Advertisment

କୁଲଦୀପଙ୍କୁ ୫, ଅଶ୍ୱିନଙ୍କୁ ୪ ୱିକେଟ: ଇଂଲଣ୍ଡ ୨୧୮ରେ ସଫା

କୁଲଦୀପ ୫ ୱିକେଟ ଦଖଲ କରିଥିବା ବେଳେ ନିଜର ୧୦୦ତମ ଟେଷ୍ଟରେ ୪ ୱିକେଟ ନେଇଛନ୍ତି ଅଶ୍ୱିନ।

Kuldeep

Kuldeep

Advertisment

ଧର୍ମଶାଲାରେ ଦେଖିବାକୁ ମିଳିଛି ଭାରତୀୟ ସ୍ପିନରଙ୍କ ଜଲୱା। ଇଂଲଣ୍ଡ ବିପକ୍ଷ ୫ମ ଟେଷ୍ଟର ପ୍ରଥମ ଇନିଂସରେ କମାଲ କରିଛନ୍ତି ରିଷ୍ଟ ସ୍ପିନର କୁଲଦୀପ ଯାଦବ ଓ ଭେଟରାନ ରବିଚନ୍ଦ୍ରନ ଅଶ୍ୱିନ। କୁଲଦୀପ ୫ ୱିକେଟ ଦଖଲ କରିଥିବା ବେଳେ ନିଜର ୧୦୦ତମ ଟେଷ୍ଟରେ ୪ ୱିକେଟ ନେଇଛନ୍ତି ଅଶ୍ୱିନ।

Advertisment

ଏହି ଘାତକ ବୋଲିଂ ଯୋଗୁ ଇଂଲଣ୍ଡ ଭଲ ଆରମ୍ଭ ସତ୍ତ୍ୱେ ତା’ର ପ୍ରଥମ ଇନିଂସରେ ମାତ୍ର ୨୧୮ ରନ କରି ଅଲଆଉଟ ହୋଇଯାଇଛି। କୁଲଦୀପ ଓ ଅଶ୍ୱିନ ମିଳିତ ଭାବେ ୯ ୱିକେଟ ପାଇଥିବା ବେଳେ ଜାଡେଜାଙ୍କ ଖାତାକୁ ଗୋଟିଏ ସଫଳତା ଯାଇଛି। ଇଂଲଣ୍ଡର ସମସ୍ତ ୧୦ ୱିକେଟ ସ୍ପିନ ବୋଲରମାନେ ହିଁ ଦଖଲ କରିଛନ୍ତି।

ଟେଷ୍ଟ ସିରିଜର ଶେଷ ମ୍ୟାଚରେ ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦଳର ଦୁଇ ଓପନର ଜ୍ୟାକ କ୍ରାଉଲୀ ଓ ବେନ ଡକେଟ ଦମଦାର ଆରମ୍ଭ କରିଥିଲେ। ପ୍ରଥମ ୱିକେଟ ପାଇଁ ଉଭୟ ୬୭ ରନ ଯୋଡ଼ି ଇଂଲଣ୍ଡକୁ ଦମଦାର ଷ୍ଟାର୍ଟ ଦେଇଥିଲେ। ହେଲେ କୁଲଦୀପ ଇଂଲଣ୍ଡର ସବୁ ଯୋଜନାରେ ପାଣି ପକାଇ ଦେଇଥିଲେ।

Advertisment

ପ୍ରଥମେ ସେ ଡକେଟ(୨୭) ଓ ଓଲି ପପ(୧୧)ଙ୍କୁ ଲଞ୍ଚ ପୂର୍ବରୁ ଆଉଟ କରି ଦେଇଥିଲେ। ଲଞ୍ଚ ପରେ କ୍ରାଉଲୀ ଓ ଜୋ ରୁଟ ସ୍ଥିତି ସମ୍ଭାଳିଥିଲେ। କ୍ରାଉଲୀଙ୍କ ବ୍ୟାଟରୁ ମଧ୍ୟ ଆଉ ଏକ ଅର୍ଦ୍ଧଶତକ ଦେଖିବାକୁ ମିଳିଥିଲା। ଅର୍ଦ୍ଧଶତକ ପରେ ସେ ବାଜବଲ କ୍ରିକେଟ ଖେଳି ଦ୍ରୁତ ଗତିରେ ରନ ସଂଗ୍ରହ କରିବାକୁ ଚେଷ୍ଟା କରିଥିଲେ।

ତେବେ ସେ ୭୯ ରନ କରିଥିବା ବେଳେ ତାଙ୍କୁ କୁଲଦୀପ ନିଜ ଯାଦୁରେ ଫସାଇ କ୍ଲିନବୋଲ୍ଡ କରି ଦେଇଥିଲେ। ଏହାପରେ ନିଜର ୧୦୦ତମ ଟେଷ୍ଟ ଖେଳୁଥିବା ଜନ୍ନି ବେୟାରଷ୍ଟୋ ଦ୍ରୁତଗତିରେ ରନ ସଂଗ୍ରହ କରିଥିଲେ। ବେୟାରଷ୍ଟୋଙ୍କ ବ୍ୟାଟରୁ ବଡ଼ବଡ଼ ଶଟ ଦେଖିବାକୁ ମିଳିଥିଲା।

ଇଂଲଣ୍ଡ ୩ ୱିକେଟ ହରାଇ ୧୭୫ ରନ କରି ନେଇଥିଲା। କିନ୍ତୁ ଭଲ ଲୟରେ ଥିବା କୁଲଦୀପ ପୁଣି ନିଜର ଜଲୱା ଦେଖାଇଥିଲେ। ସେ ପ୍ରଥମେ ଜନ୍ନି ବେୟାରଷ୍ଟୋ(୧୮ ବଲରେ ୨୯ ରନ)ଙ୍କ ୱିକେଟ ନେଇଥିଲା। ଏହାପରେ ରବୀନ୍ଦ୍ର ଜାଡେଜା ୨୬ ରନ କରିଥିବା ରୁଟଙ୍କୁ ପ୍ୟାଭିଲିୟନ ପଠାଇଥିଲେ।

ବେନ ଷ୍ଟୋକ୍ସ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ। ତାଙ୍କୁ ଆଉଟ କରି କୁଲଦୀପ ଭାରତର ପ୍ରଥମ ବାମହାତୀ ରିଷ୍ଟ ସ୍ପିନର ଭାବେ ଟେଷ୍ଟ କ୍ରିକେଟରେ ୫ ୱିକେଟ ଦଖଲ କରିବାର ରେକର୍ଡ କରିଥିଲେ।

ସେହି ୧୭୫ ରନରେ ଇଂଲଣ୍ଡ ୬ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏତିକି ବେଳେ ବୋଲିଂ କରିବାକୁ ଆସିଥିଲେ ରବି ଅଶ୍ୱିନ। କୁଲଦୀପଙ୍କ ଅଧୁରା କାମକୁ ସେ ପୂରା କରିଥିଲେ।

ଟମ ହାର୍ଟଲୀ(୬), ମାର୍କ ଉଡ(୦), ବେନ ଫୋକ୍ସ(୨୪) ଓ ଶେଷରେ ଜେମ୍ସ ଆଣ୍ଡରସନ(୦)ଙ୍କୁ ଆଉଟ କରି ଇଂଲଣ୍ଡ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ଇଂଲଣ୍ଡ ମଧ୍ୟ ୨୧୮ ରନରେ ଅଲଆଉଟ ହୋଇଯାଇଥିଲା।

Ravichandran Ashwin Test Cricket Test Match India Vs England Test
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe