Advertisment

ଏଜବାଷ୍ଟନ ପରାଜୟ ପରେ ସ୍କ୍ୱାଡରେ ବଡ଼ ପରିବର୍ତ୍ତନ କଲା ଇଂଲଣ୍ଡ

ଭାରତ ଦେଇଥିବା ୬୦୮ ରନ ଟାର୍ଗେଟକୁ ପିଛା କରିବା ବଦଳରେ ଇଂଲଣ୍ଡ ମ୍ୟାଚ୍‌କୁ ଡ୍ର କରିବାକୁ ପୂରା ଚେଷ୍ଟା କରି ଥିଲା।

atkinson

atkinson

Advertisment

ବ୍ରେଣ୍ଡନ ମ୍ୟାକକୁଲମ ଓ ବେନ ଷ୍ଟୋକ୍ସଙ୍କ ବାଜବଲ ଯୁଗର ଟେଷ୍ଟରେ ଇଂଲଣ୍ଡକୁ ବଡ଼ ଝଟକା ଲାଗିଛି। ବାଜବଲ ବା ଦ୍ରୁତଗତିରେ ଟେଷ୍ଟ କ୍ରିକେଟ ଖେଳିବା ତଥା ଡ୍ର ପାଇଁ ନ ଯାଇ ସବୁବେଳେ ବିଜୟର ପିଛା କରିବା। ଏହି ନୀତି ଆପଣାଇ ଇଂଲଣ୍ଡ ପ୍ରଥମ ଟେଷ୍ଟ ଜିତି ନେଇଥିଲା। କିନ୍ତୁ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ ମାଟି କାମୁଡ଼ିଛି।

Advertisment

ଭାରତ ଦେଇଥିବା ୬୦୮ ରନ ଟାର୍ଗେଟକୁ ପିଛା କରିବା ବଦଳରେ ଇଂଲଣ୍ଡ ମ୍ୟାଚ୍‌କୁ ଡ୍ର କରିବାକୁ ପୂରା ଚେଷ୍ଟା କରି ଥିଲା। ୫୯ ବର୍ଷ ଭିତରେ ଭାରତ ଏଜବାଷ୍ଟନରେ ନ ଜିତିବା ଓ ଏହା ଇଂଲଣ୍ଡର ଅନ୍ୟତମ ଗଡ଼ ହୋଇଥିବାରୁ ବେନ ଷ୍ଟୋକ୍ସ ଟସ୍‌ ଜିତି ବେଧଡ଼କ ଅନ୍ଦାଜରେ ବୋଲିଂ ନେଇ ଯାଇଥିଲେ। କିନ୍ତୁ ଭାରତୀୟ ବୋଲରଙ୍କ ଆଗରେ ଇଂଲଣ୍ଡର ବ୍ୟାଟର ଅଧିକ ସମୟ ତିଷ୍ଟି ପାରି ନଥିଲେ। 

ଏବେ ଏଜବାଷ୍ଟନରେ ଭାରତ ଠାରୁ ଇଂଲଣ୍ଡ ଧୂଳି ଚାଟିଥିବାରୁ ଲର୍ଡସ ଉପରେ ସମସ୍ତଙ୍କ ନଜର ରହିଛି। ଆସନ୍ତା ୧୦ ତାରିଖରୁ ଲର୍ଡସରେ ତୃତୀୟ ଟେଷ୍ଟ ଆରମ୍ଭ ହେବ। ସ୍ଥିତି ୧-୧ରେ ଥିବାରୁ ଇଂଲଣ୍ଡ ତା’ର ସ୍କ୍ୱାଡରେ ବଡ଼ ପରିବର୍ତ୍ତନ କରିଛି। ଇଂଲଣ୍ଡ ବୋଲରଙ୍କୁ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ବ୍ୟାଟର ପ୍ରବଳ ଧୂଲେଇ କରିଥିଲେ।

