Advertisment

ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଖେଳାଳିଙ୍କ ନାଁ ଘୋଷଣା କଲା ଇଂଲଣ୍ଡ

୩୧ ବର୍ଷୀୟ ଓଭରଟନ୍‌ ଇଂଲଣ୍ଡ ପାଇଁ ନିୟମିତ ଭାବେ ଧଳା ବଲ କ୍ରିକେଟ ଖେଳୁଛନ୍ତି। ହେଲେ ସେ କେବଳ ଗୋଟିଏ ଟେଷ୍ଟ ଖେଳିଛନ୍ତି।

ENG

ENG

Advertisment

ଇଂଲଣ୍ଡ ଓ ୱାଲେସ କ୍ରିକେଟ ବୋର୍ଡ(ଇସିବି) ଗୁରୁବାର ଭାରତ ବିପକ୍ଷ ୫ ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ପାଇଁ ୧୪ ଜଣିଆ ସ୍କ୍ୱାଡ ଘୋଷଣା କରିଛି। ଜୁନ ୨୦ରୁ ଇଂଲଣ୍ଡ ଓ ଭାରତ ମଧ୍ୟରେ ହେଡିଂଲୀରେ ପ୍ରଥମ ଟେଷ୍ଟ ଆରମ୍ଭ ହେବ। ଇଂଲଣ୍ଡ ଘୋଷଣା କରିଥିବା ସ୍କ୍ୱାଡକୁ ଅଲରାଉଣ୍ଡର ଜାମି ଓଭରଟନ କମବ୍ୟାକ କରିଛନ୍ତି। ଗସ ଅଟକିନସନ ଆହତ ହେବାରୁ ଓଭରଟନଙ୍କୁ ସୁଯୋଗ ମିଳିଛି।

Advertisment

୩୧ ବର୍ଷୀୟ ଓଭରଟନ୍‌ ଇଂଲଣ୍ଡ ପାଇଁ ନିୟମିତ ଭାବେ ଧଳା ବଲ କ୍ରିକେଟ ଖେଳୁଛନ୍ତି। ହେଲେ ସେ କେବଳ ଗୋଟିଏ ଟେଷ୍ଟ ଖେଳିଛନ୍ତି। ୨୦୨୨ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟରେ ଓଭରଟନ ନଜର ଆସିଥିଲେ। ଏବେ ୩ ବର୍ଷ ପରେ ସେ ଭାରତ ବିପକ୍ଷ ଟେଷ୍ଟକୁ ଫେରିଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ଓଭରଟନ ୯୭ ରନ କରିବା ସହ ୨ଟି ୱିକେଟ ନେଇଥିଲେ।

ପୂର୍ବଭଳି ବେନ ଷ୍ଟୋକ୍ସ ଇଂଲଣ୍ଡ ଟିମର ନେତୃତ୍ୱ ନେବେ। ଦଳରେ ଜୋ ରୁଟ, ଜ୍ୟାକ କ୍ରାଉଲୀ ଓ ଓଲି ପପଙ୍କ ଭଳି ଚର୍ଚ୍ଚିତ ଖେଳାଳି ରହିଛନ୍ତି। ଯୁବ ତାରକା ଶୋଏବ ବଶିର, ଜ୍ୟାକବ ବେଥେଲ ଓ ଜାମି ସ୍ମିଥଙ୍କୁ ମଧ୍ୟ ସ୍କ୍ୱାଡରେ ରଖାଯାଇଛି। ଟେଷ୍ଟ କ୍ରିକେଟକୁ ବେଥେଲଙ୍କ ପ୍ରତ୍ୟାବର୍ତ୍ତନ ଇଂଲଣ୍ଡର ବ୍ୟାଟିଂ ଲାଇନଅପକୁ ଆହୁରି ସୁଦୃଢ଼ କରିବ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟରେ ବେଥେଲ ଡେବ୍ୟୁ କରିବା ସହ ୩ଟି ଅର୍ଦ୍ଧଶତକ ହାସଲ କରିଥିଲେ।

Advertisment

ଅଭିଜ୍ଞ କ୍ରିସ ୱକ୍ସ ଓ ଜୋଶ ଟଙ୍ଗ ଦ୍ରୁତ ବୋଲିଂର ମଙ୍ଗ ସମ୍ଭାଳିବେ। ଏମାନଙ୍କ ସହ ସାମ କୁକ ଓ ବ୍ରାୟଡନ କାର୍ସେ ମଧ୍ୟ ରହିଛନ୍ତି। ଉଭୟ ୱକ୍ସ ଓ କାର୍ସେ ଆହତ ସମସ୍ୟାରୁ ମୁକୁଳି ଭାରତ ବିପକ୍ଷ ଟେଷ୍ଟ ସିରିଜକୁ ଫେରିଛନ୍ତି।

୨୦୨୫-୨୭ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଅଭିଯାନ ଭାରତ ଶୁବମନ ଗିଲଙ୍କ କ୍ୟାପ୍ଟେନ୍ସିରେ ଇଂଲଣ୍ତରୁ ଆରମ୍ଭ କରିବ। ଋଷଭ ପନ୍ତ ତାଙ୍କୁ ଡେପୁଟି ଭାବେ କାମ କରିବେ।

ଇଂଲଣ୍ଡ ସ୍କ୍ୱାଡ: ବେନ ଷ୍ଟୋକ୍ସ(ଅଧିନାୟକ), ଶୋଏବ ବଶିର, ଜ୍ୟାକବ ବେଥେଲ, ହ୍ୟାରୀ ବ୍ରୁକ୍ସ, ବ୍ରାୟଡନ କାର୍ସେ, ସାମ କୁକ, ଜ୍ୟାକ କ୍ରାଉଲୀ, ବେନ ଡକେଟ, ଜାମି ଓଭରଟନ, ଓଲି ପପ, ଜୋ ରୁଟ, ଜାମି ସ୍ମିଥ, ଜୋଶ ଟଙ୍ଗ ଓ କ୍ରିସ ୱକ୍ସ।

India Vs England Test Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe