ଭାରତ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଇଂଲଣ୍ଡ ସ୍କ୍ୱାଡ୍ ଘୋଷିତ

ଲଣ୍ଡନ: ଭାରତ ବିପକ୍ଷ ଆସନ୍ତା ମାର୍ଚ୍ଚ ୧୨ରୁ ୨୦ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଟି-୨୦ ସିରିଜ୍ ପାଇଁ ଇଂଲଣ୍ଡ ସ୍କ୍ୱାଡର ଘୋଷଣା କରାଯାଇଛି। ୧୬ ଜଣିଆ ଇଂଲଣ୍ଡ ଟିମର ନେତୃତ୍ୱ ନେବେ ଇଅନ୍ ମୋର୍ଗାନ୍। ସେହିପରି ଟିମକୁ କମବ୍ୟାକ୍ କରିଛନ୍ତି ବିସ୍ଫୋରକ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଜୋସ୍ ବଟଲର୍। ଇଂଲଣ୍ଡର ରୋଟେସନ୍ ପଲିସୀ ଅନୁଯାୟୀ ପ୍ରଥମ ଟେଷ୍ଟ ପରେ ବଟଲରଙ୍କୁ ବିଶ୍ରାମ ଦିଆଯିବ। ସେହିପରି ପ୍ରଥମ ଦୁଇଟି ଟେଷ୍ଟରୁ ବିଶ୍ରାମ ଦିଆଯାଇଥିବା ଜନ୍ନି ବେୟାରଷ୍ଟୋ ଟି-୨୦ ସ୍କ୍ୱାଡକୁ ଫେରିଛନ୍ତି। […]

eng

eng

Ranjit Kumar Jena
  • Published: Thursday, 11 February 2021
  • Updated: 11 February 2021, 06:33 PM IST

Sports

Latest News

ଲଣ୍ଡନ: ଭାରତ ବିପକ୍ଷ ଆସନ୍ତା ମାର୍ଚ୍ଚ ୧୨ରୁ ୨୦ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଟି-୨୦ ସିରିଜ୍ ପାଇଁ ଇଂଲଣ୍ଡ ସ୍କ୍ୱାଡର ଘୋଷଣା କରାଯାଇଛି। ୧୬ ଜଣିଆ ଇଂଲଣ୍ଡ ଟିମର ନେତୃତ୍ୱ ନେବେ ଇଅନ୍ ମୋର୍ଗାନ୍। ସେହିପରି ଟିମକୁ କମବ୍ୟାକ୍ କରିଛନ୍ତି ବିସ୍ଫୋରକ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଜୋସ୍ ବଟଲର୍। ଇଂଲଣ୍ଡର ରୋଟେସନ୍ ପଲିସୀ ଅନୁଯାୟୀ ପ୍ରଥମ ଟେଷ୍ଟ ପରେ ବଟଲରଙ୍କୁ ବିଶ୍ରାମ ଦିଆଯିବ।

ସେହିପରି ପ୍ରଥମ ଦୁଇଟି ଟେଷ୍ଟରୁ ବିଶ୍ରାମ ଦିଆଯାଇଥିବା ଜନ୍ନି ବେୟାରଷ୍ଟୋ ଟି-୨୦ ସ୍କ୍ୱାଡକୁ ଫେରିଛନ୍ତି। ବେୟାରଷ୍ଟୋ ଭାରତ ବିପକ୍ଷ ଶେଷ ଦୁଇଟି ଟେଷ୍ଟ ପାଇଁ ଟିମକୁ ଫେରିପାରନ୍ତି। ଆଇପିଏଲ୍ ଫ୍ରାଞ୍ଚାଇଜି ଚେନ୍ନାଇ ସୁପର୍ କିଙ୍ଗସର ଅଲରାଉଣ୍ଡର ସାମ୍ କୁରାନ୍ ମଧ୍ୟ ଟି-୨୦ ଟିମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ଭାରତ ବିପକ୍ଷ ପ୍ରଥମ ଟେଷ୍ଟରେ ଦ୍ୱିଶତକ ମାରିଥିବା କ୍ୟାପଟେନ୍ ଜୋ ରୁଟଙ୍କୁ ଟି-୨୦ ଟିମରୁ ବିଶ୍ରାମ ଦିଆଯାଇଛି। ସେହିପରି ଲେଗ୍ ସ୍ପିନର ଆଦିଲ୍ ରଶିଦ୍ ଏବଂ ବାମହାତୀ ପେସର୍ ରୀସେ ଟପଲେଙ୍କୁ ଟି-୨୦ ସ୍କ୍ୱାଡରେ ସାମିଲ୍ କରାଯାଇଛି। ଭେଟେରାନ୍ ପେସ୍ ବୋଲର ଜେମ୍ସ ଆଣ୍ଡରସନ୍ ଓ ଷ୍ଟୁଆର୍ଟ ବ୍ରଡ୍ ଧଳା ବଲ୍ ମ୍ୟାଚ୍ ଖେଳୁନାହାନ୍ତି, ତେଣୁ ଏମାନେ ପୂରା ଟେଷ୍ଟ ସିରିଜ୍ ଖେଳିବେ। କିନ୍ତୁ ଟିମର ଅନ୍ୟତମ ଷ୍ଟାର୍ ପେସର୍ ଜୋଫ୍ରା ଆର୍ଚରଙ୍କୁ ଶେଷ ଦୁଇଟି ଟେଷ୍ଟରୁ ବିଶ୍ରାମ ଦିଆଯାଇପାରେ।

ସୂଚନାଯୋଗ୍ୟ, ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଅହମ୍ମଦାବାଦରେ ଖେଳାଯିବ। ଟି-୨୦ ସିରିଜ୍ ପରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଯଥାକ୍ରମେ ମାର୍ଚ୍ଚ ୨୩, ୨୬ ଓ ୨୮ ତାରିଖରେ ଅନୁଷ୍ଠିତ ହେବ। ଦିନିକିଆ ସିରିଜ୍ ପାଇଁ ଆଗାମୀ ଦିନରେ ଟିମ୍ ଚୟନ କରାଯିବ।

ଇଂଲଣ୍ଡ ଟି-୨୦ ସ୍କ୍ୱାଡ୍: ଇଅନ୍ ମୋର୍ଗାନ୍ (କ୍ୟାପଟେନ୍), ମୋଇନ୍ ଅଲୀ, ଜୋଫ୍ରା ଆର୍ଚର୍, ଜନ୍ନି ବେୟାରଷ୍ଟୋ, ସାମ୍ ବିଲିଙ୍ଗସ୍, ଜୋସ୍ ବଟଲର୍, ସାମ୍ କୁରାନ୍, ଟମ୍ କୁରାନ୍, କ୍ରିସ୍ ଜୋର୍ଡାନ୍, ଲିଆନ୍ ଲିଭିଙ୍ଗଷ୍ଟୋନ୍, ଡେୱିଡ୍ ମଲାନ୍, ଆଦିଲ୍ ରଶିଦ୍, ଜେସନ୍ ରୟ, ବେନ୍ ଷ୍ଟୋକ୍ସ, ରୀସେ ଟପଲେ, ମାର୍କ ଉଡ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story