Advertisment

ଏଥିପାଇଁ ଇଂଲଣ୍ଡ ସ୍କ୍ୱାଡରେ ଆଉ ଜଣେ ଅଭିଜ୍ଞ ବୋଲରଙ୍କୁ ସାମିଲ କରିଛି। ଲର୍ଡସ ଟେଷ୍ଟ ପୂର୍ବରୁ ଇଂଲଣ୍ଡ ସ୍କ୍ୱାଡରେ ସାମିଲ ହୋଇଛନ୍ତି ଦ୍ରୁତ ବୋଲର ଗସ ଅଟକିନସନ। ବର୍ତ୍ତମାନର ବୋଲିଂ ୟୁନିଟ ଉପରେ ପଡ଼ୁଥିବା ଚାପକୁ ଦୂର କରିବା ପାଇଁ ଅଟକିନସନଙ୍କୁ ସ୍କ୍ୱାଡରେ ସାମିଲ କରାଯାଇଛି।

୨୭ ବର୍ଷୀୟ ଅଟକିନସନ ଜିମ୍ବାୱେ ବିପକ୍ଷ ମେ’ ମାସରେ ଖେଳା ଯାଉଥିବା ଟେଷ୍ଟରେ ଆହତ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସେବେଠାରୁ ସେ ସ୍କ୍ୱାଡ ବାହାରେ ଥିବା ବେଳେ ଏବେ ଜାତୀୟ ଟିମକୁ କମବ୍ୟାକ କରିଛନ୍ତି। ୨ ଦିନର ଗ୍ୟାପ ପରେ ତୃତୀୟ ଟେଷ୍ଟ ଆରମ୍ଭ ହେବ। ପ୍ରଥମ ଦୁଇ ଟେଷ୍ଟରେ ଇଂଲଣ୍ଡ ୨୩୪ ଓଭର ପଡ଼ିଆରେ ବିତାଇଥିବାରୁ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ ଜରୁରୀ।

ବ୍ରାୟଣ୍ଡନ କାର୍ସେ, ଜୋଶ ଟଙ୍ଗ ଓ କ୍ରିସ ୱକ୍ସ ମିଳିତ ଭାବେ ଦୁଇଟି ଟେଷ୍ଟରେ ୭୫ ଓଭର ବୋଲିଂ କରିଛନ୍ତି। କିନ୍ତୁ ଭାରତ ବେଶ ଚମତ୍କାର ଢଙ୍ଗରେ ନିଜ ବୋଲରଙ୍କୁ ବ୍ୟବହାର କରିବା ସହ ଯଶପ୍ରୀତ ବୁମ୍ରାଙ୍କୁ ବିଶ୍ରାମ ଦେବାକୁ ମଧ୍ୟ ସକ୍ଷମ ହୋଇଛି।

ଜୋଫ୍ରା ଆର୍ଚର, ସାମ କୁକ ଓ ଜାମି ଓଭରଟନଙ୍କ ଭଳି ଫ୍ରେଶ ପେସ ବ୍ୟାଟରୀଙ୍କ ସହ ଏବେ ଅଟକିନସନ ଯୋଡ଼ି ହୋଇଯାଇଛନ୍ତି। ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଇଂଲଣ୍ଡ ଆର୍ଚରଙ୍କୁ ସ୍କ୍ୱାଡରେ ସାମିଲ କରିଥିଲା। କିନ୍ତୁ ଚୂଡ଼ାନ୍ତ ଏକାଦଶରୁ ତାଙ୍କ ବାଦ ଦେଇଥିଲା। ଏବେ ସ୍ଥିତି ଯାହା ରହିଛି, ଇଂଲଣ୍ଡ ପାଇଁ ଆର୍ଚର ଲର୍ଡସରେ କମବ୍ୟାକ କରିବେ।

ଶେଷ ଥର ପାଇଁ ସେ ୨୦୨୧ ଫେବୃଆରୀରେ ଇଂଲଣ୍ଡ ପାଇଁ ଭାରତ ବିପକ୍ଷରେ ନଜର ଆସିଥିଲେ। ସେବେଠାରୁ ତାଙ୍କୁ ଆହତ ସମସ୍ୟା ଦେଇ ଗତି କରିବାକୁ ପଡ଼ିଥିଲା। ତାଙ୍କ ସହ ଇଂଲଣ୍ଡ ପେସ ବୋଲିଂର କମାଣ ଲର୍ଡସରେ କାହା ହାତରେ ରହୁଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

Test Cricket Test Match gus-atkinson
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe