Advertisment

ଇଂଲଣ୍ଡର ଆଉଏକ ବୃହତ ବିଜୟ, ପୁଣି ହାରିଲା ବାଂଲାଦେଶ

ଆବୁ ଧାବି: ଚଳିତ ଆଇସିସି ଟି-୨୦ ବିଶ୍ୱକପରେ ପୁଣି କମାଲ୍ କରିଛି ଇଂଲଣ୍ଡ। ବୁଧବାର ଇଂଲଣ୍ଡ ତା’ର ଦ୍ୱିତୀୟ ମ୍ୟାଚରେ ବାଂଲାଦେଶକୁ ୮ ୱିକେଟରେ ପରାସ୍ତ କରିଛି। ଉକ୍ତ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ଇଂଲିଶ ଟିମର ବୋଲିଂ ଆଟାକକୁ ସାମ୍ନା କରିନପାରି ୨୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୧୨୪ ରନ୍ କରିଥିଲା। ଜବାବରେ ଇଂଲଣ୍ଡ ୧୪.୧ ଓଭରରେ ୨ ୱିକେଟ୍ ହରାଇ ୧୨୬ ରନ କରି ମ୍ୟାଚକୁ ଏକତରଫା ଭାବେ ଜିତି […]

author-image
Ranjit Kumar Jena
ଇଂଲଣ୍ଡର ଆଉଏକ ବୃହତ ବିଜୟ, ପୁଣି ହାରିଲା ବାଂଲାଦେଶ

jason-roy-and-dawid-malan

ଆବୁ ଧାବି: ଚଳିତ ଆଇସିସି ଟି-୨୦ ବିଶ୍ୱକପରେ ପୁଣି କମାଲ୍ କରିଛି ଇଂଲଣ୍ଡ। ବୁଧବାର ଇଂଲଣ୍ଡ ତା’ର ଦ୍ୱିତୀୟ ମ୍ୟାଚରେ ବାଂଲାଦେଶକୁ ୮ ୱିକେଟରେ ପରାସ୍ତ କରିଛି। ଉକ୍ତ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ଇଂଲିଶ ଟିମର ବୋଲିଂ ଆଟାକକୁ ସାମ୍ନା କରିନପାରି ୨୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୧୨୪ ରନ୍ କରିଥିଲା। ଜବାବରେ ଇଂଲଣ୍ଡ ୧୪.୧ ଓଭରରେ ୨ ୱିକେଟ୍ ହରାଇ ୧୨୬ ରନ କରି ମ୍ୟାଚକୁ ଏକତରଫା ଭାବେ ଜିତି ନେଇଛି। ଅନ୍ୟପକ୍ଷରେ ପରାଜୟ ସହ ବାଂଲାଦେଶର ସେମିଫାଇନାଲ୍ ଆଶା କ୍ଷୀଣ ହୋଇଛି।

Advertisment

୧୨୫ ରନର ଲକ୍ଷ୍ୟର ପିଛା କରୁଥିବା ଇଂଲଣ୍ଡ ପାଇଁ ଓପନ୍ କରିବାକୁ ଆସିଥିଲେ ଜେସନ୍ ରୟ ଓ ଜୋସ ବଟଲର୍। ବଟଲର୍ ପୁଣିଥରେ ନିରାଶ କରିଥିଲେ ଏବଂ ମାତ୍ର ୧୮ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ତେବେ ଅନ୍ୟତମ ଓପ୍ନର ଜେସନ୍ ରୟ ଦ୍ରୁତ ରନ୍ କରି ଇଂଲଣ୍ଡ ବିଜୟକୁ ସହଜ କରିଦେଇଥିଲେ। ବଟଲରଙ୍କ ସ୍ଥାନରେ ଆସିଥିବା ଡାୱିଡ୍ ମଲାନ ଓପ୍ନର ରୟଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍ ପାଇଁ ୭୩ ରନର ଭାଗିଦାରୀ କରିଥିଲେ।

ରୟ ୩୩ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଟିମର ସ୍କୋର ୧୧୨ ରନରେ ଥିବା ବେଳେ ରୟଙ୍କୁ ଶୋରିଫୁଲ ଇସଲାମ୍ ଆଉଟ୍ କରିଥିଲେ। ରୟ ୩୮ ବଲରେ ୫ ଚୌକା ଓ ୩ ଛକା ସହ ୬୧ ରନ୍ କରିଥିଲେ। ଏହା ପରେ ମଲାନ୍ (୨୮) ଓ ଜନ୍ନି ବେୟାରଷ୍ଟୋ (୮) ଅପରାଜିତ ରହି ଇଂଲଣ୍ଡକୁ ବିଜୟୀ କରାଇଥିଲେ। ବାଂଲାଦେଶର ଶୋରିଫୁଲ ଓ ନସୁମ ଅହମ୍ମଦ ଗୋଟିଏ ଲେଖାଏ ସଫଳତା ପାଇଥିଲେ।

Advertisment

ଏହା ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ନିଷ୍ପତ୍ତି ବାଂଲାଦେଶକୁ ମହଙ୍ଗା ପଡ଼ିଥିଲା। ମୁଶଫିକର ରହିମଙ୍କୁ ଛାଡ଼ି ଦେଲେ ଟିମର କୌଣସି ବ୍ୟାଟ୍ସମ୍ୟାନ୍ ଇଂଲିଶ ବୋଲରଙ୍କ ସାମ୍ନାରେ ତିଷ୍ଠିପାରିନଥିଲେ। ଦୁଇ ଓପ୍ନର ଲିଟନ୍ ଦାସ (୯) ଓ ମହମ୍ମଦ ନଇମ (୫) ନିରାଶ କରିଥିଲେ। ଇନଫର୍ମ ସାକିବ୍ ଅଲ ହାସନ୍ ମାତ୍ର ୪ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।

ରହିମ୍ ୨୯ ଓ କ୍ୟାପଟେନ୍ ମହମ୍ମଦୁଲ୍ଲା ୧୯ ରନର ଧୈର୍ଯ୍ୟପୂର୍ଣ୍ଣ ଇନିଂସ୍ ଖେଳିଥିଲେ ହେଁ, ବେଶୀ ସମୟ କ୍ରିଜରେ ତିଷ୍ଠିପାରି ନଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଫିଫ୍ ହୋସେନ୍ ୫, ନୁରୁଲ ହାସନ୍ ୧୬, ମେହେଦୀ ହାସନ୍ ୧୧ ଓ ନସୁମ୍ ଅହମ୍ମଦ ଅପରାଜିତ ୧୯ ରନ୍ କରିଥିଲେ। ଇଂଲଣ୍ଡର ଟାଇମଲ୍ ମିଲ୍ସ ୩ଟି, ମୋଇନ୍ ଅଲୀ ଓ ଲିଆମ୍ ଲିଭିଙ୍ଗଷ୍ଟୋନ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

ICCT20 World Cup 2021