Advertisment

ବାଂଲାଦେଶ ୨୨୭ ରନରେ ଅଲଆଉଟ, ବିଜୟ ଟ୍ରାକ୍‌କୁ ଫେରିଲା ଇଂଲଣ୍ଡ

ବାଂଲାଦେଶ ଲିଟନ ଦାସଙ୍କ ୬୬ ବଲରେ ୭୬ ରନ ସତ୍ତ୍ୱେ କେବଳ ୨୨୭ ରନ କରି ଅଲଆଉଟ ହୋଇ ଯାଇଛି।

Topley

Topley

Advertisment

ବିଶ୍ୱକପରେ ବିଜୟ ଧାରାକୁ ଫେରିଛି ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ। ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରିଥିବା ଇଂଲଣ୍ଡ ଆଜି ବେଶ ସହଜରେ ବାଂଲାଦେଶକୁ ହରାଇ ଦେଇଛି। ଡାୱିଡ ମଲାନଙ୍କ ୧୦୭ ବଲରେ ୧୪୦ ରନ ବଳରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭର୍‌ରେ ୯ ୱିକେଟ ହରାଇ ୩୬୪ ରନ କରିଥିଲା।

Advertisment

ଏହାର ଜବାବରେ ବାଂଲାଦେଶ ଲିଟନ ଦାସଙ୍କ ୬୬ ବଲରେ ୭୬ ରନ ସତ୍ତ୍ୱେ କେବଳ ୨୨୭ ରନ କରି ଅଲଆଉଟ ହୋଇ ଯାଇଛି। ଏପରି କି ବାଂଲାଦେଶ ପୂରା ୫୦ ଓଭର ମଧ୍ୟ ଖେଳି ପାରି ନାହିଁ। ପୂରା ଦଳ ୪୮.୨ ଓଭର୍‌ରେ ଅଲଆଉଟ ହୋଇଯାଇଛି। ଇଂଲଣ୍ଡ ୧୩୭ରେ ମ୍ୟାଚ୍‌କୁ ଜିତି ଚଳିତ ବିଶ୍ୱକପରେ ପ୍ରଥମ ବିଜୟ ହାସଲ କରିଛି।

ମଲାନଙ୍କ ଶତକ ଓ ଜୋ ରୁଟଙ୍କ ୮୨ ରନ ବଳରେ ଇଂଲଣ୍ଡ ୩୬୪ ରନ କରିଥିଲା। ୩୬୫ ରନର ଟାର୍ଗେଟକୁ ପିଛା କରୁଥିବା ବାଂଲାଦେଶ ୧୪ ରନରେ ତାନଜିଦ ହାସନ(୧) ଓ ନଜମୁଲ ହୁସେନ ସାଣ୍ଟୋ(୦)ଙ୍କୁ ହରାଇଥିଲା। ସାକିବ ଅଲ ହାସନ ମଧ୍ୟ କେବଳ ୧ ରନ କରିବାକୁ ସକ୍ଷମ ହୋଇଥିଲେ।

Advertisment

ଏହି ୩ ବ୍ୟାଟରକୁ ରିସ ଟପଲେ ଆଉଟ କରି ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ଗୋଟିଏ ପଟେ ୱିକେଟ ଯାଉଥିଲେ ମଧ୍ୟ ଲିଟନ ଦାସ ଆଟାକିଂ କ୍ରିକେଟ ଜାରି ରଖିଥିଲେ। ତାଙ୍କୁ କିଛି ସମୟ ପାଇଁ ମେହିଦୀ ହାସ ମିରାଜ(୮) ସାଥ ଦେଇଥିଲେ। କିନ୍ତୁ ଦଳୀୟ ସ୍କୋର ୪୯ ଥିବା ବେଳେ ସେ ଲିଟନଙ୍କ ହାତ ଛାଡ଼ି ଦେଇଥିଲେ।

ଏହାପରେ ବ୍ୟାଟିଂ କରିବାକୁ ଆସିଥିଲେ ଅଭିଜ୍ଞ ମୁସଫିକର ରହିମ। ସେ ଲିଟନଙ୍କ ସହ ମିଶି ୫ମ ୱିକେଟ ପାଇଁ ୭୦ ରନ ଯୋଡ଼ି ଥିଲେ। ଲିଟନ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ସେ ୬୬ ବଲରେ ୭୬ ରନ କରିଥିବା ବେଳେ ତାଙ୍କୁ କ୍ରିସ ୱକ୍ସ ଆଉଟ କରି ଦେଇଥିଲେ। ରହିମ ଓ ତୋହିଦ ହ୍ରିଦୟ ୬ଷ୍ଠ ୱିକେଟ ପାଇଁ ଆଉ ୪୩ ରନ ଯୋଡ଼ିଥିଲେ। ରହିମ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ।

୫୧ ରନ କରି ରହିମ କ୍ରିଜ୍‌ରେ ତିଷ୍ଠି ସାରିଥିଲେ ହେଁ ତାଙ୍କୁ ଟପଲେ ନିଜର ଦ୍ୱିତୀୟ ସ୍ପେଲରେ ଅଉଟ କରି ବାଂଲାଦେଶକୁ ୬ଷ୍ଠ ଝଟକା ଦେଇଥିଲେ। ହ୍ରିଦୟ(୩୯) ଆଉଟ ହେବା ପରେ ବାଂଲାଦେଶର ପରାଜୟ ଏକ ପ୍ରକାରର ନିଶ୍ଚିତ ହୋଇ ଯାଇଥିଲା। କେବଳ ଔପଚାରିକତା ବାକି ରହିଥିଲା।

ଶେଷ ଭାଗରେ ମେହେଦି ହାସନ ୧୪, ତସ୍କିନ ଅହମଦ ୧୫, ଶୋରିଫୁଲ ଇସଲାମ ୧୨ ଓ ମୁସ୍ତାଫିଜୁର ରହମାନ ୩ ରନ କରିଥିଲେ ହେଁ ଏହା ବିଜୟ ପାଇଁ ଆଦୌ ଯଥେଷ୍ଟ ନଥିଲା। ତସ୍କିନଙ୍କୁ ଶେଷରେ ସାମ କରାନ ବୋଲ୍ଡ କରି ବାଂଲାଦେଶ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।

ଇଂଲଣ୍ଡ ପକ୍ଷରୁ ଟପଲେ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ୱକ୍ସ ୨ଟି, କରାନ,ମାର୍କ ଉଡ, ଆଦିଲ ରଶିଦ ଓ ଲିଆମ ଲିଭଙ୍ଗଷ୍ଟୋନ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

ICC ICC Men’s Cricket World Cup 2023 ICC World Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe