥିଲେ।

ଭାରତ ପକ୍ଷରୁ ଅକ୍ଷର ପଟେଲ ପୁଣିଥରେ କମାଲ୍‌ କରିଛନ୍ତି। ସେ ୩୨ ରନ୍ ଦେଇ ୫ଟି ଓ ଅଶ୍ୱିନ୍ ୪୮ ରନ୍ ଦେଇ ୪ଟି ସଫଳତା ପାଇଛନ୍ତି। ୱାଶିଂଟନ୍ ସୁନ୍ଦର ଗୋଟିଏ ୱିକେଟ୍‌ ନେଇଛନ୍ତି।

Advertisment
India Vs England