Advertisment

ଚାମ୍ପିୟନ୍ସ ଟ୍ରଫି ଓ ଭାରତ ବିପକ୍ଷ ସିରିଜ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଆହତ ହୋଇଥିବା ଅଲରାଉଣ୍ଡର ବେନ ଷ୍ଟୋକ୍ସ ୧୫ ଜଣିଆ ସ୍କ୍ୱାଡରୁ ବାଦ ପଡ଼ିଛନ୍ତି।

author-image
Hemant Lenka
Team England

Team England

ଆସନ୍ତାବର୍ଷ ଫେବୃଆରୀରେ ହେବାକୁ ଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ଓ ଜାନୁଆରୀରେ ହେବାକୁ ଥିବା ଭାରତ ବିପକ୍ଷ ସିରିଜ ପାଇଁ ଆଜି ସ୍କ୍ୱାଡ ଘୋଷଣା କରିଛି ଇଂଲଣ୍ଡ। ୨୦୨୩ ଦିନିକିଆ ବିଶ୍ୱକପ ପରେ ଷ୍ଟାର ବ୍ୟାଟର ଜୋ ରୁଟ ଇଂଲଣ୍ଡର ଦିନିକିଆ ସ୍କ୍ୱାଡକୁ ଫେରିଛନ୍ତି। ତେବେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଆହତ ହୋଇଥିବା ଅଲରାଉଣ୍ଡର ବେନ ଷ୍ଟୋକ୍ସ ୧୫ ଜଣିଆ ସ୍କ୍ୱାଡରୁ ବାଦ ପଡ଼ିଛନ୍ତି।

Advertisment

୨୦୨୩ ଦିନିକିଆ ବିଶ୍ୱକପ ବେଳେ ଷ୍ଟୋକ୍ସ ଅବସରରୁ ଫେରିଥିଲେ। ହେଲେ ଏବେ ଆହତ ସମସ୍ୟା ଯୋଗୁ ଦିନିକିଆ ସ୍କ୍ୱାଡରୁ ବାଦ ପଡ଼ିଛନ୍ତି। ଇସିବିର ଘୋଷଣା ଅନୁଯାୟୀ, ଜୋଶ ବଟଲର ଉଭୟ ଦିନିକିଆ ଓ ଟି-୨୦ରେ ଇଂଲଣ୍ଡ ଟିମର କମାଣ ସମ୍ଭାଳିବେ। ସ୍କ୍ୱାଡରେ ଥିବା ୧୫ ଜଣ ଖେଳାଳି ଜାନୁଆରୀ ୧୭ରେ ଭାରତ ଅଭିମୁଖେ ଯାତ୍ରା କରିବେ।

ଏଠାରେ ଭାରତ ବିପକ୍ଷରେ ଜାନୁଆରୀ ୨୨ରୁ ଆରମ୍ଭ ହେଉଥିବା ୫ ଟିକିଆ ଟି-୨୦ ସିରିଜ ଖେଳିବେ। ଏହାପରେ ଫେବୃଆରୀ ୬ରୁ ଭାରତ ବିପକ୍ଷ ୩ଟିକିଆ ଦିନିକିଆ ସିରିଜ ମଧ୍ୟ ଇଂଲଣ୍ଡ। ଭାରତ ବିପକ୍ଷ ସିରିଜ ପରେ ଇଂଲଣ୍ଡ ଟିମ ଚାମ୍ପିୟନ୍ସ ଟ୍ରଫି ପାଇଁ ପାକିସ୍ତାନ ଗସ୍ତ କରିବ।

Advertisment

ଅବଶ୍ୟ ଆଇସିସି ପକ୍ଷରୁ ଚାମ୍ପିୟନ୍ସ ଟ୍ରଫିର ମ୍ୟାଚ୍‌ ସୂଚୀ ଜାରି କରାଯାଇନାହିଁ। କିନ୍ତୁ ଫେବୃଆରୀ ଶେଷ ସପ୍ତାହରୁ ହାଇବ୍ରିଡ ମଡେଲରେ ଏହି ଟୁର୍ଣ୍ଣାମେଣ୍ଟ ପାକିସ୍ତାନରେ ଆରମ୍ଭ ହେବ। ଭାରତ ତା’ର ମ୍ୟାଚ୍‌ଗୁଡ଼ିକ ପାକିସ୍ତାନ ବଦଳରେ ଦୁବାଇରେ ଖେଳିବ ବୋଲି ଜଣାପଡ଼ିଛି।

ଚାମ୍ପିୟନ୍ସ ଟ୍ରଫି ଓ ଭାରତ ବିପକ୍ଷ ଦିନିକିଆ ସିରିଜ ପାଇଁ ଇଂଲଣ୍ଡ ଦଳ: ଜୋଶ ବଟଲର(ଅଧିନାୟକ), ଜୋଫ୍ରା ଆର୍ଚର, ଗସ ଅଟକିନସନ, ଜ୍ୟାକବ ବେଥେଲ, ହ୍ୟାରୀ ବ୍ରୁକ, ବ୍ରାୟଡନ କ୍ରାସେ, ବେନ ଡକେଟ, ଜାମି ଓଭରଟନ, ଜାମି ସ୍ମିଥ, ଲିଆମ ଲିଭିଂଷ୍ଟୋନ, ଆଦିଲ ରାଶିଦ, ଜୋ ରୁଟ, ସାକିବ ମହମ୍ମୁଦ, ଫିଲ ସଲ୍ଟ ଓ ମାର୍କ ଉଡ।

ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ଇଂଲଣ୍ଡ ଦଳ: ଜୋଶ ବଟଲର(ଅଧିନାୟକ), ରେହାନ ଅହମଦ, ଜୋଫ୍ରା ଆର୍ଚର, ଗସ ଅଟକିନସନ, ଜ୍ୟାକବ ବେଥେଲ, ହ୍ୟାରୀ ବ୍ରୁକ, ବ୍ରାୟଡନ କ୍ରାସେ, ବେନ ଡକେଟ, ଜାମି ଓଭରଟନ, ଜାମି ସ୍ମିଥ, ଲିଆମ ଲିଭିଂଷ୍ଟୋନ, ଆଦିଲ ରାଶିଦ, ସାକିବ ମହମ୍ମୁଦ, ଫିଲ ସଲ୍ଟ ଓ ମାର୍କ ଉଡ।

England Champions Trophy